Earthquake Hits Japan: ୬.୧ ତୀବ୍ରତାର ଭୂକମ୍ପରେ ଥରିଲା ଜାପାନ, ସତର୍କ ରହିବାକୁ ପରାମର୍ଶ

Jun 28, 2026 - 12:18
Earthquake Hits Japan: ୬.୧ ତୀବ୍ରତାର ଭୂକମ୍ପରେ ଥରିଲା ଜାପାନ, ସତର୍କ ରହିବାକୁ ପରାମର୍ଶ

ଉତ୍ତର ଜାପାନରେ ଭୂମିକମ୍ପ। ରବିବାର ସକାଳେ ଉତ୍ତର ଜାପାନର ଇୱାତେ ଅଞ୍ଚଳରେ ୬.୧ ତୀବ୍ରତାର ଭୂମିକମ୍ପ ହୋଇଛି। କିଛି ଦିନ ପୂର୍ବରୁ ଏକ ଭୟଙ୍କର ଭୂମିକମ୍ପ ହୋଇଥିଲା ଏବଂ ଏବେ ପୁଣି ହେବାରୁ ଏହା ଚିନ୍ତା ବଢାଇଛି। ଭୂମିକମ୍ପରେ କୌଣସି ମୃତ୍ୟୁ ହୋଇନଥିବା ସୂଚନା ମିଳୁଛି।

ଜାପାନର ସମୟ ଅନୁସାରେ, ଜାପାନ ମେଟିଅରୋଲଜିକାଲ ଏଜେନ୍ସି ଦର୍ଶାଇଛି ଯେ ଭୋର ୫.୨୧ଟାରେ ଭୂମିକମ୍ପ ହୋଇଥିଲା। କର୍ତ୍ତୁପକ୍ଷଙ୍କ କହିବା ଅନୁସାରେ, ଭୂମିକମ୍ପର କେନ୍ଦ୍ରବିନ୍ଦୁ ସମୁଦ୍ର ପତନ ଠାରୁ ଚାଳିଶ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା। ଭୂମିକମ୍ପ ପରେ ସୁନାମୀକୁ ନେଇ କୌଣସି ସତର୍କତା ଜାରି କରାଯାଇ ନଥିଲା। ତେବେ ଗତ କାଲି ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା।

ସୂଚନାଯୋଗ୍ୟ, ଜାପାନ ହେଉଛି ସବୁଠାରୁ ଅଧିକ ଭୂ-କମ୍ପ ପ୍ରବଣ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ପ୍ୟାସିଫିକ ରିଙ୍ଗ ଅଫ୍ ଫାୟାର ଅଞ୍ଚଳରେ ରହିଥିବାରୁ ଏଠାରେ ଅଧିକ ପରିମାଣରେ ଟେକ୍ନୋନିକ ପ୍ଲେଟ ମିଶିଥାନ୍ତି, ଯାହା ଫଳରେ ଭୂ-କମ୍ପ ବାରମ୍ବାର ହୁଏ।