Education: ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ଏସ୍‌ଏପି ଶିକ୍ଷା

Jul 21, 2026 - 22:11
Education: ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ଏସ୍‌ଏପି ଶିକ୍ଷା

"ଭୁବନେଶ୍ବର: ଏସ୍‌ଏପି ଲର୍ଣ୍ଣିଂ ହବ୍‌ ପକ୍ଷରୁ ଭାରତର ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଃଶୁଳ୍କ ଶିକ୍ଷା ପ୍ରଦାନ କରାଯାଉଛି।

ପାଠପଢ଼ା ପରେ ମିଳୁଥିବା ଡିଗ୍ରି ଓ କର୍ମକ୍ଷେତ୍ର ଆବଶ୍ୟକତା ମଧ୍ୟରେ ଥିବା ଅନ୍ତରକୁ ଏହା ଦୂର କରିବ।

ଏଥିରେ ଛାତ୍ରଛାତ୍ରୀମାନେ ଫାଇନାନ୍ସ, ଯୋଗାଣ ଶୃଙ୍ଖଳ, ମାନବ ସମ୍ବଳ ଓ ଆନାଲିଟିକ୍ସ ଆଦି ପାଠ ପଢ଼ିପାରିବେ।Advertisment ସେମାନଙ୍କୁ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ଓ ଦୁଇ ଥର ଏସ୍‌ଏପି ସାର୍ଟିଫିକେସନ ପରୀକ୍ଷା ଦେବାର ମଧ୍ୟ ସୁଯୋଗ ମିଳିବ।

ଯେକୌଣସି କ୍ଷେତ୍ରର ଛାତ୍ରଛାତ୍ରୀମାନେ ଏହି ସୁଯୋଗର ଲାଭ ଉଠାଇପାରିବେ ବୋଳି ଏସ୍‌ଏପି ଲର୍ଣ୍ଣିଂ ହବ୍‌ର ପ୍ରୋଗ୍ରାମ ମ୍ୟାନେଜର ଡେଭିଡ୍‌ ଚାଭିଆନୋ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।