Tribal Museum: ଜନଜାତି ସଂଗ୍ରହାଳୟ: ଉଜୁଡ଼ିଗଲାଣି ଭିତ୍ତିଭୂମି, କର୍ମଚାରୀଙ୍କୁ ମିଳୁନି ଦରମା, ହଜିଗଲାଣି ସୌନ୍ଦର୍ଯ୍ୟ

Jun 28, 2026 - 05:19
Tribal Museum: ଜନଜାତି ସଂଗ୍ରହାଳୟ: ଉଜୁଡ଼ିଗଲାଣି ଭିତ୍ତିଭୂମି, କର୍ମଚାରୀଙ୍କୁ ମିଳୁନି ଦରମା, ହଜିଗଲାଣି ସୌନ୍ଦର୍ଯ୍ୟ

"ଭୁବନେଶ୍ୱର: ଜନଜାତିଙ୍କ ଜୀବନ, କଳା, ସଂସ୍କୃତିକୁ ଗୋଟିଏ ଛାତ ତଳେ ବାନ୍ଧି ରଖିଛି ସିଆର୍‌ପି ଛକସ୍ଥିତ "ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ"।

କୌଣସି ଏକ ଆଦିବାସୀ ଅଞ୍ଚଳକୁ ନଯାଇ ମଧ୍ୟ ଜନଜାତିଙ୍କ ଜୀବନକୁ ଅତିନିକଟରୁ ଅନୁଭବ କରିବାର ସୁଯୋଗ ମିଳୁଛି।

ଫଳରେ ଏଠାରେ ଦର୍ଶକଙ୍କଠାରୁ ଆରମ୍ଭ କରି ଗବେଷକଙ୍କ ଭିଡ଼ ଜମୁଛି।

ହେଲେ ବର୍ତ୍ତମାନ ସଂଗ୍ରହାଳୟ ଶୋଚନୀୟ ସ୍ଥିତିରେ ରହିଛି।

ସଂଗ୍ରହାଳୟରେ ଆଦିବାସୀଙ୍କ ଗୃହ ଓ କୃଷି ଉପକରଣ ଗ୍ୟାଲେରି, ବାଦ୍ୟଯନ୍ତ୍ର ଗ୍ୟାଲେରିରେ ବିଭିନ୍ନ ଉପକରଣ, ଯନ୍ତ୍ରାଂଶର ବ୍ୟବହାର ଦର୍ଶାଉଥିବା କିଓସ୍କ ଅଚଳ ପଡ଼ିଛି।

ଏପରିକି କିଓସ୍କରେ ଲେଖାଥିବା ଓଡ଼ିଆର ଅଧିକାଂଶ ବନାନ ଭୁଲ୍‌ ରହିଛି।

ଏପରିକି କିଓସ୍କରେ ଥିବା ତଥ୍ୟଗୁଡ଼ିକ ଶୁଣିଲେ ଓଡ଼ିଆ ଶବ୍ଦଗୁଡ଼ିକର ଉଚ୍ଚାରଣ ଭୁଲ୍‌ ଶୁଭୁଛି।

Advertisment Bharat Taxi ସହ ଯୋଡ଼ିଛନ୍ତି ୭ ଲକ୍ଷରୁ ଅଧିକ ସାରଥୀ ସଂଗ୍ରହାଳୟର ପ୍ରବେଶ ପଥ ଆକର୍ଷଣ ବଢ଼ାଉଥିବା ଲାଇଟ୍‌ର କିଛି ଅଂଶ ଭାଙ୍ଗିଯାଇଛି।

ଏପରିକି ପଥରେ ଜିରାଫ ଆକୃତିରେ କଟାଯାଇଥିବା ଗଛ ମଧ୍ୟ ଶୁଖିଗଲାଣି।

ସ୍ଥାନେ ସ୍ଥାନେ ଟାଇଲ ଭାଙ୍ଗିଲାଣି।

ସଂଗ୍ରହାଳୟର ରକ୍ଷଣାବେକ୍ଷଣା ତଥା ସଫାସଫି କରୁଥିବା କର୍ମଚାରୀମାନଙ୍କୁ ପାଖାପାଖି ଦୁଇ ମାସ ହେବ ଦରମା ମିଳିନି।

କର୍ମଚାରୀଙ୍କ କହିବା ଅନୁଯାୟୀ, ପୂର୍ବରୁ ସଂଗ୍ରହାଳୟ ଓ ଜନଜାତି ଗବେଷଣା ପ୍ରତିଷ୍ଠାନର ବଗିଚାର ପରିଚାଳନା ପାଇଁ ୧୫ଟି ମାଳି ଥିବା ବେଳେ ବର୍ତ୍ତମାନ ମାତ୍ର ୬ ଜଣ ଅଛନ୍ତି।

ସେହିପରି ପୂର୍ବରୁ ୨୦ ଜଣ ସୁରକ୍ଷାକର୍ମୀ ନିୟୋଜିତ ଥିବା ବେଳେ ବର୍ତ୍ତମାନ ମାତ୍ର ୫ଜଣ ଅଛନ୍ତି।

ଏପରିକି ପରିସରକୁ ସଫାସୁତୁରା ରକ୍ଷା କରିବା ପାଇଁ ମଧ୍ୟ କର୍ମଚାରୀଙ୍କର ସଙ୍କଟ ରହିଛି।

ଗୋଟେ ପଟେ ଦରମା ମିଳୁନଥିବାରୁ କାମର ଚାପ ବଢ଼ିଯାଉଛି ବୋଲି ସେମାନେ କହିଛନ୍ତି।

ସେହିପରି ୫୫ଜଣ ପିଲାଙ୍କୁ ଦରମା ନଦେଇ କାଢ଼ି ଦିଆଯାଇଛି ବୋଲି ମଧ୍ୟ ଅଭିଯୋଗ ହେଉଛି।

Maa Rambhadevi: ମା" ରମ୍ଭାଦେବୀଙ୍କ ଯାତ୍ରା ଏନେଇ ସଂଗ୍ରହାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଦରମା ପାଇଁ ଲେଖି ଦିଆଯାଇଛି; ଏହି ସାତରୁ ଦଶ ଦିନ ମଧ୍ୟରେ ଦରମା ମିଳିଯିବ।

ସେହିପରି ଗ୍ୟାଲେରିରେ ଲାଗିଥିବା କିଓସ୍କଗୁଡ଼ିକୁ ସଜଡ଼ାଯିବା ସହିତ ସେଥିରେ ଆଦିବାସୀଙ୍କ ଆହୁରି ତଥ୍ୟ ଦିଆଯିବ ବୋଲି ସେ କହିଛନ୍ତି।

ଆଦିବାସୀଙ୍କ ଲୁପ୍ତପ୍ରାୟ ପ୍ରଥା, ପରମ୍ପରା, ଖାଦ୍ୟ, ଜାବନଶୈଳୀ, ଭାଷାକୁ ସଂରକ୍ଷିତ କରି ରଖିବା ପାଇଁ ବ୍ୟବସ୍ଥା କରାଯିବା ସହିତ ସମସ୍ତେ କିଭଳି ଏହାକୁ ଜାଣିପାରିବେ ସେଥିପାଇଁ ବ୍ୟବସ୍ଥା କରାଯିବ।

ସେହିପରି ନୂଆ ହୋଲୋଗ୍ରାମ ଟେକ୍ନୋଲୋଜି, ଭିଆର୍‌, ଫଟୋ ଗ୍ୟାଲେରି ବ୍ୟବସ୍ଥା କରାଯିବା ଲକ୍ଷ୍ୟ ରହିଛି।"