Mumbai Terror Attack: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବାର୍ଷିକୀ: ସର୍ଗିଓ ଗୋର୍ ଦେଲେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ପୁଣି ଥରେ ନଭେମ୍ବର ୨୬ ତାରିଖର ସେହି ଭୟଙ୍କର ଆତଙ୍କବାଦ କାର୍ଯ୍ୟରେ ପ୍ରାଣ ହରାଇଥିବା ୧୬୬ ଜଣଙ୍କ ସ୍ମୃତିକୁ ଫେରାଇ ଆଣିଛି।
ଏହି ଆକ୍ରମଣର କ୍ଷତ ଭାରତ ଏବଂ ଆମେରିକା ପାଇଁ ମଧ୍ୟ ଗଭୀର।
ସେଥିପାଇଁ ଆକ୍ରମଣର ବାର୍ଷିକୀରେ ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆତଙ୍କବାଦ ବିରୋଧରେ ଭାରତ ସହିତ ଠିଆ ହେବାର ବାର୍ତ୍ତା ଦେଇଛନ୍ତି।
Advertisment ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ଆକ୍ରମଣରେ ପ୍ରାଣ ହରାଇଥିବା ୧୬୬ ନିର୍ଦ୍ଦୋଷ ଲୋକଙ୍କର ସ୍ମୃତି ଚାରଣ କରୁଛି ଆମେରିକା ।
ମୃତକଙ୍କ ମଧ୍ୟରେ ଛଅ ଜଣ ଆମେରିକୀୟ ନାଗରିକ ମଧ୍ୟ ଥିଲେ।
ସେ ପୀଡିତଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି।
ସୁରକ୍ଷା ବାହିନୀଙ୍କର ସାହସିକତାକୁ ଶ୍ରଦ୍ଧାଞ୍ଜଳି ଆମେରିକାର ରାଷ୍ଟ୍ରଦୂତ ଚଳିତ ବର୍ଷ ଆରମ୍ଭରେ ମୁମ୍ବାଇର ତାଜମହଲ ପ୍ୟାଲେସ୍ ହୋଟେଲରେ ସ୍ମାରକୀ ପରିଦର୍ଶନ କରିବା କଥା ମଧ୍ୟ ମନେ ପକାଇ କହିଛନ୍ତି, ସେଠାରୁ ମୁଁ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପୀଡିତ ଏବଂ ଭାରତୀୟ ସୁରକ୍ଷା ବାହିନୀଙ୍କର ସାହସିକତାକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
Terror Attack: ୧୮ ବର୍ଷ ପରେ ବି ମନରୁ ଲିଭିନି ୨୬/୧୧ର କଳାରାତି, ତାଜା ରହିଛି ଆତଙ୍କର ସେହି ଲୋମଟାଙ୍କୁରା ସ୍ମୃତି ତାଙ୍କ ବାର୍ତ୍ତାରେ ଗୋର୍ ସ୍ପଷ୍ଟ କରିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ସହିତ ଆମେରିକା ଠିଆ ହୋଇଛି।
ଆତଙ୍କବାଦୀଙ୍କୁ ନ୍ୟାୟିକ କାଠଗଡ଼ାରେ ଠିଆ କରାଇବା ପାଇଁ ଦୁଇ ଦେଶ ମଧ୍ୟରେ ଆଇନ ପ୍ରବର୍ତ୍ତନ ସଂସ୍ଥା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଭାଗୀତା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
