Murder: ମୁମ୍ବାଇରେ ଚଳନ୍ତା ଲୋକାଲ୍‌ ଟ୍ରେନ୍‌ରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

Jun 24, 2026 - 22:02
Murder: ମୁମ୍ବାଇରେ ଚଳନ୍ତା ଲୋକାଲ୍‌ ଟ୍ରେନ୍‌ରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

"ମୁମ୍ବାଇ: ମୁମ୍ବାଇରେ ଏକ ଚଳନ୍ତା ଲୋକାଲ ଟ୍ରେନ୍‌ରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି।

ମୃତ ଯୁବକଙ୍କ ନାଁ ମୟଙ୍କ ଲୋହର।

ସେ ଚର୍ଚଗେଟ୍‌-ନଲ୍ଲସପୋରା ଫାଷ୍ଟ ଲୋକାଲ୍‌ ଟ୍ରେନ୍‌ରେ ଯାତ୍ରା କରୁଥିବାବେଳେ ତାଙ୍କର ଗୋରେଗାଓଁ ଏବଂ କାନ୍ଦିଭଲି ମଧ୍ୟରେ ଅନ୍ୟ ଜଣେ ଯାତ୍ରୀଙ୍କ ସହ ବଚସା ହୋଇଥିଲା।

ଟ୍ରେନ୍‌ର କବାଟ ବନ୍ଦ କରିବାକୁ ନେଇ ମୟଙ୍କ ଲୋହରଙ୍କର ‌‌ରୋଶନ ସୁବର୍ନଙ୍କ ସହ ବଚସା ହୋଇଥିଲା ଏବଂ ଏହି ଘଟଣାକୁ ନେଇ ରକ୍ତପାତ ହୋଇଥିଲା।

ରୋଶନ ଛୁରୀ ଭୁସି ମୟଙ୍କଙ୍କୁ ହତ୍ୟା କରିବା ପରେ ସ୍ଥାନ ଛାଡ଼ି ପଳାଇଥିଲା।

ପ‌‌ରେ ପୁଲିସ ତାକୁ ମୁମ୍ବାଇର କୁର୍ଲା ଅଞ୍ଚଳରୁ ଗିରଫ କରିଛି।Advertisment ପଶ୍ଚିମ ରେଳବାଇ ପୁଲିସ ଅନୁଯାୟୀ ମୟଙ୍କ ଏବଂ ରୋଶନ ମଧ୍ୟରେ ବଚସା ଚାଲିଥିବାବେଳେ କିଛି ଯାତ୍ରୀ ଅଭିଯୁକ୍ତ ଉପରେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ରାଗି ଯାଇ ଅଭିଯୁକ୍ତ ନିଜ ବ୍ୟାଗ୍‌ରୁ ଛୁରୀ କାଢ଼ି ଲୋହରଙ୍କ ଉପରେ ଆକ୍ରମଣ କରିଥିଲା।

ଫଳରେ ଘଟଣା ସ୍ଥଳରେ ଲୋହରଙ୍କର ମୃତ୍ୟୁ ହୋଇଗଲା।

ବୋରିଭଲି ରେଳବାଇ ପୁଲିସର ବରିଷ୍ଠ ପୁଲିସ ଇନ୍ସ‌ପେକ୍ଟର ଦତ୍ତ ଖୁପ୍ରେକର କହିଛନ୍ତି, ଗୋରୋଗାଓଁ ଏବଂ କାନ୍ଦିଭଲି ମଧ୍ୟରେ ୨ ଜଣ ଯାତ୍ରୀ ବର୍ଷା ‌ଯୋଗୁ ଟ୍ରେନ୍‌ ଡୋର୍‌ ବନ୍ଦ କରିବାକୁ ନେଇ ପରସ୍ପର ମଧ୍ୟରେ ଯୁକ୍ତିତର୍କ କରିଥିଲେ।

Ketan Agarwal:କେତନ ଅଗ୍ରୱାଲ ହତ୍ୟା ମାମଲା: ୩୩ ଡିଗ୍ରି ଗରମରେ ହୁଡ଼ି ପିନ୍ଧାରୁ ମିଳିଲା ହତ୍ୟାର ସୁରାକ ଏହି ସମୟରେ ଅଭିଯୁକ୍ତ ଲୋହରଙ୍କୁ ଛୁରୀ ଭୁଶି ହତ୍ୟା କରିଥିଲା।

ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳ‌ରେ ପହଞ୍ଚିଥିଲା ଏବଂ ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ମୃତ ଯୁବକଙ୍କ ମା" ଏବେ ତାଙ୍କ ପୁଅ ପାଇଁ ନ୍ୟାୟ ଦାବି କରିଛନ୍ତି।

ଲୋହରଙ୍କ ମା" କହିଛନ୍ତି, ମୋ ପୁଅ କେବେ କାହା ସହ ଝଗଡ଼ା କରେନା।

ମୋ ପୁଅ କାଲିଠୁ କୁଆଡ଼େ ଯାଇଛି।

ତାକୁ ମୁଁ ଏବେ କୋଉଠୁ ଖୋଜି ପାଇବି।

ମୃତ ଯୁବକଙ୍କ ଭଉଣୀ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେବା ପାଇଁ ଦାବି କରିଛନ୍ତି।

ଟ୍ରେନ୍‌ରେ ଏଭଳି ବର୍ବର ଆକ୍ରମଣ ସମୟରେ ଲୋକମାନେ କେଉଁଠାରେ ଥିଲେ ବୋଲି ତାଙ୍କ ଭଉଣୀ ପ୍ରଶ୍ନ କରିଛନ୍ତି।

"