Woman’s Body: ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Oct 23, 2026 - 11:42
Woman’s Body: ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଚିକଲପଦର ନିକଟରେ ଥିବା କେନାଲ ପାର୍ଶ୍ୱ ସଂରକ୍ଷିତ ଜଙ୍ଗଲରୁ ଜଣେ ଅଜଣା ମହିଳା ଙ୍କ ମୃତଦେହ ଉଦ୍ଧାର ହୋଇଛି।ତାଙ୍କର ବୟସ ୪୦ରୁ ୪୫ ଵୋଲି ଅନୁମାନ କରାଯାଉଛି।

ସକାଳୁ କିଛି ଗ୍ରାମବାସୀ ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କ ମୃତଦେହ ଦେଖି ପୁଲିସ କୁ ଖବର ଦେଇଥିଲେ।

ମହିଳାଙ୍କ ମୃତଦେହ କ୍ଷତବିକ୍ଷତ ହେବା ସହ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିବା ପରେ ଘଟଣାକୁ ନେଇ ବିଭିନ୍ନ ପ୍ରକାରର ସନ୍ଦେହ ସୃଷ୍ଟି ହୋଇଛି।

ଘଟଣାସ୍ଥଳରେ ମହିଳାଙ୍କ ଜୋତା ସହ କିଛି ପୋଷାକ ପଡ଼ିଥିବା ଦେଖିବାକୁ ମିଳିଛି।

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଉଛି।

Advertisment ମହିଳାଙ୍କ ପରିଚୟ ମିଳିନାହିଁ ଖବର ପାଇ ଘଟଣାସ୍ଥଳରେ ଉମରକୋଟ ପୁଲିସ ପହଞ୍ଚି ମୃତଦେହ ନିକଟରେ ପୁଲିସ ମୁତୟନ ରହିଛନ୍ତି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।

ଏହା ହତ୍ୟାକାଣ୍ଡ ନା ଅନ୍ୟ କୌଣସି କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ନବରଙ୍ଗପୁରରୁ ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ଆସି ତଦନ୍ତ କରୁଛି।

ବର୍ତ୍ତମାନ ସୁଦ୍ଧା ମହିଳାଙ୍କ କୌଣସି ପରିଚୟ ମିଳିନାହିଁ।

Murder: ଟାଙ୍ଗିଆ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତଙ୍କୁ ବାନ୍ଧି ପୁଲିସ ଜିମା ଦେଲେ ପରିବାର ଲୋକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)