Monsoon: ଜୁନ୍ ୧୦ରୁ ୧୨ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ
"ଭୁବନେଶ୍ବର: ସ୍ବାଭାବିକ ସମୟର ୩ ଦିନ ବିଳମ୍ବରେ ଚଳିତ ବର୍ଷ କେରଳମ୍ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।
ଓଡ଼ିଶାକୁ କିନ୍ତୁ ସ୍ବାଭାବିକ ସମୟରେ ମୌସୁମୀ ଆସିପାରେ ବୋଲି ଅନୁମାନ କରାଯାଉଛି।
ଅର୍ଥାତ୍ ଜୁନ୍ ୧୦ରୁ ୧୨ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି।
ସାଧାରଣତଃ ଜୁନ୍ ୧ରେ କେରଳମ୍ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୧୦ରୁ ୧୨ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁଥାଏ।
ଯଦିଓ ଓଡ଼ିଶାକୁ ମୌସୁମୀ ଆଗମନ ପାଇଁ ମୌସୁମୀର କେରଳମ୍ ଆଗମନ ଅପେକ୍ଷା ବଙ୍ଗୋପସାଗରୀୟ ପାଣିପାଗ ଅଧିକ ଗୁରୁତ୍ବପୂର୍ଣ୍ଣ; ତଥାପି ଚଳିତ ଥର କେରଳମ୍ ଭଳି ଓଡ଼ିଶାକୁ ମୌସୁମୀର ଆଗମନ ବିଳମ୍ବ ନ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି।
Advertisment Weather: ପ୍ରଚଣ୍ଡ ଖରାରେ ଜୀବନଯାତ୍ରା ପ୍ରଭାବିତ ସେପଟେ ଦେଶରେ ମୌସୁମୀ ଅଗ୍ରସର ହେବାରେ ଲାଗିଛି।
ଆଜି ରାଜ୍ୟର ପଶ୍ଚିମ-କେନ୍ଦ୍ରୀୟ ଓ ପୂର୍ବ-କେନ୍ଦ୍ରୀୟ ଆରବ ସାଗରର କିଛି ଅଞ୍ଚଳ, କର୍ଣ୍ଣାଟକ, ସମ୍ପୂର୍ଣ୍ଣ ଗୋଆ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର କିଛି କିଛି ଅଞ୍ଚଳ, ତାମିଲନାଡୁ ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଅଂଧିକାଂଶ ଅଞ୍ଚଳ, ସମ୍ପୂର୍ଣ୍ଣ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର, ମିଜୋରାମ, ମଣିପୁରର କିଛି କିଛି ଅଞ୍ଚଳକୁ ଆଜି ମୌସୁମୀ ଅଗ୍ରସର ହୋଇଛି।
ଅନ୍ୟପଟେ ରାଜ୍ୟରେ ତାତି ସହ ଗରମ, ଗୁଳୁଗୁଳି ଜାରି ରହିଛି।
ରାଜ୍ୟର ୧୦ ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଅତିକ୍ରମ କରିଛି।
ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ୪୧.୯ ଡିଗ୍ରି, ଟିଟିଲାଗଡ଼ରେ ୪୧.୭ ଡିଗ୍ରି, ଭବାନୀପାଟଣା ଓ ନୟାଗଡ଼ଠାରେ ୪୧.୫ ଡିଗ୍ରି, ତାଳଚେରଠାରେ ୪୧ ଡିଗ୍ରି ରେକର୍ଡ ହୋଇଯାଇଛି।
ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ।
ଆସନ୍ତାକାଲି କୋରାପୁଟ ଓ ଖୋର୍ଧାରେ ଗ୍ରୀଷ୍ମପ୍ରବାହ ହେବ।
ବଲାଙ୍ଗୀରରେ ଉଷ୍ମ ରାତି ରହିବ।
ଏଥିସହ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଓ ନୟାଗଡ଼ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅସହ୍ୟ ହେବ।
ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ।
ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରି ପାଖାପାଖି ରହିବ।
Weather: ଗ୍ରୀନ୍ହାଉସ୍ ଗ୍ୟାସ୍ ଓ ଏଲ୍ ନିନୋ ପ୍ରଭାବ; ୨୦୩୦ ସୁଦ୍ଧା ସର୍ବକାଳୀନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।