Mukti's struggle: ଖେଳାଳିଙ୍କ ପାଇଁ ମୁକ୍ତିଙ୍କ ମୁକ୍ତି ସଂଗ୍ରାମ

Sep 12, 2026 - 05:16
Mukti's struggle: ଖେଳାଳିଙ୍କ ପାଇଁ ମୁକ୍ତିଙ୍କ ମୁକ୍ତି ସଂଗ୍ରାମ

"ପ୍ରଫୁଲ୍ଲ କି‌ଶୋର ସାହୁ ଜଣେ ସଫଳ ଖେଳାଳି ହେବା ପାଇଁ ଜଣେ ଭଲ ଫିଜିଓଥେରାପିଷ୍ଟର ଆବଶ୍ୟକ ଥାଏ।

ଖେଳାଳିଟି ପଡ଼ିଆକୁ ଓହ୍ଲାଇଲା ବେ‌ଳେ ତା"ର ଲକ୍ଷ୍ୟ ଥାଏ ନିଜ କ୍ଲବ୍‌, ରାଜ୍ୟ କିମ୍ବା ଦେଶ ପାଇଁ ସୁନାମ ଆଣିବା।

ସେଥିପାଇଁ ତାକୁ ପଡ଼ିଆରେ ୧୦୦ ପ୍ରତିଶତ ଦେବାକୁ ପଡ଼ିଥାଏ।

୧୦୦ ପ୍ରତିଶତ ଦେବାକୁ ହେଲେ ନିଜ ଶରୀର ମଧ୍ୟ ଠିକ୍‌ ରହିବା ଆବଶ୍ୟକ।

ଯଦି ଆହତ ହୁଏ ବିଜୟ ସମ୍ଭାବନା ସମୟରେ ମଧ୍ୟ ଓହରିବାକୁ ବାଧ୍ୟ ‌ହୋଇଥାଏ।

ଆହତ ଖେଳାଳିକୁ ଅକଳନ କରିବା ହେଉଛି ଫିଜିଓଥେରାପିଷ୍ଟର କାମ।

ହଠାତ ଏକ୍ସ-ରେ, ସିଟି ସ୍କାନ୍‌ କରାଇବା କିମ୍ବା ଖେଳାଳିକୁ ତ୍ବରତ ଫିଟ୍‌ କରାଇ ପଡ଼ିଆକୁ ଛାଡ଼ିବାକୁ ଫିଜିଓଥେରାପିଷ୍ଟ ଲାଗିପଡ଼େ।

ଫିଜିଓଥେରାପିଷ୍ଟ ହିଁ ଖେଳାଳିଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିଥାଏ ବୋଲି କହିଛନ୍ତି ଓଡ଼ିଶାର ଜଣେ ସଫଳ ଫିଜିଓ‌ଥେରାପିଷ୍ଟ ମୁକ୍ତିପ୍ରସାଦ ଦାସ।କିନ୍ତୁ ସାଂପ୍ରତିକ ସମୟର କିଛି ଲୋକପ୍ରିୟ ଖେଳର ସଂଘ ଫିଜିଓଥେରାପିଷ୍ଟ ରଖୁଛନ୍ତି।

ହେଲେ ତୃଣମୂଳସ୍ତରରେ ଏହା ଦେଖିବାକୁ ମିଳୁନି।

ଖେଳାଳିଟି ତୃଣମୂଳସ୍ତରରେ ଭଲ କଲେ ହିଁ ଆଗକୁ ବଢ଼ିଥାଏ।

ହେଲେ ସେଠାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଯାଇ ଯଦି ଆହତ ହୁଏ।

ଆଉ ଫେରିବା ତାକୁ କଷ୍ଟ ‌ହୋଇପଡ଼େ।

ସେହିଠାରେ ହିଁ ତା"ର ପ୍ରତିଭା ମରିଯାଏ।

ଆମକୁ ସେହିଠାରେ ପହଞ୍ଚିବାକୁ ପଡ଼ିବ ଯେଉଁଠାରେ ପ୍ରତିଭା ଜନ୍ମ ‌ନେଉଛନ୍ତି।

ଆମର ଲକ୍ଷ୍ୟ ଯେମିତି ତୃଣମୂଳସ୍ତରରେ ଖେଳାଳିଙ୍କ ପାଖରେ ଫିଜିଓଥେରାପିଷ୍ଟର ସହଯୋଗ ନେଇପାରିବ।

ଆମେ ସଂଘମାନଙ୍କ ସହ ଯୋଡ଼ି ହେବା ପରେ ବ୍ୟକ୍ତିଗତ ଭାବେ ଖେଳାଳିମାନଙ୍କ ସହ କିପରି ଯୋଡ଼ି ହେଇ ପାରିବୁ ସେଥିପାଇଁ ଏକ ମୋବାଇଲ୍‌ ଅପ୍ଲିକେସନ୍‌ ବିକଶିତ କରିଛୁ।

ଏହାକୁ ଷ୍ଟାର୍ଟଅପ୍‌ ଓଡ଼ିଶା ଓ ଭାରତର ମାନ୍ୟତା ମଧ୍ୟ ମିଳିଛି।

ଏହା ଦ୍ବାରା ଗାଁ ଗହଳିର ଖେଳାଳି ଆମ ସହ ଯୋଡ଼ି ହୋଇପାରିବେ।

ଏଥିରେ ଖାଲି ଫିଜିଓଥେରାପିଷ୍ଟ ନୁହନ୍ତି, କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ ସହ ଆଲୋଚନା କରି ସେମାନଙ୍କ ଖେଳ ଜୀବନକୁ ଆଗକୁ କିପରି ନେଇ ପାରିବେ।

ଏଥିପାଇଁ ଆମେ ସଙ୍କଳ୍ପବଦ୍ଧ।

ଆହତ ସମସ୍ୟାକୁ ଟାଳିବା ଏବଂ ମୁକୁଳିବା ଲାଗି ପ୍ରତ୍ୟେକ ମ୍ୟାଚ୍‌ ଓ ପ୍ରତିଯୋଗିତାରେ ଫିଜିଓଥେରାପିଷ୍ଟଙ୍କ ଆବଶ୍ୟତା ରହିଛି।

ହେଲେ ଏହି ଟ୍ରେଣ୍ଡ ଓଡ଼ିଶାରେ ନାହିଁ।

ସେ ଦିଗରେ ଆମେ କାମ ଆରମ୍ଭ କରିଦେଇଛୁ।Advertisment Annual function: "ବରିଷ୍ଠ ନାଗରିକ ସମାଜର ଅମୂଲ୍ୟ ସମ୍ପଦ" ଖେଳାଳି ଜୀବନର ଦୁର୍ବଳତାକ୍ରୀଡ଼ା ପ୍ରତି ଥିଲା ମୋର ଅହେତୁକ ଦୁର୍ବଳତା।

ମାଟିକୁ ଦେଖିଲେ କି ଘାସ ପଡ଼ିଆକୁ ଦେଖିଲେ ମୋ ଦିନ ଯାଏନି।

ସ୍କୁଲ୍‌ ସ୍ତରରେ ଜାତୀୟ ପ୍ରତିଯୋଗିତାରେ ଖେଳିଛି।

ହେଲେ ବଡ଼ ଖେଳାଳି ହେବାର ସ୍ବପ୍ନ ସାକାର ହୋଇ ପାରିଲାନି।

କିନ୍ତୁ ଏହି ସ୍ବପ୍ନ ଖେଳାଳିଙ୍କ ସହ ଯୋଡ଼ି ହୋଇ ପାଇଛି।

ଆମ ଘର ପୁରୀ ଜିଲ୍ଲା ଚନ୍ଦନପୁରରେ।

ବାପା ଜଗତବିହାରୀ ଦାଶ ଦାମନଯୋଡ଼ି ନାଲ୍‌କୋରେ ଚାକରି କରିଥିଲା ବେଳେ ମା" ଶାନ୍ତି ମହାପାତ୍ର ସେଠାରେ ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିଲେ।

ତେଣୁ ସେଠାରେ ଜନ୍ମରୁ କଲେଜ ଜୀବନ ମୋର ସେଠାରେ କଟିଥିଲା।

ବିଦ୍ୟାଳୟରେ ମୋର ଟ୍ରିପଲ୍‌ଜମ୍ପ୍‌ (୧୩ ମିଟର)ରେ ରେକର୍ଡ ଏବେ ମଧ୍ୟ ରହିଛି।

ଏହି ପ୍ରଦର୍ଶନ ଯୋଗୁଁ ବୋକାରୋର ଧାନବାଦରେ ଆୟୋଜିତ ଜାତୀୟ ସ୍କୁଲ୍‌ କ୍ରୀଡ଼ାରେ ଖେଳିବାକୁ ସୁଯୋଗ ପାଇଥିଲି।

ସେଠାରେ ଟ୍ରିପଲ୍‌ଜମ୍ପ୍‌ରେ ଭାଗ ନେଇ ଷଷ୍ଠ ସ୍ଥାନରେ ରହିଥିଲି।

ବ୍ୟାଡ୍‌ମିଣ୍ଟନ୍‌ରେ ମଧ୍ୟ ସ୍କୁଲ୍‌ସ୍ତରରେ ରାଜ୍ୟ ବିଜେତା ହୋଇଛି।

ଫୁଟ୍‌ବଲ୍‌ରେ ବି ଜିଲ୍ଲାସ୍ତରରେ ଖେଳିଛି।

ଏମିତି ବି ଯେଉଁ ଖେଳ ମୋ ଆଖିରେ ପଡ଼େ ସେ ଖେଳ ଖେଳିଲି।

କିନ୍ତୁ ପାଠ ପାଇଁ ପରିବାରର ତାଗିଦ ଯୋଗୁଁ ଖେଳକୁ ପେସା କରିପାର ନଥିଲି।

ଫିଜିଓଥେରାପିଷ୍ଟରେ ଭଲ କ୍ୟାରିୟର ଥିବାରୁ ଏଥିରେ ମନୋନିବେଶ କଲି।

ପାଠ ସରିବା ପରେ ଓଡ଼ିଶା ଫେରି ନୂଆ କରି ଆରମ୍ଭ ହୋଇଥିବା ଘରୋଇ ଫିଜିଓଥେରାପିଷ୍ଟ କଲେଜରେ ପ୍ରଥମେ ଅଧ୍ୟାପକ ଭାବେ ଯୋଗ ଦେଲି।

ଏଠାରେ ଖାଲି ପଢ଼େଇବା ସୁଯୋଗ ମିଳୁ ଥିବାରୁ କ୍ଲିନିକାଲ ଅଭ୍ୟାସ ପାଇଁ ଜଣେ ଅର୍ଥୋପେଡିକ୍‌ ଡାକ୍ତରଙ୍କ ପାଖରେ କାମ କଲି।

Bank of India: ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସତର୍କତା ସଚେତନତା କାର୍ଯ୍ୟକ୍ରମ ଦିଲୀପ ତିର୍କିଙ୍କୁ ଭେଟ ନିର୍ଣ୍ଣାୟକଏକଦା ଭାରତୀୟ ହକି ଦଳର ଅଧିନାୟକ ଦିଲୀପ ତିର୍କିଙ୍କ ଗୋଇଠିରେ ଆଘାତ ଲାଗିଥିବାରୁ ଚିକିତ୍ସା ପାଇଁ ଆସିଥିଲେ।

ତାଙ୍କ ସହ ପରିଚୟ ହେଲା।

ଏହିଠାରୁ ଖେଳ ସହ ଯୋଡ଼ିହେବାର ପୁଣି ଏକ ସୁଯୋଗ ପାଇଲି।

ଦିଲୀପ ବାବୁଙ୍କୁ ନ ଜଣାଇ ଓଡ଼ିଶା ହକି ସଂଘର ଫିଜିଓଥେରାପିଷ୍ଟ ହେବା ଲାଗି ଯୋଗଯୋଗ କଲି।

ସେ ସମୟରେ ଦଳ ସହ ୧୮ ଜଣ ଖେଳାଳି ଏବଂ ପ୍ରଶିକ୍ଷକ, ଟ୍ରେନର ସହ ମୋଟ ୨୨ଜଣଙ୍କ ପାଇଁ ସବୁ ବ୍ୟବସ୍ଥା ଥିଲା।

ହେଲେ କୌଣସି ଫିଜିଓଥେରାପିଷ୍ଟଙ୍କ ପାଇଁ ନଥିଲା।

ମୁଁ ନିଜ ଖର୍ଚ୍ଚ ସହ ରାଜ୍ୟ ଦଳ ସହ ଗସ୍ତ କରିବାକୁ ସଂଘଠୁ ଅନୁମତି ମାଗିଲି।

ସେମାନେ ଅନୁମତି ଦେବାରୁ ଓଡ଼ିଶାର ପ୍ରଥମ ଫିଜିଓଥେରାପିଷ୍ଟ ଭାବେ କୌଣସି ଦଳ ସହ ମୁଁ ଯାତ୍ରା କରିଥିଲି।

ଏହାପରେ ପିଏଚ୍‌ଏଲ୍‌ରେ ଓଡ଼ିଶା ଷ୍ଟିଲର ସହ ଥିଲି।

୨୦୦୬ରେ ଦଳ ଡିଭିଜନ୍‌ ୨ରେ ବିଜେତା ହେବା ସହ ଡିଭିଜିନ-୧ ଯୋଗ୍ୟତା ଅର୍ଜନ କରିଥିଲା।

୨୦୦୭ରେ ଦଳ ଡିଭିଜିନ-୧ରେ ବି ବିଜେତା ହୋଇଥିଲା।

ଦୁଇ ଋତୁ ଯାକ ଓଡ଼ିଶା ଷ୍ଟିଲର୍ସର ଶ୍ରେଷ୍ଠ ଏକାଦଶ ବିନା ଆହତରେ ସବୁ ମ୍ୟାଚ୍‌ ଖେଳି ବିଜେତା ହେବାରୁ ଫିଜିଓଥେରାପିଷ୍ଟ ଭାବେ ମୋ ଉପରେ ସମସ୍ତଙ୍କ ନଜର ପଡ଼ିଲା।

ଏକ ଗଣମାଧ୍ୟମରେ ମୋ ବିଷୟରେ ପ୍ରଚାର ହେବାରୁ ଭାରତୀୟ କନିଷ୍ଠ ଦଳର ଫିଜିଓଥେରାପିଷ୍ଟ ଭାବେ ୨୦୦୭-୦୮ରେ ସୁଯୋଗ ମିଳିଥିଲା।

ହକି ସଂଘ ସହ ଶିବିର ଓ ପ୍ରତିଯୋଗିତା ପାଇଁ ଚୁକ୍ତି ‌ହୋଇଥିଲା।

ଫଳରେ ଭାରତୀୟ କନିଷ୍ଠ ପୁରୁଷ ଓ ବରିଷ୍ଠ ମହିଳା ଦଳ ସହ ଦେଶ ଓ ବିଦେଶରେ କାମ କରିଥିଲି।

ପ୍ରାୟ ୮ ବର୍ଷ ଧରି ହକି ସଂଘ ସହ ରହିଥିଲି।

ଏହା ମଧ୍ୟରେ ଭାରତୀୟ ୧୫ ବର୍ଷରୁ କମ୍‌ ଫୁଟ୍‌ବଲ୍‌ ଦଳ, ହକି ଇଣ୍ଡିଆ ଲିଗ୍‌ରେ କଳିଙ୍ଗ ଲାନ୍‌ସର୍ସର ଫିଜିଓଥେରାପିଷ୍ଟ ଭାବେ କାମ କରିଛି।

Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍‌ ୨୦୦୬ରେ ଗ୍ଲୋବାଲ ଫିଜିଓଥେରାପିଷ୍ଟ ସେଣ୍ଟର (ଜିପିସି) ଭାବେ ଏକ ସଂସ୍ଥା କଲୁ।

ପ୍ରଥମେ ପ୍ରତି କ୍ରୀଡ଼ା ସଂଘ ସହ ଖେଳାଳିଙ୍କ ପାଇଁ ଫିଜିଓଥେରାପିଷ୍ଟଙ୍କ ଆବଶ୍ୟକତା ବୁଝାଇ ମାଗାଣା ସେବା ଯୋଗାଇବାକୁ ଆଲୋଚନା କଲୁ।

ଏହାପରେ କିଛି ସଂଘ ସହ ଜିପିସି କାମ ଆରମ୍ଭ କଲା।

ଗତ ବର୍ଷ ସିଏମ୍‌ ଟ୍ରଫିରେ ଦେଖିବାକୁ ପାଇଲୁ ପ୍ରତିଯୋଗିତା ସମୟରେ ଜଣେ ଫାର୍ମାସିଷ୍ଟଙ୍କ ଦୁଇ ଜଣ ସହଯୋଗୀ ଅଛନ୍ତି।

ଏହି ବିଷୟରେ ସରକାରଙ୍କ ଦୃଷ୍ଟି ଗୋଚର କରିବା ସହ ଖେଳାଳିଙ୍କ ଭବିଷ୍ୟତ ପାଇଁ ଫିଜିଓଥେରାପିଷ୍ଟ ଆବଶ୍ୟକ ବୁଝାଇବା ସହ ନିଯୁକ୍ତି ଲାଗି କହିଥିଲୁ।

ଫଳରେ ଚଳିତ ବର୍ଷଠୁ ସିଏମ୍‌ ଟ୍ରଫି ସହ ଫିଜିଓଥେରାପିଷ୍ଟ ଯୋଡ଼ି ହୋଇପାରିଛନ୍ତି।

ସାରା ଦେଶରେ ଜିପିସି ମଧ୍ୟ ୧୦୦ରୁ ଉର୍ଦ୍ଧ୍ବ କ୍ରୀଡ଼ା ସଂସ୍ଥା ସହ ଯୋଡ଼ି ହୋଇପାରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)