The supernatural incident: ୧୯୭୨ରେ ରଥ ଉପରେ ଘଟିଥିଲା ଅଲୌକିକ ଘଟଣା: ଚାରମାଳ ଉପରୁ ରଥକୁ ଉଠିନଥିଲେ ମହାପ୍ରଭୁ
"ପୁରୀ: ୧୯୭୨ ମସିହାରେ ରଥ ଉପରେ ଘଟିଥିଲା ଏକ ଅଲୌକିକ ଘଟଣା।
ପ୍ରଭୁ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ରଥ ଉପରେ ବିଜେ କରିସାରିଥାଆନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ରତ୍ନ ସିଂହାସନରୁ ପହଣ୍ଡି ହୋଇ ଆସିବା ପରେ ରଥ ଚାରମାଳ ପର୍ଯ୍ୟନ୍ତ ଉଠି ସାରିଥାଆନ୍ତି।
ହେଲେ ଚାରରୁ ଆଉ ରଥ ଉପରକୁ ସେବକମାନେ ଦାରୁବ୍ରହ୍ମଙ୍କୁ ଉଠାଇପାରିଲେ ନାହିଁ।
ଯେତେ ଉପରକୁ ଉଠାଇବାକୁ ଚେଷ୍ଟା କରୁଥାଆନ୍ତି, ତଳକୁ ଖସି ପଡ଼ି ଖଣ୍ଡିଆ ଖାବରା ହୋଇଯାଉଥାଆନ୍ତି।
ତଥାପି ମହାପ୍ରଭୁ ଘୁଞ୍ଚିଲେ ନାହିଁ।
ଏକଥା ଗଜପତି ମହାରାଜ ରାଜନଅର ବାଲ୍କୋନି ଉପରେ ଥାଇ ଲକ୍ଷ୍ୟ କରୁଥାଆନ୍ତି।
Advertisment Ratha yatra: ରଥଯାତ୍ରା ବ୍ୟବସ୍ଥାବଳୀକୁ ମୋହର: ରତ୍ନଭଣ୍ଡାର ଗଣତିମଣତି ସ୍ଥଗିତ, ନୀଳାଦ୍ରି ବିଜେ ପରେ ନିଷ୍ପତ୍ତି ସେତେବେଳେ ମୁଖ୍ୟ ପ୍ରଶାସକ ଦାୟିତ୍ବରେ ଥାଆନ୍ତି ବିହାରୀଲାଲ ପଟ୍ଟନାୟକ।
ସେବକମାନଙ୍କ ଶତ ପ୍ରୟାସ ପରେ ମଧ୍ୟ ମହାପ୍ରଭୁ ରଥ ଉପରକୁ ନଉଠିବା ଦେଖି ସେ ରାଜନଅରକୁ ଧାଇଁଲେ।
କାଳେ ମହାପ୍ରଭୁ ଜାଣିଜାଣି ରଥ ଉପରକୁ ଉଠୁନାହାନ୍ତି ଭାବି ଶ୍ରୀ ପଟ୍ଟନାୟକ କାନ୍ଦିବାକୁ ଲାଗିଲେ।
ସେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ରଥ ଉପରକୁ ଯିବା ପାଇଁ ଅନୁରୋଧ କଲେ।
ସମସ୍ତ ରଥରେ ଚତୁର୍ଦ୍ଧା ବିଗ୍ରହ ଆସୀନ ହେବା ପରେ ଗଜପତି ରଥ ଉପରକୁ ଯିବାର ପରମ୍ପରା ରହିଛି।
ମୁଖ୍ୟ ପ୍ରଶାସକଙ୍କଠୁ ସମସ୍ତ ବିଷୟ ଶୁଣିବା ପରେ, ଗଜପତି ମହାରାଜ ପାଟ ଖଣ୍ଡେ ପିନ୍ଧିଥିବା ଅବସ୍ଥାରେ ରଥ ନିକଟକୁ ଆସିଲେ।
ପ୍ରଭୁ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପ୍ରଣାମ କରିବା ପରେ ମହାପ୍ରଭୁଙ୍କ ପଛ ପାର୍ଶ୍ବରେ ସେବକଙ୍କ ସହ ଗଜପତି ପ୍ରାର୍ଥନା କଲେ।
Ratha yatra: ଅନୁକୂଳ ହେଲା ରଥ ନିର୍ମାଣ: ଶ୍ରୀନଅର ସମ୍ମୁଖ ଯଜ୍ଞସ୍ଥଳରେ ହୋମଯଜ୍ଞ ପରେ ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନୀରେ ଦଇତାପତି ଓ ଅନ୍ୟ ସେବକମାନେ ଡୋର ଧରି ମହାପ୍ରଭୁଙ୍କୁ ରଥ ସିଂହାସନକୁ ଉଠାଇଥିଲେ।
ଏକଥା ପ୍ରତ୍ୟକ୍ଷ କରିଥିବା ପ୍ରତିଟି ଭକ୍ତ ଆଜି ବି ସେଦିନର ଘଟଣାକୁ ମନେ ପକାଇ ରୋମାଞ୍ଚିତ ହୁଅନ୍ତି।
ଗଜପତି ମହାରାଜ ଏକ ସାକ୍ଷାତକାରରେ କହିଥିଲେ, ମହାପ୍ରଭୁଙ୍କୁ ସେଦିନ କ"ଣ ପ୍ରାର୍ଥନା କରିଥିଲେ ଠିକ୍ରେ ମନେ ନାହିଁ।
ତେବେ ମହାପ୍ରଭୁ ହେଉଛନ୍ତି ସବୁଠୁ ଓଜନଦାର ଓ ନଟଖଟ ଗୋପାଲ।
ତେଣୁ ପ୍ରତ୍ୟେକ ଥର ମହାପ୍ରଭୁ ଟିକେ ଆଳ କରନ୍ତି।
ଶେଷରେ ଆସନ୍ତି।
ସେତେବେଳକୁ ସେବକମାନେ ଥକିଯାଇଥାଆନ୍ତି।
ପରବର୍ତ୍ତୀ ସମୟରେ ପରିଚାଳନା କମିଟିରେ ଏ ସମ୍ପର୍କରେ ତର୍ଜମା ହେଲା।
ଚାରମାଳ ସଙ୍କୁଚିତ ହୋଇଯାଇଥିବା କଥା ଉଠିଲା।
ତଥାପି ବହୁ ସମୟ ଯାଏଁ ଚାରରୁ ରଥ ଉପରକୁ ଉଠୁନଥିବା ମହାପ୍ରଭୁ ଯେ ଗଜପତି ଓ ସେବକଙ୍କ ପ୍ରାର୍ଥନା ପରେ ରଥ ଉପରକୁ ବିଜେ କରିଥିଲେ, ଏକଥା ସବୁଦିନ ପାଇଁ ଇତିହାସ ହୋଇ ରହିଗଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।