Murder: ଟାଙ୍ଗିଆ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତଙ୍କୁ ବାନ୍ଧି ପୁଲିସ ଜିମା ଦେଲେ ପରିବାର ଲୋକ

Oct 23, 2026 - 11:27
Murder: ଟାଙ୍ଗିଆ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତଙ୍କୁ ବାନ୍ଧି ପୁଲିସ ଜିମା ଦେଲେ ପରିବାର ଲୋକ

ପାପଡ଼ାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ସିରସୀ ଗ୍ରାମପଞ୍ଚାୟତର ପାଳପୁର କଦମଗୁଡ଼ା ଗ୍ରାମରେ ଟାଙ୍ଗିଆ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

ମୃତକ ହେଉଛନ୍ତି ନବରଙ୍ଗପୁର ବ୍ଲକ ବିକ୍ରମପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗ୍ରାମର ମୁଣ୍ଡରା ପୂଜାରୀ (୬୦)।

ଏହି ଘଟଣାରେ ଅଭିଯୁକ୍ତ ଙ୍କୁ ତାଙ୍କ ପରିବାର ଲୋକେ ଧରି ବାନ୍ଧି ରଖିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି।

Advertisment ଶ୍ୱଶୁର ଘରେ ରହୁଥିଲେ ମୁଣ୍ଡରା ସୂଚନା ଅନୁଯାୟୀ, ମୁଣ୍ଡରା ପୂଜାରୀ ପାପଡ଼ାହାଣ୍ଡି ବ୍ଲକ ପାଳପୁର କଦମଗୁଡ଼ା ଗ୍ରାମରେ ନିଜ ଶ୍ୱଶୁର ଘରେ ରହୁଥିଲେ।

ଆଜି ସକାଳେ ସେ ଘର ନିକଟରେ ଥିବା ବାରିପଟ ଜାଗା ସଫା କରୁଥିଲେ।

ଏହି ସମୟରେ ସେହି ଗ୍ରାମର ଉଦୟନାଥ ଅମନାତ୍ୟ (ଶୁକ୍ରୁ) ଏକ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ମୁଣ୍ଡରାଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ଓ ବୋହୂ ଘଟଣାସ୍ଥଳକୁ ଆସିଥିଲେ।

ତେବେ ଭୟରେ ସେମାନେ ସେଠାରୁ ଦୌଡ଼ି ପଳାଇଥିଲେ।

ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ କିଛି ଦୂରରେ ଥିବା ନିଜ ଘରକୁ ପଳାଇଥିଲେ।

ପୁଲିସକୁ ସୂଚନା ଦେଇଥିଲେ ଘଟଣା ସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତଙ୍କ ପରିବାର ଲୋକେ ତାଙ୍କୁ ଘରେ ଦଉଡ଼ି ସାହାଯ୍ୟରେ ବାନ୍ଧି ରଖି ପୁଲିସକୁ ସୂଚନା ଦେଇଥିଲେ।

ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଉଦୟନାଥଙ୍କୁ ଗିରଫ କରିଛି।

ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି।

Kalinga Studio: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଉଦଘାଟିତ ହେବା ପରେ କଳିଙ୍ଗ ଷ୍ଟୁଡିଓରେ ପ୍ରଥମ ଓଡ଼ିଆ ସିନେମା 'ବିବାହ ଡଟ୍‌ କମ୍‌'ର ହେଲା ସୁଟିଂ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)