Filmy Style Attack: ସ୍କୁଲ ପିଲାଙ୍କୁ ନେଇ ଯିବା ବେଳେ ଭ୍ୟାନ ଡ୍ରାଇଭରଙ୍କୁ ଅତର୍କିତ ଛୁରାମାଡ଼, ସିସିଟିଭିରେ କଏଦ ଦୃଶ୍ୟ
ସ୍କୁଲ ଭ୍ୟାନ ନେଇ ଯାଉଥିବା ସମୟରେ ଚାଳକଙ୍କୁ ଛୁରା ମାଡ। ଜମି ବିବାଦକୁ ନେଇ ଦୁବୃର୍ତ୍ତମାନେ ଗାଡି ଅଟକାଇ ଆକ୍ରମଣ କରିବା ସହ ଜୀବନରୁ ମାରିବା ପାଇଁ ଧମକ ଦେଇଥିଲେ। ଏଭଳି ଦୁର୍ବୃତ୍ତଙ୍କ ଆତଙ୍କକରାଜ ଦେଖିବାକୁ ମିଳିଛି ଭୋପାଳ ସହରର ଚୁନାଭଟି ଥାନା ଅଞ୍ଚଳରେ।
ଚାଳକଙ୍କ ନାମ ଅୟାଜ ଖାନ। ସେ ଚିଚଲି ବୈରାଗଡ ଅଞ୍ଚଳର ବାସିନ୍ଦା। ଭ୍ୟାନ ଚାଳକଙ୍କ ଉପରେ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଦିନ ୨.୩୦ରେ ସ୍କୁଲ ଭ୍ୟାନ ନେଇ ଆସିବା ସମୟରେ, ଓମ ନଗର ଠାରେ ଦୁବୃର୍ତ୍ତମାନେ ଗାଡିକୁ ସାମ୍ନାରୁ ଅଟକାଇଥିଲେ।
ଅୟାଜ ଯେତେବେଳେ ସେମାନଙ୍କୁ ରାସ୍ତାରୁ ହଟିବା ପାଇଁ କହି ଗାଡିରୁ ବାହାରକୁ ଆସିଥିଲେ, ଠିକ୍ ସେହି ସମୟରେ ତାଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଥିଲା। ଅତର୍କିତ ଆକ୍ରମଣରେ ଅୟାନଙ୍କ ହାତ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହାପରେ ଅନ୍ୟ ଅଭିଯୁକ୍ତ ଯାଇ ଆଗକୁ ଆହୁରି ଅଧିକ ଛୁରାମାଡ ହେବ ବୋଲି ସେଠାରେ ଧମକ ଦେଇଥିଲେ। ଦୁବୃର୍ତ୍ତମାନେ ଅୟାଜଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ତଦନ୍ତ ଚଳାଇଛି। ପୈତୃକ ସମ୍ପତ୍ତିକୁ ନେଇ ସମ୍ପର୍କୀୟଙ୍କ ଚାଲିଥିବା ବିବାଦ ଯୋଗୁଁ ଏହି ଘଟଣା ଘଟିଛି ବୋଲି ସୂଚନା ମିଳିଛି।