DJ Vehicle: ଟାୟାର ଫାଟି ଓଲଟିଲା ଡିଜେ ଗାଡ଼ି: ଜଣେ ମୃତ, ୧୦ରୁ ଅଧିକ ଆହତ

Oct 23, 2026 - 10:09
DJ Vehicle: ଟାୟାର ଫାଟି ଓଲଟିଲା ଡିଜେ ଗାଡ଼ି: ଜଣେ ମୃତ, ୧୦ରୁ ଅଧିକ ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ନିକଟରେ ବଡ଼ ଦୁର୍ଘଟଣା ।

ଟାୟାର ଫାଟିଯିବାରୁ ଦୁର୍ଘଟଣାଗ୍ରସ୍ତ ହେଲା ଡିଜେ ଗାଡ଼ି।

ଏଥିରେ ୧୦ରୁ ଅଧିକ ଜଣ ଆହତ ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।

Advertisment ଦୁର୍ଘଟଣାର ତଦନ୍ତ କରୁଛି ମାଥିଲି ପୁଲିସ ସୂଚନା ଅନୁଯାୟୀ, ଧର୍ମଗଡ଼ରୁ ମାଲକାନଗିରି ଅଭିମୁଖେ ଆସୁଥିବା ଡିଜେ ଗାଡ଼ିଟି ମାଥିଲି ନିକଟ ଅଁଳାଯୋଡ଼ି ପାଖରେ ଦୁର୍ଘଟଣାର ଶିକାର ହୋଇଛି।

ଆଜି ସକାଳ ପ୍ରାୟ ୭ଟା ସମୟରେ ମାଲକାନଗିରି ଆସୁଥିବା ଡିଜେ ଗାଡ଼ିର ଟାୟାର ଫାଟିଯିବାରୁ ଏହି ଅଘଟଣ ଘଟିଥିବା ପ୍ରାଥମିକ ସୂଚନା ରହିଛି।

ଦୁର୍ଘଟଣାରେ ୧୦ରୁ ଅଧିକ ଜଣ ଆହତ ହୋଇଥିବାବେଳେ, ସେମାନଙ୍କୁ ଚିକିତ୍ସା ପାଇଁ ମାଥିଲି ଡାକ୍ତରଖାନାକୁ ନିଆଯାଇଛି।

ତେବେ ଆହତଙ୍କ ଅବସ୍ଥା ଓ ଦୁର୍ଘଟଣାର ତଦନ୍ତ କରୁଛି ମାଥିଲି ପୁଲିସ।

Paddy Crops: ବାର୍‌ହା ଉପଦ୍ରବରେ ନଷ୍ଟ ହେଉଛି ଧାନ ଫସଲ: ଚିନ୍ତାରେ ୫୦ରୁ ଊର୍ଦ୍ଧ୍ୱ ଚାଷୀ, ବନ ବିଭାଗର ତଦନ୍ତ ଓ କ୍ଷତିପୂରଣ ଦାବି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)