Movie for today: ଆଜି ପାଇଁ ସିନେମା

Aug 16, 2026 - 04:04
Movie for today: ଆଜି ପାଇଁ ସିନେମା

"ଦେଶପ୍ରେମମୂଳକ କାହାଣୀ ଆଧାରରେ ବଲିଉଡ୍‌ରେ ଶହେରୁ ଅଧିକ ସିନେମା ନିର୍ମାଣ ହୋଇଛି।

ଯୁଦ୍ଧରେ ସେନାର ସାମୂହିକ ପରାକ୍ରମଠାରୁ ବ୍ୟକ୍ତିଗତ ବୀରତ୍ବର କାହାଣୀ ଏହି ସବୁ ସିନେମାରେ ଚିତ୍ରାୟିତ ହୋଇଛି।

ଚଳଚ୍ଚିତ୍ରରେ ଚିତ୍ରଣ କରାଯାଇଛି।

ସେଥିମଧ୍ୟରୁ କେତେକ ସିନେମା ଓ ଏଥିରେ ପ୍ରଦର୍ଶିତ କାହାଣୀ ଦର୍ଶକଙ୍କ ମନରେ ଜୀବନ୍ତ ହୋଇ ରହିଛି।

ପ୍ରତିବର୍ଷ ସ୍ବାଧୀନତା ଦିବସ ଆସିଲେ ସେହି ସବୁ ସିନେମା ଦେଖିବାକୁ ଦର୍ଶକ ମନବଳାନ୍ତି।

ଆଉ ଟିଭି ଚାନେଲ୍‌ଗୁଡ଼ିକ ମଧ୍ୟ ତାହାର ପ୍ରସାରଣ କରନ୍ତି।

ଏହି ସୁଯୋଗ ହାତଛଡ଼ା କରିବା ଉଚିତ ନୁହେଁ।Advertisment Independence Day Live: ପଲ୍ଲୀରୁ ଦିଲ୍ଲୀ ଯାଏଁ...

ଏଠାରେ ପଢ଼ନ୍ତୁ ସ୍ୱାଧୀନତା ଦିବସର ପ୍ରତିଟି ଅପ୍‌ଡେଟ୍ ଏହି ଶ୍ରେଣୀର ଏକ ଲୋକପ୍ରିୟ ସିନେମା ହେଉଛି ଶାହରୁଖ୍‌ ଖାନ୍‌ଙ୍କ ଅଭିନୀତ "ଜୱାନ୍‌"।

ଏଥିରେ ନ୍ୟାୟ, ନୀତି ଓ ସାମାଜିକ ଦାୟିତ୍ୱର କାହାଣୀ ଦେଖିବାକୁ ମିଳିଛି।

ସେହିପରି ଋତିକ ରୋ‌ଶନ୍‌ଙ୍କ "ଲକ୍ଷ୍ୟ" ଚଳଚ୍ଚିତ୍ରରେ ଜଣେ ଦିଗହରା ଯୁବକ କିପରି ଶୃଙ୍ଖଳିତ ସୈନିକରେ ପରିଣତ ହୁଏ ତାହାକୁ ଖୁବ୍ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି।

ଦେଶଭକ୍ତି ଆଧାରିତ ଅନ୍ୟ ଏକ ସିନେମା ହେଉଛି କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ "ଚନ୍ଦୁ ଚାମ୍ପିଅନ୍"।

ଏହି ସିନେମାରେ ପୂର୍ବତନ ଯବାନ ମୁରଲୀକାନ୍ତ ପେଟକରଙ୍କ ସଂଘର୍ଷ ଓ ପାରାଲିମ୍ପିକ୍‌ ସଫଳତାର କାହାଣୀକୁ ଚିତ୍ରାୟିତ କରାଯାଇଛି।

Earthquake: ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ ଜାରି କେବଳ ଏତିକି ନୁହେଁ; ଋତିକଙ୍କ ଅନ୍ୟ ଏକ ସିନେମା "ଫାଇଟର୍"ରେ ଭାରତୀୟ ବାୟୁସେନାର ପାଇଲଟ୍‌ଙ୍କ ସାହସ, ବନ୍ଧୁତ୍ୱ ଓ ବଳିଦାନ ଦେଖାଯାଇଛି।

ସେହିପରି "ଗୁଞ୍ଜନ ସକ୍ସେନା: ଦ କାର୍ଗିଲ୍‌ ଗର୍ଲ"ରେ ଜଣେ ମହିଳା ପାଇଲଟ୍‌ଙ୍କ ସଂଘର୍ଷ ଓ ସଫଳତା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ "ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌", "ସ୍କାଏ ଫୋର୍ସ", "ଶେରଶାହ" ଓ "ବର୍ଡର" ଭଳି ଫିଲ୍ମରେ ସେନାର ସାହସ ଓ ଦେଶ ପାଇଁ ବଳିଦାନର କାହାଣୀ ରହିଛି।

ଏହାବ୍ୟତୀତ "ସାମ୍‌ ବାହାଦୁର"ରେ ଫିଲ୍ଡ ମାର୍ଶାଲ୍‌ ସାମ୍‌ ମାନେକ୍‌ଶଙ୍କ ନେତୃତ୍ୱକୁ ଦେଖାଯାଇଥିବା ବେଳେ "ମିଶନ୍‌ ମଙ୍ଗଳ"ରେ ଭାରତୀୟ ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ସଫଳତାକୁ ଦେଶପ୍ରେମର ଅନ୍ୟ ଏକ ରୂପ ଭାବେ ଦର୍ଶାଯାଇଛି। "ରାଜି"ରେ ଗୁପ୍ତଚର ଭାବେ ଦେଶ ପାଇଁ ଜଣେ ଯୁବତୀଙ୍କ ତ୍ୟାଗ ଓ ସାହସର କାହାଣୀ ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media