Fire: ପ୍ରଚଣ୍ଡ ଗରମ ପରେ ଫ୍ରାନ୍ସ ଓ ସ୍ପେନ୍ରେ ଜଙ୍ଗଲ ନିଆଁ: ୧୦ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର
"ପ୍ୟାରିସ୍/ମାଦ୍ରିଦ୍: ଲଗାତାର ଗ୍ରୀଷ୍ମପ୍ରବାହ ପରେ ଫ୍ରାନ୍ସ ଓ ସ୍ପେନ୍ର ବିଭିନ୍ନ ଅଞ୍ଚଳରେ ଭୟଙ୍କର ଜଙ୍ଗଲ ନିଆଁ ବ୍ୟାପିଛି।
ଅତ୍ୟଧିକ ତାପମାତ୍ରା, ଶୁଖିଲା ଗଛଲତା ଓ ପ୍ରବଳ ପବନ ଯୋଗୁଁ ନିଆଁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାରୁ ଦକ୍ଷିଣ ୟୁରୋପର ଅନେକ ଅଞ୍ଚଳ ବିପଦରେ ପଡ଼ିଛି।
ନିଆଁରୁ ରକ୍ଷା ପାଇବା ପାଇଁ ୧୦ ହଜାରରୁ ଅଧିକ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି।Advertisment ଦକ୍ଷିଣ‑ପଶ୍ଚିମ ଫ୍ରାନ୍ସର ବୋର୍ଡୋ ସହରର ପଶ୍ଚିମରେ ଥିବା ଆର୍କାଚୋନ୍ ଉପସାଗର ଅଞ୍ଚଳରେ ନିଆଁ ଅତି ଭୟଙ୍କର ରୂପ ନେଇଛି।
ଲେଜ୍‑କ୍ୟାପ୍‑ଫେରେଟ୍ ଓ ଲେ ପୋର୍ଜ ନିକଟରେ ଜଙ୍ଗଲ ନିଆଁ ପ୍ରାୟ ୨ ହଜାର ହେକ୍ଟର ଅଞ୍ଚଳକୁ ପୋଡ଼ିଦେଇଛି।
ଗୁରୁବାର ରାତି ସୁଦ୍ଧା ଉପକୂଳବର୍ତ୍ତୀ ପର୍ଯ୍ୟଟନସ୍ଥଳର ୮ଟି ଶିବିର ଓ ଛୁଟି କଟାଇବା ସ୍ଥାନରୁ ହଜାର ହଜାର ପର୍ଯ୍ୟଟକଙ୍କୁ ବାହାର କରାଯାଇଛି।
ଜଙ୍ଗଲ ସୀମା ନିକଟ ବସତିରୁ ମଧ୍ୟ ୧ ହଜାରରୁ ଅଧିକ ଲୋକଙ୍କୁ ହଟାଯାଇଛି।
ଆହୁରି ପଢନ୍ତୁ: SalmanKhan: ଅନଶନ ଭାଙ୍ଗିବା ପାଇଁ ୱାଙ୍ଗଚୁକଙ୍କୁ ଅନୁରୋଧ କଲେ ସଲମାନ ପ୍ରାୟ ୫୦୦ ଅଗ୍ନିଶମ କର୍ମଚାରୀ ସ୍ଥଳଭାଗରେ ନିଆଁ ଲିଭାଇବା କାମରେ ଲାଗିଥିବାବେଳେ ଆକାଶମାର୍ଗରୁ ଜଳବର୍ଷୀ ବିମାନ ଓ ହେଲିକପ୍ଟରର ସହାୟତା ନିଆଯାଉଛି।
୯ଟି ପୌରାଞ୍ଚଳରେ ଅସ୍ଥାୟୀ ଆଶ୍ରୟସ୍ଥଳ ଖୋଲାଯାଇଛି ଏବଂ ସେଠାରେ ୨,୫୦୦ରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି।
ତୁରନ୍ତ କୌଣସି ମୃତାହତଙ୍କ ସୂଚନା ମିଳି ନ ଥିଲେ ମଧ୍ୟ ପରିସ୍ଥିତି ଅନୁକୂଳ ନୁହେଁ ବୋଲି ସ୍ଥାନୀୟ ପ୍ରଶାସନ କହିଛନ୍ତି।
ଫ୍ରାନ୍ସରେ ଚଳିତବର୍ଷ ୧୨,୫୦୦ରୁ ଅଧିକ ଜଙ୍ଗଲ ନିଆଁ ଘଟଣା ରେକର୍ଡ କରାଯାଇଛି।
ଏଥିରେ ପ୍ରାୟ ୪୪ ହଜାର ହେକ୍ଟର ଅଞ୍ଚଳ ଜଳିଯାଇଥିବା ଗୃହମନ୍ତ୍ରୀ ଲରେଣ୍ଟ ନୁନେଜ୍ ସୂଚନା ଦେଇଛନ୍ତି।
ଦେଶର ଅନ୍ୟ ଅଞ୍ଚଳରେ ନିଆଁ ଲିଭାଇବା ବେଳେ ୨ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।
ସ୍ପେନ୍ର କେନ୍ଦ୍ରୀୟ ଗୁଆଡାଲାଜାରା ପ୍ରଦେଶରେ ଏକ ବଡ଼ ଜଙ୍ଗଲ ନିଆଁ ପ୍ରାୟ ୩୨ ହଜାର ହେକ୍ଟର ଅଞ୍ଚଳକୁ ପୋଡ଼ିଦେଇଛି।
୩୪ରୁ ଅଧିକ ଗ୍ରାମର ଲୋକଙ୍କୁ ସ୍ଥାନାନ୍ତର କିମ୍ବା ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
୨୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ସ୍ଥଳ ଓ ଆକାଶମାର୍ଗରୁ ନିଆଁ ନିୟନ୍ତ୍ରଣ ପାଇଁ କାମ କରୁଛନ୍ତି।
ସ୍ପେନ୍ରେ ଚଳିତବର୍ଷ ପ୍ରାୟ ୧ ଲକ୍ଷ ହେକ୍ଟର ଅଞ୍ଚଳ ଜଙ୍ଗଲ ନିଆଁରେ ଜଳିସାରିଥିବା ପ୍ରଧାନମନ୍ତ୍ରୀ ପେଦ୍ରୋ ସାଞ୍ଚେଜ୍ କହିଛନ୍ତି।
ଆହୁରି ପଢନ୍ତୁ: Border: ଭାରତ-ବାଂଲାଦେଶ ସୀମାରେ ବଡ଼ ସ୍ମାର୍ଟ ଫେନ୍ସିଂ ଅଭିଯାନ, ସୁନ୍ଦରବନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ୟୁରୋପୀୟ ସଂଘର କୋପର୍ନିକସ୍ ଜଳବାୟୁ ପରିବର୍ତ୍ତନ ସେବା ଅନୁସାରେ ୟୁରୋପ ବିଶ୍ୱରେ ସବୁଠାରୁ ଦ୍ରୁତ ଉଷ୍ମ ହେଉଥିବା ମହାଦେଶ।
ଏଠାରେ ତାପମାତ୍ରା ବୃଦ୍ଧିର ହାର ବିଶ୍ୱ ହାରର ପ୍ରାୟ ଦୁଇଗୁଣ।
ଦୀର୍ଘସ୍ଥାୟୀ ଗରମ, ମରୁଡ଼ି ଓ ମାଟିର ଆର୍ଦ୍ରତା ହ୍ରାସ ଯୋଗୁଁ ଭୂମଧ୍ୟସାଗରୀୟ ଦେଶଗୁଡ଼ିକରେ ଜଙ୍ଗଲ ନିଆଁ ଅଧିକ ବାରମ୍ବାର ଓ ଭୟଙ୍କର ହେଉଛି।
ଆଗାମୀ ଦିନରେ ପୁଣି ଗରମ ବଢ଼ିବାର ପୂର୍ବାନୁମାନ ଥିବାରୁ ବିପଦ ଶେଷ ହୋଇନାହିଁ ବୋଲି କର୍ତ୍ତୃପକ୍ଷ ସତର୍କ କରାଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।