Irregularities in Kalinga Studio Revamp: କଳିଙ୍ଗ ଷ୍ଟୁଡ଼ିଓ ପୁନରୁଦ୍ଧାର କାମରେ ବଡ଼ ଅନିୟମିତତା, ୨୦୦ କୋଟିର ହେରଫେର!
ରାଜ୍ୟର ଗର୍ବ ଓ ଗୌରବ କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର କାମରେ ଅନିୟମିତତାର ଗନ୍ଧ। ତତକାଳୀନ ବିଜେଡି ସରକାର ଅମଳରେ ୨୦୦କୋଟିର ପ୍ରକଳ୍ପରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ଚଳଚ୍ଚିତ୍ର ନିର୍ମାତା ସଂଘ। ୨୬ ଏକରରେ ଫିଲ୍ମ ସିଟି ନିର୍ମାଣ ପାଇଁ ସେତେବେଳେ ବ୍ୟୟବରାଦ ହୋଇଥିଲା ୨୦୦ କୋଟି। ହେଲେ ଭିତରେ ଫିଲ୍ମ ସୁଟିଂ କାଠିକର ପାଠ ବୋଲି କହିଛି ଚଳଚ୍ଚିତ୍ର ସଂଘ।
କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ସୁଟିଂ ପାଇଁ ତାହା ଅନୁକୂଳ ନଥିବା ସଂଘ କହିଛି। କିଛି ଦିନ ତଳେ ଅଭିନେତା ତଥା ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ବି ଷ୍ଟୁଡିଓରେ ଖର୍ଚ୍ଚ ହୋଇଥିବା ଟଙ୍କା ଓ ତାର ଅଡିଟ୍ ନେଇ ପ୍ରଶ୍ନ ଉଠାଇଥିଲେ। ସେପଟେ ଶିଳ୍ପମନ୍ତ୍ରୀ କହିଛନ୍ତି, ଦୁର୍ନୀତି ନେଇ ସରକାରଙ୍କ ପାଖରେ ଲିଖିତ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।