06 JUNE 2026

Welcome!

Unlock your personalized experience.
Sign Up

Mou: ୯୦୦୦ ଠିକା କର୍ମଚାରୀଙ୍କ କଲ୍ୟାଣ ପାଇଁ ଏସ୍‌ବିଆଇ ସହ ନାଲ୍‌କୋର ଏମ୍‌ଓୟୁ

Jun 05, 2026 - 07:19
Mou: ୯୦୦୦ ଠିକା କର୍ମଚାରୀଙ୍କ କଲ୍ୟାଣ ପାଇଁ ଏସ୍‌ବିଆଇ ସହ ନାଲ୍‌କୋର ଏମ୍‌ଓୟୁ

ଭୁବନେଶ୍ବର: କର୍ମଚାରୀଙ୍କ କଲ୍ୟାଣ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ) ଓ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ (ନାଲ୍‌କୋ) ମଧ୍ୟରେ ଆଜି ଏକ ଐତିହାସିକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି। ନାଲ୍‌କୋରେ ଠିକାଦାରମାନଙ୍କ ଦ୍ୱାରା ନିୟୋଜିତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ କର୍ପୋରେଟ୍ ବେତନ ପ୍ୟାକେଜ୍ ସୁବିଧା ପ୍ରଦାନ ପାଇଁ ଏହି ଏମ୍‌ଓୟୁ ହୋଇଛି। ଏହି ପଦକ୍ଷେପ ଦ୍ବାରା ପ୍ରାୟ ୯୦୦୦ ଚୁକ୍ତିଭିତ୍ତିକ ଶ୍ରମିକ ଉପକୃତ ହେବେ। ଏସ୍‌ବିଆଇର ଡିଜିଏମ୍‌ (ଆରସିଡବ୍ଲ୍ୟୁଏମ୍‌) ଆଶିଷ କୁମାର ମିଶ୍ର ଓ ନାଲ୍‌କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

(ମାନବ ସମ୍ବଳ) ଆଶୁତୋଷ ରଥଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାପରେ ଏସ୍‌ବିଆଇର ଜିଏମ୍‌ ବନ୍ଦନା ଅଗ୍ରୱାଲ ଏବଂ ନାଲ୍‌କୋର ନିର୍ଦ୍ଦେଶକ (ମାନବ ସମ୍ବଳ) ଡ. ତାପସ କୁମାର ପଟ୍ଟନାୟକଙ୍କ ମଧ୍ୟରେ ଉକ୍ତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ରର ଏକ ପ୍ରମୁଖ ବିଶେଷତ୍ୱ ହେଉଛି ଠିକା କର୍ମଚାରୀଙ୍କ ପାଇଁ ଦୁର୍ଘଟଣା ବୀମା ସୁବିଧାକୁ ଅନ୍ତର୍ଭୁକ୍ତ କରିବା, ଯାହା ସ୍ଥାୟୀ କର୍ମଚାରୀଙ୍କ ପାଇଁ ଉପଲବ୍ଧ ସୁବିଧା ସହିତ ସମାନ ଅଟେ। 

ଆହୁରି ପଢ଼ନ୍ତୁ: Plastic barricades : ଟ୍ରାଫିକ୍‌ ଛକରେ ପ୍ଲାଷ୍ଟିକ୍‌ ବ୍ୟାରିକେଡ୍‌ ନାଲକୋ ଓ ଡମଣା ଛକରେ ଲାଗିଲା , ମାନିବେ ତ ଅମାନିଆ

ଏହି ଅବସରରେ ଏସବିଆଇର ଜିଏମ୍‌ ଏସ୍‌ବିଆଇ ଏବଂ ନାଲ୍‌କୋ ମଧ୍ୟରେ ଦୃଢ଼ ବ୍ୟବସାୟିକ ସମ୍ପର୍କକୁ ପୁନଃସ୍ଥାପିତ କରି ଭବିଷ୍ୟତରେ ଏହି ସହଭାଗିତା ଆହୁରି ମଜଭୁତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ନାଲ୍‌କୋର ସିଜିଏମ୍‌ ସରୋଜ କୁମାର ପାତ୍ର ଉପସ୍ଥିତ ଥିଲେ । ଏହି ଅବସରରେ ଡିଜିଏମ୍ ଏସ୍ ଏନ୍ ବଦଲାମଣି, ଏଜିଏମ୍ ମନୋଜ କୁମାର ପ୍ରଧାନ, ଆଞ୍ଚଳିକ ପ୍ରବନ୍ଧକ ଯଶୋବନ୍ତ ଦାଶ, ଏଜିଏମ୍ ସୁକାନ୍ତ ମହାପାତ୍ର ଏବଂ ନାଲ୍‌କୋ କ୍ୟାମ୍ପସ୍ ଶାଖାର ମୁଖ୍ୟ ପ୍ରବନ୍ଧକ ସନ୍ନି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ଦେଖନ୍ତୁ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।