Neglect: ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରାଯାଉ ନାହିଁ ଶବ ବ୍ୟବଚ୍ଛେଦ!
"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଶବ ବ୍ୟବଚ୍ଛେଦ ଗୃହରେ ଶବକୁ ଅସମ୍ମାନ କରାଯାଉଥିବା ଅଭିଯୋଗ ହେଉଛି।
ଦୀର୍ଘ ସମୟ ଧରି ବ୍ୟବଚ୍ଛେଦ ହେଉନଥିବାରୁ ଶବାଗାର ଦୁର୍ଗନ୍ଧ ବାହାରୁଛି।
ତଥାପି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନି।
ମୃତ୍ୟୁ ଘଟିବାର ତିନି ଦିନ ପରେ ଶବର ଵେବଚ୍ଛେଦ ହେଉଛି।
ତିନି ମୃତକଙ୍କ ପରିବାର ଲୋକେ କୌଣସି ସୁବିଧା ନଥିବା ଶବ ଗୃହ ସମ୍ମୁଖରେ ପ୍ରଚଣ୍ଡ ଖରାରେ ମୁହଁରେ ମାସ୍କ ଲଗାଇ ଘଣ୍ଟା ଘଣ୍ଟା ଧରି ଜଗି ବସିଛନ୍ତି।
Advertisment ଅନ୍ୟପକ୍ଷରେ ବିଭିନ୍ନ ବ୍ୟାପାର ବାଣିଜ୍ୟରେ ବ୍ୟବହାର ହେଉଥିବା ଏକ ଟାଟା ଏସିଇରେ ୩ଟି ଶବକୁ ଉଦ୍ଦାର କରି ବାଲିଅନ୍ତା ଘଟଣାଭଳି ପୁଲିସ ମଧ୍ୟ ଶବକୁ ଅସମ୍ମାନ କରିଛି, ଯାହା ଏହି ଚିତ୍ର ବେଶ ବୟାନ କରୁଛି ।
ଯାହା ମଣିଷର ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତ ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସୁଦର୍ଶନପୁର ଗ୍ରାମପଞ୍ଚାୟତ ସାନଜାରି ଗ୍ରାମର ମନୋଜ ମୁଣ୍ଡା, ବୀରସିଂ ମୁଣ୍ଡା ଏବଂ ଦୁଧିଚୁଆ ଗ୍ରାମର ମନୋଜ ମୁଣ୍ଡାରୀ ଉକ୍ତ ଥାନା ଅନ୍ତର୍ଗତ ଗରଡ଼ାପାଣି ଗ୍ରାମରେ ହେବାକୁ ଥିବା ଏକ ବିବାହ ଉତ୍ସବ ପାଇଁଟେଣ୍ଟ କାମ କରିବାକୁ ଯାଇଥିଲେ।
ସେଠାରୁ ଫେରିବା ସମୟରେ ଘାଟି ରାସ୍ତାରେ ବାଇକରୁ ଭାରସାମ୍ୟ ହରାଇ ପାହାଡ ତଳକୁ ଖୋସି ପଡିଥିଲେ ଏବଂ ଘଟଣାସ୍ଥଳରେ ହିଁ ତିନି ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା।
ତା ପହର ଦିନ ଅର୍ଥାତ ଗତକାଲି (ଶୁକ୍ରବାର) ଜଣେ ଗୋରୁ ଚରାଳି ଶବଗୁଡିକ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ।
Carrying: ସାଇକଲ୍ରେ ବୋହିଲେ ଶବ ଗ୍ରାମବାସୀ ପୁଲିସକୁ ଖବର ଦେବାପରେ ଥାନା ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ଘଟଣାସ୍ଥଳକୁ ୬/୭ ଘଣ୍ଟା ସମୟ ଲାଗିଥିଲା।
ପରେ ଶବ ଗୁଡ଼ିକ ଅତି ଦୟନୀୟ ଅବସ୍ଥାରେ ଡୋଲା ଗାଡ଼ିରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ କରିବାକୁ ପହଞ୍ଚାଇଥିଲା ଏବଂ ଗାଡ଼ିରୁ ଶବ ଗୁଡ଼ିକୁ ଓହ୍ଲାଇ ଶବ ସଂରକ୍ଷଣ ଗୃହରେ ରଖା ଯାଇଥିଲା।
ତାପର ଦିନ ସକାଳୁ ପୁଣି ସେହି ଡୋଲା ଗାଡ଼ିରେ ଶବକୁ ଉଠାଇ ଶ୍ମଶାନ ନିକଟରେ ଥିବା ଶବଗୃହ ପହଞ୍ଚାଇବା ପରେ ପ୍ରାୟ ୬ ଘଣ୍ଟା ପର୍ଯନ୍ତ ବ୍ୟବଚ୍ଛେଦ ଦାୟିତ୍ୱରେ ଥିବା ଡାକ୍ତରଙ୍କ ପତ୍ତା ମିଳି ନଥିଲା।
ଫଳରେ ଦୀର୍ଘ ସମୟ ଧରି ଶବ ଗୁଡ଼ିକ ଗାଡ଼ିରେ ପଡ଼ି ରହିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡୁଥିଲା।
ଅପରପକ୍ଷରେ ଶବ ଗୁଡ଼ିକୁ ଶବ ଗୃହରେ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ଅସମ୍ମାନ ଏବଂ ଅବହେଳା କରିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି।
କାରଣ ଗ କାଲି ରାତି ପାଖାପାଖି ୯.୩୦ ସମୟରେ ଶବ ଉଦ୍ଧାର କରି ଡାକ୍ତରଖାନାରେ ଆଣି ପହଞ୍ଚାଇ ଥିବା ବେଳେ ଆଜି ପୂର୍ବାହ୍ନରେ ଗୋଟିଏ ଶବକୁ ବ୍ୟବଚ୍ଛେଦ କରିଥିବା ବେଳେ ଡାକ୍ତରମାନଙ୍କ ଅବହେଳା ଯୋଗୁଁ ଆଉ ଦୁଇ ଶବକୁ ଦିନ ଦୁଇଟା ପର୍ଯନ୍ତ ବ୍ୟବଚ୍ଛେଦ କରାଯାଇନଥିବା ତିନ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ପଡ଼ିଥିବା ଅଭିଯୋଗ ଆଣିଛନ୍ତି।
ତେବେ ଆଜି ସକାଳ ୧୦ ଟା ପରେ ଆସିଥିବା ଶବକୁ ପ୍ରଥମେ ବ୍ୟବଚ୍ଛେଦ କରାଯାଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ।
ସେପଟେ ମୃତକଙ୍କ ଗାଁ ଏବଂ ଘରେ ଚୁଲି ଜଳି ନଥିବା ବେଳେ ଡାକ୍ତରମାନଙ୍କ ଅବହେଳାକୁ ନେଇ ପରିବାର ବର୍ଗ ଅସନ୍ତୋଷ ପ୍ରକାଶ କରିବା ସହିତ ଦାୟିତ୍ୱରେ ଥିବା ଡାକ୍ତରମାନଙ୍କ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରି ନ୍ୟାୟ ପ୍ରଦାନ ନିମନ୍ତେ ଗଣମାଧ୍ୟମ ସମ୍ମୁଖରେ ଦାବି କରିଛନ୍ତି।
ଏନେଇ ରାଇରଙ୍ଗପୁର ଏସଡିଏମଓ ଡାକ୍ତର ରବୀନ୍ଦ୍ର ମାରାଣ୍ଡିଙ୍କ ସହିତ ଯୋଗାଯୋଗ କରିବାରୁ ସେନେଇ ତଦନ୍ତ କରିବେ ବୋଲି କହି ଫୋନ କାଟି ଦେଇଥିଲେ।
"