Monsoon: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ବର: ଆଜି ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଉତ୍ତର ଓଡ଼ିଶା ପଟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିଛି। ବାରିପଦା ଓ ପାରାଦୀପକୁ ମୌସୁମୀ ଛୁଇଁଛି। ଫଳରେ ଏଠାରେ ପ୍ରଥମ ଅସରାଏ ବର୍ଷା ହୋଇଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହା କେନ୍ଦ୍ରୀୟ ଆରବ ସାଗର, ମହାରାଷ୍ଟ୍ରର କିଛି କିଛି ଅଞ୍ଚଳ ସହ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଅବଶିଷ୍ଟ ଅଞ୍ଚଳ, ଓଡ଼ିଶା, ଝାଡଖଣ୍ଡ ଓ ବିହାରର ଆଉ କେତେକ ଅଞ୍ଚଳ ସମେତ ଛତିଶଗଡ଼ରେ କେତେକାଂଶ ଛୁଇଁବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି।
Afspa: ଆସନ୍ତାବର୍ଷ ଗୋଟିଏ-ଦୁଇଟି ରାଜ୍ୟ ବ୍ୟତୀତ ସମଗ୍ର ଉତ୍ତର-ପୂର୍ବରୁ ଆଫ୍ସ୍ପା ହଟାଯିବ
ଓଡ଼ିଶାକୁ ମୌସୁମୀ ଛୁଇଁଥିଲେ ବି ଏହାର ପ୍ରଭାବ ମନ୍ଥର ରହିବ। କିଛି କିଛି ଅଞ୍ଚଳରେ ଯଥା ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ରାଜ୍ୟର ବିିଭିନ୍ନ ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା ଓ ନୟାଗଡ଼ ଜିଲ୍ଲାରେ ଗରମ ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ୧୪ ତାରିଖରୁ ରାଜ୍ୟର ପାଗ ଶୀତଳ ହେବ। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷାଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ସାରା ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।
US Iran Tensions: ଗଲ୍ଫ ରାଷ୍ଟ୍ରଙ୍କ ହସ୍ତକ୍ଷେପ ପରେ ଆକ୍ରମଣରୁ ଓହରିଲେ ଟ୍ରମ୍ପ
ଆଜି ରାଜ୍ୟର ପାରଦ ତଳମୁହାଁ ହୋଇଛି। କେବଳ ବୌଦ୍ଧଠାରେ ହିଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ରହିଥିଲା। ପଛକୁ ପଛ ଭବାନୀପାଟଣା ଓ ନୂଆପଡ଼ାରେ ୩୯.୮ ଡିଗ୍ରି, ଅନୁଗୁଳରେ ୩୯.୧ ଡିଗ୍ରି, ବଲାଙ୍ଗୀର ଓ ଢେଙ୍କାନାଳରେ ୩୯ ଡିଗ୍ରି ତାପମାତ୍ରା ରହିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।