Mutton Dispute at Wedding Feast : ମଟନ ନ ଦେବାରୁ ନାବାଳକର ବେକ କାଟିଦେଲେ

Jun 28, 2026 - 12:37
Mutton Dispute at Wedding Feast : ମଟନ ନ ଦେବାରୁ ନାବାଳକର ବେକ କାଟିଦେଲେ

ବିବାହ ଭୋଜିରେ ମଟନ୍ ଦେଲେନି ବୋଲି ବେକ କାଟିଦେଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ରେମୁଣା ଥାନା ମନ୍ଦିର ଛକରେ। ନାବାଳକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ୪ ଜଣ ନାବାଳକ। ଏକ ବିବାହ ଭୋଜି ଚାଲିଥିବା ବେଳେ କ୍ୟାଟରିଙ୍ଗରେ ଯାଇଥିଲେ ନାବାଳକ ଜଣକ। 

ଅନ୍ୟ କିଛି ନାବାଳକ ଭୋଜି ଖାଇବା ପାଇଁ ଆସି ମଟନ୍ ମାଗିବାରୁ କ୍ୟାଟରିଙ୍ଗରେ ଥିବା ନାବାଳକ ଚିକେନ ଦେଇ ଦେଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। କିଛି ସମୟ ପରେ କ୍ୟାଟେରିଙ୍ଗରେ କାମ କରୁଥିବା ନାବାଳକ ବାହାରକୁ ବାହାରିଥିଲେ, ସେତେବେଳେ ମାରଣାସ୍ତ୍ର ଧରି ବେକକୁ ଆକ୍ରମଣ କରିଥିଲେ ୪ ଜଣ ନାବାଳକ। 

ତେବେ ଆହତ ଅବସ୍ତାରେ କ୍ୟାଟରିଙ୍ଗ କାମ କରୁଥିବା ନାବାଳକକୁ ଫକିର ମୋହନ ମେଡିକାଲ କଲେଜ ପରେ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଆକ୍ରମଣ କରିଥିବା ୪ ନାବାଳକକୁ ରେମୁଣା ପୋଲିସ୍ ଅଟକ ରଖିବା ସହ ବାଳ ସୁଧାର ଗୃହକୁ ପଠାଇଛି।