Mukesh Ambani : ମୁକେଶ ହରାଇଲେ ଏସିଆର ଦ୍ବିତୀୟ ବଡ଼ ଧନୀ ମୁକୁଟ
ନୂଆଦିଲ୍ଲୀ: ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ରହିଥିବା ଦବ୍ଦବା ଧୀରେ ଧୀରେ ଦୂର ହେବାରେ ଲାଗିଛି। ତାଙ୍କଠାରୁ ଏସିଆର ଦ୍ବିତୀୟ ଧନୀ ମୁକୁଟକୁ ଚୀନର ଜଣେ ଶିଳ୍ପପତି ଛଡ଼ାଇ ନେଇଛନ୍ତି। ସେ ହେଉଛନ୍ତି ଲୋକପ୍ରିୟ କ୍ଷୁଦ୍ର ଭିଡିଓ ପ୍ଲାଟ୍ଫର୍ମ ଟିକ୍ଟକ୍ର ସହ ପ୍ରତିଷ୍ଠାତା ଝାଙ୍ଗ ୟିମିଙ୍ଗ୍।
ଅଧିକପଢ଼ନ୍ତୁ:ସମ୍ବିଧାନ ବିଶେଷଜ୍ଞ ତଥା ପଦ୍ମଭୂଷଣ ବିଜେତା ଡକ୍ଟର ସୁଭାଷ କଶ୍ୟପଙ୍କ ପରଲୋକ
ବ୍ଲୁମ୍ବର୍ଗ ବିଲିଓନେୟାର ସୂଚୀ ଅନୁସାରେ ୯୩ ବିଲିୟନ ଡଲାର (୮.୯ ଲକ୍ଷ କୋଟି ଟଙ୍କା)ର ସମ୍ପତ୍ତି ସହ ସେ ଏସିଆର ଦ୍ବିତୀୟ ବଡ଼ ଧନୀ ଭାବେ ଉଭା ହୋଇଛନ୍ତି। ମୁକେଶଙ୍କ ସମ୍ପତ୍ତି ତାଙ୍କଠାରୁ ସାମାନ୍ୟ କମ୍ ୮୬ ବିଲିୟନ ଡଲର (୮.୩୧ ଲକ୍ଷ କୋଟି ଟଙ୍କା) ରହିଯାଇଛି। ଏସିଆର ସବୁଠୁ ବଡ଼ ଧନୀ ମୁକୁଟ ଆଦାନୀ ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନୀଙ୍କ ମୁଣ୍ଡରେ ରହିଛି।ଏଆଇ ଚାଟ୍ବଟ୍ ଡୋବାଓର ସଫଳତା ପରେ ଝାଙ୍ଗଙ୍କ ସମ୍ପତ୍ତିରେ ବଡ଼ ଧରଣର ବୃଦ୍ଧି ହୋଇଥିଲା। ଚାଟ୍ଜିପିଟି ଓ ଗୁଗଲ୍ ଜେମିନି ଭଳି ତାହା ହେଉଛି ଏକ ଶକ୍ତିଶାଳୀ ଏଆଇ ଚାଟ୍ବଟ୍। ତାଙ୍କ ସମ୍ପତ୍ତି ଗତ ୭ ବର୍ଷରେ ପ୍ରାୟ ୭ ଗୁଣା ବଢ଼ିଛି। ସେ ‘ବାଇଟ୍ଡ୍ୟାନ୍ସ’ ନାମକ କମ୍ପାନି ଗଢ଼ିଥିଲେ ଯାହା ଟିକ୍ଟକ୍ ଆଣିଥିଲେ। କମ୍ପାନିର ଆମେରିକୀୟ ବ୍ୟବସାୟ ବିକ୍ରି ହେବା ପରେ ତାଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଥିଲା।
ବ୍ଲୁମ୍ବର୍ଗ ବିଲିଓନେୟାର ସୂଚୀ ଅନୁସାରେ ୧୧୫ ବିଲିୟନ ଡଲାର ସମ୍ପତ୍ତି ସହ ଆଦାନୀ ଏସିଆର ଏକ ନମ୍ବର ଧନୀ ହୋଇ ରହିଛନ୍ତି। ତାଙ୍କ ପଛକୁ ଝାଙ୍ଗ ୟିମିଙ୍ଗ, ମୁକେଶ ଅମ୍ବାନୀ, ୟୁନିକ୍ଲୋର ତାଦାଶୀ ୟାନାଇ ଓ ସଫ୍ଟ ବ୍ୟାଙ୍କର ମାସାୟୋସୀ ସୋନ୍ ରହିଛନ୍ତି। ସମଗ୍ର ବିଶ୍ବରେ ୭୨୬ ବିଲିୟନ ଡଲାର (୬୯ ଲକ୍ଷ କୋଟି ଟଙ୍କା) ସହ ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ବିଶ୍ବର ଏକ ନମ୍ବର ଧନୀ ହୋଇରହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।