World cup excitement: ଭାରତରେ ବଢ଼ିଲା ବିଶ୍ବକପ୍ ଉତ୍ସାହ: ଫୁଟ୍ବଲ୍ପ୍ରେମୀ ବଦଳାଇଲେ ଘର ରଙ୍ଗ
"ନୂଆଦିଲ୍ଲୀ: ଭାରତରେ କ୍ରିକେଟ୍କୁ କ୍ରୀଡ଼ାର ଧର୍ମ ବୋଲି କୁହାଯାଏ।
ତଥାପି ପ୍ରତି ଚାରି ବର୍ଷରେ ଥରେ ଆୟୋଜିତ ହେଉଥିବା ଫିଫା ବିଶ୍ୱକପ୍ ସମୟରେ ସାରା ଭାରତରେ ଅପୂର୍ବ ଉତ୍ସାହ ଓ ଉନ୍ମାଦନା ଦେଖିବାକୁ ମିଳେ।
ଆର୍ଜେଣ୍ଟିନା, ବ୍ରାଜିଲ୍ ଓ ପର୍ତ୍ତୁଗାଲ୍ ଭଳି ଦଳଗୁଡ଼ିକର ଲକ୍ଷ ଲକ୍ଷ ଭାରତୀୟ ସମର୍ଥକ ଫିଫା ବିଶ୍ୱକପ୍କୁ ଏକ ବଡ଼ ପର୍ବ ଭାବେ ପାଳନ କରନ୍ତି।
ଚଳିତ ବିଶ୍ବକପ୍ର ସିଧା ପ୍ରସାରଣ ଭାରତରେ ହେବା, ନହେବାର ସଂଶୟ ଦୂର ହେବା ସହ ବିଭିନ୍ନ ରାଜ୍ୟ ଓ ପ୍ରଦେଶରେ ବିଶ୍ବକପକୁ ନେଇ ଉତ୍ସାହ ଓ ଉନ୍ମାଦନା ଚରମ ସୀମାରେ ପହଞ୍ଚିଛି।
ସୁଦୂର ଆମେରିକା, କାନାଡା ଓ ମେକ୍ସିକୋରେ ବିଶ୍ବକପ୍ ଆୟୋଜିତ ହେଉଥିଲେ ମଧ୍ୟ ଭାରତରେ ମାହୋଲ ବେଶ୍ ସରଗରମ ରହିଛି।
ଭାରତୀୟ ଫୁଟବଲ୍ ଦଳ ଫିଫା ମାନ୍ୟତା ତାଲିକାର ୧୩୯ତମ ସ୍ଥାନରେ ଥିଲେ ମଧ୍ୟ ଦେଶରେ ଏହି ମେଗା ଇଭେଣ୍ଟକୁ ନେଇ ଉତ୍ସାହ କମ୍ ନାହିଁ।
ଏକ ଅନୁମାନ ଅନୁସାରେ ଭାରତରରେ ୧୧ କୋଟିରୁ ଅଧିକ ଡିଜିଟାଲ୍ ଦର୍ଶକ ଏଥର ବିଶ୍ୱକପ୍ର ମ୍ୟାଚ୍ଗୁଡ଼ିକୁ ଅନୁସରଣ କରିବେ।Advertisment Nabarangpur: ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୪ମାସ ବିତିଲା; ମେଡିକାଲ କଲେଜ ପାଇଁ ବାହାରିଲାନି ବିଜ୍ଞପ୍ତି ଅନିଦ୍ରାରେ କଟିବ ରାତିଲିଓନେଲ୍ ମେସି, କ୍ରିଷ୍ଟିଆନୋ ରୋନାଲ୍ଡୋ, ନେମାର ଜୁନିୟର ଓ କିଲିଆନ୍ ଏମ୍ବାପେଙ୍କ ଖେଳ ଦେଖିବା ପାଇଁ ଦେଶର ଅନେକ ଫୁଟବଲ୍ ପ୍ରେମୀ ରାତି ଅନିଦ୍ରାରେ କାଟିବାକୁ ପ୍ରସ୍ତୁତ ଅଛନ୍ତି।
କାରଣ ଏଥର ବିଶ୍ବକପ୍ର ଅଧିକାଂଶ ମ୍ୟାଚ୍ ଭାରତୀୟ ସମୟ ମଧ୍ୟରାତ୍ରରୁ ଆରମ୍ଭ ହେବାର ଅଛି।
କିଛି ମ୍ୟାଚ୍ ସକାଳେ ବି ଖେଳାଯିବ।
ପ୍ରଶଂସକଙ୍କ ପାଇଁ ବିଶ୍ୱକପ୍ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଏକ ଭାବନା ଓ ସଂପର୍କର ବିଷୟ।
ଏଥର ମେସି ଓ ରୋନାଲ୍ଡୋଙ୍କର ଶେଷ ବିଶ୍ୱକପ୍ ହୋଇପାରେ ବୋଲି ଚର୍ଚ୍ଚା ଚାଲିଥିବାରୁ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଉଛି।
ଗୋଆ, ପଶ୍ଚିମବଙ୍ଗରେ ଉତ୍ସବର ମାହୋଲପଶ୍ଚିମବଙ୍ଗ, କେରଳ, ଗୋଆ, ପଞ୍ଜାବ ଓ ତାମିଲନାଡୁ ଭଳି ଫୁଟବଲ୍ ପ୍ରେମୀ ରାଜ୍ୟଗୁଡ଼ିକରେ ବିଶ୍ୱକପ୍କୁ ନେଇ ଉତ୍ସବର ମାହୋଲ ଦେଖାଯାଉଛି।
ରାସ୍ତାଘାଟରେ ବିଭିନ୍ନ ଦେଶର ପତାକା, ଜର୍ସି, ବ୍ୟାନର ଓ ଖେଳାଳିମାନଙ୍କ ବିଶାଳ କଟ୍-ଆଉଟ୍ ଲଗାଯାଇଛି।
ସମର୍ଥକମାନେ ନିଜ ନିଜ ପ୍ରିୟ ଦଳର ରଙ୍ଗରେ ଅଞ୍ଚଳକୁ ସଜାଇ ଦେଇଛନ୍ତି।
ଉତ୍ତରପ୍ରଦେଶର କାନପୁର ଏବଂ ପଶ୍ଚିମବଙ୍ଗର କୋଲକାତାରେ ଆର୍ଜେଣ୍ଟିନା ଜର୍ସି ଓ ପତାକାର ଲମ୍ବା ମାଳ ଝୁଲୁଥିବା ଦେଖିବାକୁ ମିଳୁଛି।
ଫୁଟ୍ବଲ୍ପ୍ରେମୀ ବଦଳାଇଲେ ଘର ରଙ୍ଗସିଲିଗୁଡ଼ିର ଦୋକାନଗୁଡ଼ିକରେ ବିଭିନ୍ନ ଦଳର ଜର୍ସିର ଚାହିଦା ବଢ଼ିଥିବା ବେଳେ, କେରଳର କିଛି ପରିବାର ନିଜ ଘରକୁ ବ୍ରାଜିଲ୍ର ହଳଦିଆ-ସବୁଜ ରଙ୍ଗରେ ରଙ୍ଗାଇ ଦେଇଛନ୍ତି।
ଅନେକ ସ୍ଥାନରେ ମେସି ଓ ରୋନାଲ୍ଡୋଙ୍କ ବିଶାଳ କଟ୍-ଆଉଟ୍ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
Water crisis: ଖଣିଜ ପୂର୍ଣ୍ଣ ଅଞ୍ଚଳରେ ଜଳ କଷ୍ଟ; କୂଅରେ ଖଞ୍ଜା ହୋଇଛି ୨୨ ପମ୍ପ୍ ଏମ୍ଏଲ୍ ଆଲଗୋରିଦମର ପୂର୍ବାନୁମାନସ୍ପେନ୍ ଜିତିବ ବିଶ୍ବକପ୍!ଲଣ୍ଡନ: ଫିଫା ବିଶ୍ବକପ୍ର ବିଜେତାଙ୍କୁ ନେଇ ସଠିକ୍ ପୂର୍ବାନୁମାନ କରି ଅତୀତରେ ଅକ୍ଟୋପସ୍ "ପଲ୍" ସାରା ବିଶ୍ବରେ ଚର୍ଚ୍ଚିତ ହୋଇଥିଲା।
ଏବେକାର କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ମେସିନ୍ ଲର୍ଣ୍ଣିଂ (ଏମ୍ଏଲ୍) ଯୁଗରେ କିନ୍ତୁ ଏଭଳି ଜନ୍ତୁ କିମ୍ବା ଭବିଷ୍ୟବକ୍ତାଙ୍କର ବିଶେଷ ପ୍ରାସଙ୍ଗିକତା ନାହିଁ।
ଏବେ ସବୁକିଛି ତଥ୍ୟ ବିଜ୍ଞାନ (ଡାଟା ସାଇନ୍ସ) ଓ ଆଲଗୋରିଦମ ଉପରେ ନିର୍ଭରଶୀଳ।
ଏଣୁ ଚଳିତ ଫିଫା ବିଶ୍ବକପ୍ର ୪୮ ଅଂଶଗ୍ରହଣକାରୀ ଦଳର ପୂର୍ବ ରେକର୍ଡ, ସାଂପ୍ରତିକ ପ୍ରଦର୍ଶନ ଓ ଦକ୍ଷତାକୁ ସଂଗ୍ରହ କରି ମେସିନ ଲର୍ଣ୍ଣିଂ ଜରିଆରେ ଅଷ୍ଟ୍ରିଆର ଇନ୍ସବ୍ରୁକ୍ ବିଶ୍ବବିଦ୍ୟାଳୟର ପରିସଂଖ୍ୟାନ ବିଭାଗର ପ୍ରଧ୍ୟାପକ ଆଚିମ ଜେଲିସ୍ ରୋଚକ ପୂର୍ବାନୁମାନ କରିଛନ୍ତି।
ତାଙ୍କ ଅନୁସାରେ ଏଥର ଆର୍ଜେଣ୍ଟିନା ନୁହେଁ ୟୁରୋପୀୟ ଶକ୍ତି ସ୍ପେନ୍ ବିଜେତା ହେବାର ସମ୍ଭାବନା ଅଧିକ ରହିଛି।
ଏଆଇ ଓ ମେସିନ ଲର୍ଣ୍ଣିଂ ପ୍ରଯୁକ୍ତି ବିଦ୍ୟାରୁ ମିଳିଥିବା ଫଳାଫଳ ଅନୁଯାୟୀ ଏଥର ସ୍ପେନ୍ ବିଜେତା ହେବାର ୧୪.୫ ପ୍ରତିଶତ ସମ୍ଭାବନା ଥିଲା ବେଳେ ଇଂଲଣ୍ଡ ଓ ଫ୍ରାନ୍ସ ବିଜେତା ହେବାର ୧୨.୪ ପ୍ରତିଶତ ସମ୍ଭାବନା ରହିଛି।
ଜର୍ମାନୀ କ୍ଷେତ୍ରରେ ଏହା ରହିଛି ୧୧.୨ ପ୍ରତିଶତ।
ପର୍ତ୍ତୁଗାଲ ଓ ଆର୍ଜେଣ୍ଟିନା ବିଜେତା ହେବାର ସମ୍ଭାବନା ପ୍ରତିଶତ ହେଉଛି ଯଥାକ୍ରମେ ୮.୯ ଓ ୮.୨।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।