Mother-Daughter Found Dead: ଚାଞ୍ଚଲ୍ୟ! ମା’ ଝିଅଙ୍କୁ ହତ୍ୟା, ବନ୍ଦ ଘରୁ ମୃତଦେହ ଉଦ୍ଧାର

Jun 28, 2026 - 12:18
Mother-Daughter Found Dead: ଚାଞ୍ଚଲ୍ୟ! ମା’ ଝିଅଙ୍କୁ ହତ୍ୟା, ବନ୍ଦ ଘରୁ ମୃତଦେହ ଉଦ୍ଧାର

ମା' ଝିଅଙ୍କୁ ହତ୍ୟା ଆଶଙ୍କା। ଦିନ ଦ୍ବିପହରରେ ଘରେ କବାଟ ଲଗାଇ ଉଭୟଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଆଶଙ୍କା। ଗତକାଲି ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଡକେଇପାଳ ଗାଁରେ ବନ୍ଦ ଘରୁ ମିଳିଛି ମୃତଦେହ। ତେବେ ମାଆ-ଝିଅଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଜାରି ରହିଛି।

ସ୍ୱାମୀ ଚୈତନ୍ୟଙ୍କ କଥାରେ ତାଳମେଳ ରହୁନଥିବା ନେଇ ତାଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ପୋଲିସ ତାକୁ ଅଟକ ରଖିଥିବା ଜଣାପଡିଛି। ଘରୁ ଏକ କୁରାଢି ମଧ୍ୟ ଜବତ କରାଯାଇଛି। ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।