Welcome!

Unlock your personalized experience.
Sign Up

Play ground: ଚାନ୍ଦା ଆଦାୟ କରି ଖେଳପଡ଼ିଆ କଲେ: ପ୍ରତିଶ୍ରୁତି ଦେଇ ଭୁଲିଗଲେ ନେତା, ପ୍ରଶାସନ

Jul 24, 2026 - 01:25
Play ground: ଚାନ୍ଦା ଆଦାୟ କରି ଖେଳପଡ଼ିଆ କଲେ: ପ୍ରତିଶ୍ରୁତି ଦେଇ ଭୁଲିଗଲେ ନେତା, ପ୍ରଶାସନ

ମାଲକାନଗିରି: ଖେଳପଡ଼ିଆ ନିର୍ମାଣ ଲାଗି ବହୁବାର ପ୍ରଶାସନକୁ ନେହୁରା ହୋଇଛନ୍ତି। ସାଂସଦ ଓ ବିଧାୟକଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରତିଶ୍ରୁତି ଦେଇ ପ୍ରଶାସନ ଦିନଗଡ଼ାଇ ଚାଲିଲା। ନେତା ବି ଭୁଲିଗଲେ। ଯୁବଗୋଷ୍ଠୀ ଚାନ୍ଦା ଆଦାୟ ସହ ନିଜେ ଶ୍ରମଦାନ କରି ନିର୍ମାଣ କଲେ ଖେଳପଡ଼ିଆ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ମେକ୍କା ପଞ୍ଚାୟତର କାଦପଦର ଗ୍ରାମର ଯୁବକଙ୍କ ଏହି ପଦକ୍ଷେପ ପ୍ରତି ସହଯୋଗର ହାତ ବଢ଼ାଇଛନ୍ତି ଗ୍ରାମବାସୀ।

Gambling: ଅନ୍ତଃରାଜ୍ୟ ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ଜଣ ଗିରଫ

ପ୍ରତିଶ୍ରୁତି ଦେଇ ଭୁଲିଗଲେ ନେତା, ପ୍ରଶାସନ
ସହଯୋଗର ହାତ ବଢ଼ାଇଲେ ଗ୍ରାମବାସୀ

ସୂଚନାଯୋଗ୍ୟ, ଗ୍ରାମରେ ସ୍ଥାୟୀ ଖେଳପଡ଼ିଆ ନଥିବାରୁ ଯୁବବର୍ଗ ଓ ଛାତ୍ରଛାତ୍ରୀ କ୍ରୀଡ଼ା ଅଭ୍ୟାସରୁ ବଞ୍ଚିତ ହେଉଥିଲେ। ମନରେଗାରେ ପ୍ରତ୍ୟେକ ପଞ୍ଚାୟତରେ ସରକାର ଖେଳପଡ଼ିଆ କରିବାକୁ ଘୋଷଣା କରିବା ପରେ ଗ୍ରାମର ଯୁବକ ବ୍ଲକ୍‌ ପ୍ରଶାସନକୁ ଲିଖିତ ଭାବେ ଅବଗତ କରିଥିଲେ। ବହୁବାର ନିବେଦନ ସତ୍ତ୍ବେ ବ୍ଲକ୍‌ ପ୍ରଶାସନ କିଛି ପଦକ୍ଷେପ ନ ନେବାରୁ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରିଥିଲେ। ତଥାପି କୌଣସି ସୁଫଳ ମିଳିନଥିଲା। ଏ ସମ୍ପର୍କରେ ଯୁବବର୍ଗ ସାଂସଦ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କେହି ବି ସହଯୋଗର ହାତ ନ ବଢ଼ାଇବାରୁ ଶେଷ‌ରେ ନି‌ଜେ ଅଣ୍ଟା ଭିଡ଼ିଛନ୍ତି ଯୁବଗୋଷ୍ଠୀ।

Agriculture: କୃଷି ସଚିବ ଆସିବେ ଏସିଆ ମହାଦେଶର ସର୍ବବୃହତ୍ ସୁକିନ୍ଦା ବିହନ ଫାର୍ମ

ଗ୍ରାମର କୃଷ୍ଣ ନାୟକ, ଦିବାକର ନାୟକ, ବଳରାମ ନାୟକ, ମହେଶ ପେଦା, ପୂର୍ଣ୍ଣ ପେଦା, ସନ୍ତୋଷ ଗୁରୁତେଲି, ପୂର୍ଣଚନ୍ଦ୍ର ଗୁରୁତେଲି ଓ ସୁନ୍ଦର ନାୟକଙ୍କ ସମେତ ଅନେକ ଯୁବକ ବର୍ଷାକୁ ଖାତିର ନକରି ଦିନରାତି ପରିଶ୍ରମ କରି ଖେଳପଡ଼ିଆ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଚାନ୍ଦା ଯୋଗାଡ଼ କରି ଜେସିବି ଆଣି, ନିଜେ କୋଦାଳ, ଶାବଳ ଧରି ମାଟି ସମତୁଲ କରୁଛନ୍ତି। ଏଥିରେ ଗ୍ରାମର ସବୁ ପରିବାରର ସଦସ୍ୟ ସହଯୋଗ କରି ଆସୁଛନ୍ତି। ନିଜେ ଖେଳପଡ଼ିଆ ନିର୍ମାଣ କରି ପ୍ରଶାସନକୁ ଦେଖାଇବେ ବୋଲି ଜିଦ୍‌ରେ ଅଟଳ। ଯୁବଗୋଷ୍ଠୀଙ୍କ ଏହି ସାମୂହିକ ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ପ୍ରଶାସନିକ ଅବହେଳା ସମ୍ପର୍କରେ ମାଲକାନଗିରି ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କୁ ପଚାରିବାରୁ ମାଥିଲି ବିଡିଓଙ୍କ ସହ ଆଲୋଚନା କରି ପଡ଼ିଆର ଉନ୍ନତି ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।