Vedanta: ବେଦାନ୍ତ ଆଲୁମିନିୟମର ଯକ୍ଷ୍ମା ରୋଗୀଙ୍କୁ ସହାୟତା

Jul 23, 2026 - 23:29
Vedanta: ବେଦାନ୍ତ ଆଲୁମିନିୟମର ଯକ୍ଷ୍ମା ରୋଗୀଙ୍କୁ ସହାୟତା

"ଭୁବନେଶ୍ୱର: ବେଦାନ୍ତଆଲୁମିନିୟମ କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ବ୍ଲକର ୧୮୦ ରୁ ଅଧିକ ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ସହାୟତା, ପରାମର୍ଶ ଓ ପରବର୍ତ୍ତୀ ସେବା ପ୍ରଦାନ କରିଛି।

ଏହି ପଦକ୍ଷେପର ଅଂଶବିଶେଷ ନିୟମିତ ପରାମର୍ଶ ଓ ସଚେତନତା ଅଧିବେଶନ ସହିତ ୭୧୭ରୁ ଅଧିକ ପୁଷ୍ଟିସାଧନ କିଟ୍ ବଣ୍ଟନ କରାଯାଇଛି।

ସରକାରଙ୍କ ନିକ୍ଷୟ ମିତ୍ର ପଦକ୍ଷେପ ଯକ୍ଷ୍ମା ମୁକ୍ତ ଭାରତର ଦୃଷ୍ଟିକୋଣକୁ ସମର୍ଥନ କରିବା ପାଇଁ ବେଦାନ୍ତ ଆଲୁମିନିୟମ କୋଇଲା ଖଣିର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଏହି ପଦକ୍ଷେପ ୨୦୨୫-୨୬ ଆର୍ଥିକ ବର୍ଷରେ ୧୫୪ରୁ ଅଧିକ ହିତାଧିକାରୀଙ୍କ ନିକଟରେ ପହଞ୍ଚିଥିଲା।

Advertisment ଆହୁରି ପଢନ୍ତୁ: Infosys: ଆଶିଷ କୁମାର ଦାଶ ଇନଫୋସିସର ନୂଆ ସିଇଓ ଏହି ପଦକ୍ଷେପ ବିଷୟରେ କମ୍ପାନିର ସିଇଓ ଅମରେଶ କୁମାର କହିଛନ୍ତି ଯେ ଆମର ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଆମେ ଯକ୍ଷ୍ମା ରୋଗୀମାନଙ୍କୁ ପୁଷ୍ଟିକର ଯତ୍ନ, ପରାମର୍ଶ ଓ ପ୍ରୋତ୍ସାହନ ସହିତ ସମର୍ଥନ କରୁଛୁ ଯାହା ସେମାନଙ୍କୁ ସଫଳତାର ସହ ସେମାନଙ୍କର ଚିକିତ୍ସା ଯାତ୍ରା ସମାପ୍ତ କରିବାରେ ସାହାଯ୍ୟ କରୁଛି ।

ଏହି ପଦକ୍ଷେପ ଭାରତ ସରକାର ଏବଂ ସ୍ଥାନୀୟ ଲୋକଙ୍କ ସହିତ ମିଶି ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଯକ୍ଷ୍ମା ମୁକ୍ତ ଭାରତର ସ୍ୱପ୍ନରେ ଯୋଗଦାନ କରିବା ଲାଗି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।