Akshay Kumar: ନଅବର୍ଷ ପୂର୍ବେ କିଣିଥିବା କୋଠାକୁ ବିକ୍ରି କରି ଦୁଇଗୁଣା ଲାଭ ପାଇଲେ ଖିଲାଡ଼ି
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଧନୀ ଅଭିନେତାମାନଙ୍କ ମଧ୍ୟରୁ ଜଣେ। ୩୫ ବର୍ଷର ବଲିଉଡ କ୍ୟାରିୟରରେ ଅକ୍ଷୟ ଖୁବ ଲୋକପ୍ରିୟତା ହାସଲ କରିବା ସହିତ ଅନେକ ସମ୍ପତ୍ତି ନିଜ ନାମରେ କରିଛନ୍ତି। ସମ୍ପ୍ରତି ଅକ୍ଷୟ ମୁମ୍ବାଇର ବୋରିଭାଲିରେସ୍ଥିତ ତାଙ୍କର ଦୁଇଟି କୋଠାକୁ ବିକ୍ରି କରି ଦେଇଛନ୍ତି। ଏତଦ ଦ୍ବାରା ସେ ତାଙ୍କର ମୂଳ ନିବେଶର ଦୁଇଗୁଣ ଲାଭ ପାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଅକ୍ଷୟ କୁମାର ତାଙ୍କର ଦୁଇଟି କୋଠାକୁ ସୁବର୍ଣ୍ଣା ରୂପେଶ କୁମାର ସକପାଲଙ୍କୁ ବିକିଛନ୍ତି। 'ଖିଲାଡି କୁମାର'ଙ୍କ ଏହି ଫ୍ଲାଟଗୁଡ଼ିକ ବୋରିଭାଲି ପୂର୍ବ 'ସ୍କାଇ ସିଟି' ନାମକ କୋଠାର ୩୫ତମ ମହଲାରେ ଅବସ୍ଥିତ ଥିଲା।
ଅଧିକପଢ଼ନ୍ତୁ:ସମ୍ବିଧାନ ବିଶେଷଜ୍ଞ ତଥା ପଦ୍ମଭୂଷଣ ବିଜେତା ଡକ୍ଟର ସୁଭାଷ କଶ୍ୟପଙ୍କ ପରଲୋକ
ସୂଚନାଯୋଗ୍ୟ, ୨୦୧୭ରେ ଅକ୍ଷୟ ସମ୍ପ୍ରତି ବିକ୍ରି କରିଥିବା କୋଠାଦୁଇଟିକୁ କିଣିଥିଲେ। ପ୍ରାୟ ନଅ ବର୍ଷ ପରେ ସେ ଦୁଇଟି କୋଠାକୁ ବିକି ବେଶ ଲାଭ ପାଇ ପାରିଛନ୍ତି । ଅଭିନେତା ଦୁଇଟି କୋଠାକୁ ମିଳିତ ଭାବରେ ମୋଟ ୭.୧୦ କୋଟି ଟଙ୍କାରେ ବିକ୍ରି କରିଥିବା ବେଳେ ସେ ୨୦୧୭ ରେ ମାତ୍ର ୩.୬୮ କୋଟି ଟଙ୍କାରେ ଏହାକୁ କିଣିଥିଲେ।
ବଲିଉଡରେ ୩୫ ବର୍ଷ ଧରି କାମ କରିବା ପରେ ଅକ୍ଷୟ କୁମାର ନିରନ୍ତର ସବୁଠାରୁ ଧନୀ ଅଭିନେତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ରିପୋର୍ଟ ଅନୁଯାୟୀ, ପ୍ରତି ଫିଲ୍ମ ପାଇଁ ୯୦ କୋଟି ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରୁଥିବା ଅକ୍ଷୟଙ୍କର ମୋଟ ଆୟ ୨,୫୦୦ କୋଟି ଟଙ୍କା। ସେ ତାଙ୍କ ପରିବାର ସହିତ ମୁମ୍ବାଇର ଜୁହୁରେ ଏକ ବଙ୍ଗଳାରେ ବସବାସ କରନ୍ତି। ଯାହାର ମୂଲ୍ୟ ୮୦ କୋଟି ଟଙ୍କା ଥିବା ଅନୁମାନ କରାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।