Murder: ଛୁରାମାଡ଼ରେ ବାପା ମୃତ, ପୁଅ ଗୁରୁତର

Aug 21, 2026 - 16:40
Murder: ଛୁରାମାଡ଼ରେ ବାପା ମୃତ, ପୁଅ ଗୁରୁତର

"ଦେବଗଡ଼ (ଶକ୍ତି ସୌରଭ ନନ୍ଦ): ଦେବଗଡ଼ ଜିଲ୍ଲା ବାରକୋଟ ଥାନାର ଗୌଡସୁଗୁଡ଼ା ଗ୍ରାମରେ ଛୁରାମାଡ଼ ଘଟଣା ଦେଖିବାକୁ ମିଳିଛି।

ଆକ୍ରମଣରେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ମୃତକ ନନେଇ ଗାଁର ଗୌତମ ସାହୁ ଓ  ଗୁରୁତର ପୁଅ ଟିକେଶ୍ବର ସାହୁ।Advertisment ପୁଲିସ କହିଛି ସାମାନ୍ୟ କଥାକୁ ନେଇ ଗୌତମଙ୍କ ପରିବାର ସହିତ ଗୌଡସୁଗୁଡ଼ା ଗ୍ରାମର ବିଜୟ ନାଏକଙ୍କ ଯୁକ୍ତିତର୍କ ହୋଇଥିଲା।

ଏହି ଯୁକ୍ତିତର୍କ ଅଳ୍ପ ସମୟ ମଧ୍ୟରେ ଭୟଙ୍କର ରୂପ ନେଇଥିଲା।

ଗୌତମ ଓ ତାଙ୍କ ପୁଅ ଟିକେଶ୍ବରକୁ ବିଜୟ ଛୁରୀରେ ଆକ୍ରମଣ କରିଥିଲା।

ଆକ୍ରମଣର ଶିକାର ହୋଇଥିବା ଉଭୟ ବାପ ଏବଂ ପୁଅଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗୌତମଙ୍କ ମୃତ୍ୟୁ ଘଟିଥିଲା।

ରିପୋର୍ଟ ଲେଖାଯିବା ବେଳକୁ ଗୁରୁତର ଟିକେଶ୍ବରଙ୍କର ଚିକିତ୍ସା ଜାରି ରହିଛି।

ସୂଚନା ପାଇଁ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)