Chameli: ଚାମେଲିଙ୍କୁ ନେଇ ମହାକାଳପଡ଼ା ରାଜନୀତି ସରଗରମ: ଡାକ୍ତରଖାନାରୁ ଏତଲା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ମହାକାଳପଡ଼ା: ମହାକାଳପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗତକାଲି ତିଖିରୀ ସରପଞ୍ଚ ଚାମେଲି ଓଝା ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ରାଜନୈତିକ ଉଷ୍ମତା ଦେଖାଦେଇଛି। ବିଡିଓ ରବିନାରାୟଣ ଆଚାର୍ଯ୍ୟଙ୍କ ଅଭିଯୋଗ ପରେ ମହାକାଳପଡ଼ା ଥାନା ପୁଲିସ ଚାମେଲି ଓ ତାଙ୍କ ଭାଇଙ୍କ ନାମରେ ମାମଲା ରୁଜୁ କରିଛି। ଚାମେଲିଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଗତକାଲି ବିଳମ୍ବିତ ରାତିରେ ପୁଲିସ କୋର୍ଟଚାଲାଣ କରିଛି। ଅନ୍ୟପଟେ କେନ୍ଦ୍ରାପଡ଼ାଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ସରପଞ୍ଚ ଚାମେଲି ତାଙ୍କ ବାପା ଓ ମା’ଙ୍କୁ ପଠାଇ ଥାନାରେ ଏତଲା ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
Neglect: ଜନସାଧାରଣଙ୍କୁ ସୂଚନା ଦେଇପାରୁନି ବୈଦ୍ୟୁତିକ ଏଲଇଡ଼ି
ଚାମେଲିଙ୍କ ଅଭିଯୋଗ ମୁତାବକ, ପଞ୍ଚାୟତର କେତେକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସେ ଗତକାଲି ମହାକାଳପଡ଼ା ବିଡିଓଙ୍କ ସହ ଆଲୋଚନା କରୁଥିବା ବେଳେ କେତେକ ବ୍ୟକ୍ତି ତାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ। ସରପଞ୍ଚଙ୍କ ଭାଇ ମୋବାଇଲ୍ରେ ଫେସ୍ବୁକ୍ ଲାଇଭ୍ କରିବାକୁ ଉଦ୍ୟମ କରିଥିଲା ବେଳେ ସେମାନେ ତାଙ୍କୁ ଓ ତାଙ୍କ ଭାଇଙ୍କୁ ମାଡ଼ ମାରିବା ସହିତ ଗଣଦୁଷ୍କର୍ମ ଧମକ ଦେଇଥିଲେ। ବିଡିଓ ପୁଲିସକୁ ଡକାଇ ସରପଞ୍ଚ ଓ ତାଙ୍କ ଭାଇଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ସେମାନଙ୍କୁ ଥାନାକୁ ନେଇଥିଲା। ପୁଲିସ ଗାଡ଼ିରେ ଥାନାକୁ ନେବା ବାଟରେ ୩ଜଣ ମହିଳା ପୁଲିସ କର୍ମଚାରୀ ତାଙ୍କୁ ମାଡ଼ ମାରିଥିଲେ। ଥାନାରେ ଥାନାଧିକାରୀ ତାଙ୍କ ପ୍ରତି ଅସଦ୍ବ୍ୟବହାର କରିଥିଲେ ବୋଲି ଚାମେଲି ଏତଲାରେ ଦର୍ଶାଇଛନ୍ତି। ଘଟଣା ବାବଦରେ ଚାମେଲି ଆଜି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ଚିଠି ଲେଖି ସ୍ଥାନୀୟ ବିଧାୟକ ଦୁର୍ଗାପ୍ରସନ୍ନ ନାୟକଙ୍କ ସଂପର୍କରେ ଜଣାଇବା ସହ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି।
Horoscope 2026 June 13: ଜାଣନ୍ତୁ ଆଜିର ରାଶିଫଳ...
ଅନ୍ୟପକ୍ଷରେ ମହାକାଳପଡ଼ା ଥାନାରେ ସବ୍ଇନ୍ସପେକ୍ଟର୍ ତପସ୍ୱିନୀ ବିଶ୍ୱାଳ ଚାମେଲିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଥାନା ଗାଡ଼ିରେ ଚାମେଲିଙ୍କୁ ବସାଇ ବ୍ଲକ୍ରୁ ଆଣିବା ସମୟରେ ସେ ତାଙ୍କ ହାତକୁ କାମୁଡ଼ିବା ସହିତ ଅନ୍ୟ ୨ଜଣ ମହିଳା ପୁଲିସ କର୍ମଚାରୀଙ୍କୁ ମାଡ଼ ମାରି ଖସିଯିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି। ଏସ୍ଆଇ ଶ୍ରୀମତୀ ବିଶ୍ୱାଳଙ୍କ ଅଭିଯୋଗ ଓ ଚାମେଲିଙ୍କ ଏତଲା ଆଧାରରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି।
ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ମହାକାଳପଡ଼ାରେ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଛି। ସରପଞ୍ଚଙ୍କୁ ତୁରନ୍ତ ନ୍ୟାୟ ଦେବା ପାଇଁ ସେ ଦାବି କରିଛନ୍ତି। ବିଜେପି ନେତା ଡ. ସୌଭାଗ୍ୟ ପରିଡ଼ା ଘଟଣାକୁ ନିନ୍ଦା କରିଛନ୍ତି। ଜିଲ୍ଲା ସରପଞ୍ଚ ସଂଘ ସମ୍ପାଦକ ସଞ୍ଜୟ ସେଠୀଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏସ୍ପିଙ୍କୁ ଭେଟି ନିରପେକ୍ଷ ତଦନ୍ତ ଏବଂ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।