Judgement: ସୁରେନ୍ଦ୍ର ଗାଡଲିଙ୍ଗଙ୍କ ଜାମିନ ଆବେଦନ ଶୁଣାଣିରୁ ତୃତୀୟ ସୁପ୍ରିମ୍କୋର୍ଟ ବିଚାରପତି ଓହରିଲେ
"ନୂଆଦିଲ୍ଲୀ: ଭୀମା-କୋରେଗାଓଁ ହିଂସା ଓ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ମାମଲାରେ ଅଭିଯୁକ୍ତ ଆଇନଜୀବୀ ସୁରେନ୍ଦ୍ର ଗାଡଲିଙ୍ଗଙ୍କ ଜାମିନ ଆବେଦନ ଶୁଣାଣିରୁ ସୁପ୍ରିମ୍କୋର୍ଟର ଆଉ ଜଣେ ବିଚାରପତି ନିଜକୁ ଅଲଗା କରିନେଇଛନ୍ତି।
ଏହା ସହ ଏହି ମାମଲାରେ ଏପର୍ଯ୍ୟନ୍ତ ତିନିଜଣ ବିଚାରପତି ଶୁଣାଣିରୁ ନିଜକୁ ଦୂରେଇ ରଖିଛନ୍ତି।Advertisment ସୋମବାର ନ୍ୟାୟମୂର୍ତ୍ତି କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠକୁ ମାମଲା ଶୁଣାଣି ପାଇଁ ଆସିଥିଲା।
ତେବେ ନ୍ୟାୟମୂର୍ତ୍ତି ବିଶ୍ୱନାଥନ କୌଣସି କାରଣ ନ ଦର୍ଶାଇ ଏହି ମାମଲାର ଶୁଣାଣିରୁ ଓହରିଯାଇ ଥିଲେ।
ଏହାପୂର୍ବରୁ ମଧ୍ୟ ସୁପ୍ରିମ୍କୋର୍ଟର ଦୁଇଜଣ ବିଚାରପତି ଏହି ମାମଲାର ଶୁଣାଣିରୁ ନିଜକୁ ପ୍ରତ୍ୟାହାର କରିଥିଲେ।
ସୁରେନ୍ଦ୍ର ଗାଡଲିଙ୍ଗ ୨୦୧୮ ମସିହାର ଭୀମା-କୋରେଗାଓଁ ମାମଲାରେ ଗିରଫ ହୋଇଥିଲେ।
ଜାତୀୟ ତଦନ୍ତ ଏଜେନ୍ସି (ଏନ୍ଆଇଏ) ତାଙ୍କ ବିରୋଧରେ ନିଷିଦ୍ଧ ସଂଗଠନ ସହ ସମ୍ପର୍କ ଓ ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛି।
ଗାଡଲିଙ୍ଗ ଏହି ସମସ୍ତ ଅଭିଯୋଗକୁ ଅସ୍ୱୀକାର କରି ଦୀର୍ଘ ଦିନ ଧରି ଜାମିନ ପାଇଁ ଆଇନଗତ ଲଢ଼େଇ ଜାରି ରଖିଛନ୍ତି।
ବମ୍ବେ ହାଇକୋର୍ଟ ପୂର୍ବରୁ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ।
ଏହା ପରେ ସେ ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି।
କିନ୍ତୁ ପରପର ତିନିଜଣ ବିଚାରପତି ଶୁଣାଣିରୁ ଓହରିବାରୁ ତାଙ୍କ ଜାମିନ ଆବେଦନର ଶୁଣାଣି ବିଳମ୍ବିତ ହୋଇଛି।
ବର୍ତ୍ତମାନ ଏହି ମାମଲାକୁ ଶୁଣାଣି ପାଇଁ ଅନ୍ୟ ଏକ ଉପଯୁକ୍ତ ଖଣ୍ଡପୀଠ ନିକଟରେ ତାଲିକାଭୁକ୍ତ କରାଯିବ।
Supremecourt: ଶିଶୁ ଦୁଷ୍କର୍ମ ପୀଡ଼ିତାଙ୍କ ଚିକିତ୍ସାରେ ଅବହେଳା: ଘରୋଇ ହସ୍ପିଟାଲକୁ ସୁପ୍ରିମ୍କୋର୍ଟଙ୍କ କଡ଼ା ଭର୍ତ୍ସନା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।