Murder: ଜମିବାଡ଼ି ବିବାଦରୁ ରକ୍ତପାତ: କାଠ ଫାଳିଆରେ ପିଟିପିଟି ବଡ଼ ଭାଇକୁ ହତ୍ୟା କଲା ସାନ

Oct 05, 2026 - 09:40
Murder: ଜମିବାଡ଼ି ବିବାଦରୁ ରକ୍ତପାତ: କାଠ ଫାଳିଆରେ ପିଟିପିଟି ବଡ଼ ଭାଇକୁ ହତ୍ୟା କଲା ସାନ

"ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି।

ମୃତକ ଜଣକ ଅଢାପଡା (ଖପରପଡ଼ା)ର  ସୁଦର୍ଶନ ଓରାମ (୩୯), ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ (୩୫) ବୋଲି ପୁଲିସ ସୂଚନା ଦେଇଛି।Advertisment ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ ଜବତ ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଘରୋଇ କଳହ ହୋଇଥିଲା।

କଳହ ଉଗ୍ର ରୂପ ନେବା ପରେ ଅଭିଯୁକ୍ତ କିଶୋର ଓରାମ ଏକ କାଠ ଫାଳିଆରେ ତାଙ୍କ ବଡ଼ ଭାଇ ସୁଦର୍ଶନ ଓରାମଙ୍କୁ ଆକ୍ରମଣ କରିଥିଲେ।

ଫଳରେ ଘଟଣାସ୍ଥଳରେ ହିଁ ସୁଦର୍ଶନଙ୍କ ମୃତ୍ୟୁ ହୋଇଥିଲା।

ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ଜବତ କରିଛି।

ଏ ନେଇ ଲଖନପୁର ଥାନାରେ କେସ ନମ୍ବର ୨୭୪ ତା ୦୪.୧୦.୨୦୨୬, ଧାରା ୧୦୩(୧) ବିଏନଏସ ଅନୁଯାୟୀ ମାମଲା ରୁଜୁ ହୋଇଛି।

ଲଖନପୁର ପୁଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି।

ପୁଲିସ ଶବ ଜବତ କରିଛି।

Wildlife Sanctuary: କୁଲଡିହା ଅଭୟାରଣ୍ୟରେ ବନ ବିଭାଗର ଚଢ଼ାଉ: ୫ଟି ଦେଶୀ ବନ୍ଧୁକ ସହ ବାରୁଦ, ଲୁହା ବଲ୍‌ ଓ ଫାଶ ଜବତ; ୬ ଶିକାରୀ ଗିରଫ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)