War: ଯୁଦ୍ଧବିରତି ୬୦ ଦିନ ବଢ଼ାଇବାକୁ ପ୍ରସ୍ତାବ; ଯୁଦ୍ଧ ଟାଳିବାକୁ ଆମେରିକାର ପ୍ରୟାସ

Jun 13, 2026 - 05:49
War: ଯୁଦ୍ଧବିରତି ୬୦ ଦିନ ବଢ଼ାଇବାକୁ ପ୍ରସ୍ତାବ; ଯୁଦ୍ଧ ଟାଳିବାକୁ ଆମେରିକାର ପ୍ରୟାସ

"ୱାସିଂଟନ: ଉପସାଗରୀୟ ଅଞ୍ଚଳରେ ଜାରି ରହିଥିବା ଭୀଷଣ ସାମରିକ ଉତ୍ତେଜନା ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଇରାନ ସହିତ ଏକ ନୂତନ "୫ ସୂତ୍ରୀ ପ୍ରସ୍ତାବ" ଆଗତ କରିଛନ୍ତି।

ମଧ୍ୟପ୍ରାଚ୍ୟରେ ଧ୍ବଂସଲୀଳା ରୋକିବା ପାଇଁ ଦୁଇ ପକ୍ଷ ବର୍ତ୍ତମାନର ଯୁଦ୍ଧବିରତିକୁ ଆଉ ୬୦ ଦିନ ପାଇଁ ବଢ଼ାଇବେ ବୋଲି ଏହି ନୂତନ ଚୁକ୍ତିରେ ଗୁରୁତ୍ବାରୋପ କରାଯାଇଛି।Advertisment ବିଶ୍ୱ ତୈଳ ବଜାରରେ ସ୍ଥିରତା ଆଣିବା ଏବଂ ନିଜ ସହଯୋଗୀ ଦେଶଗୁଡ଼ିକର ଆର୍ଥିକ ସ୍ୱାର୍ଥ ରକ୍ଷା କରିବା ପାଇଁ ଆମେରିକାର ଏହା ଏକ ବଡ଼ ଭୂ-ରାଜନୈତିକ ରଣନୀତି ବୋଲି କୁହାଯାଉଛି।

ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବା ସହ ଆମେରିକୀୟ ସେନା ପ୍ରତ୍ୟାହାର ଭଳି ସଂବେଦନଶୀଳ ସର୍ତ୍ତ ରଖି ଟ୍ରମ୍ପ ପ୍ରଶାସନ ମଧ୍ୟପ୍ରାଚ୍ୟରେ ଆଧିପତ୍ୟ ବଜାୟ ରଖିବାକୁ ଚେଷ୍ଟା କରୁଛି।

ଆହୁରି ପଢ଼ନ୍ତୁ: Diplomatic: ଭାରତ-ଆମେରିକା କୂଟନୈତିକ ଉତ୍ତେଜନା ତୀବ୍ର; ଆମେରିକା ରଷ୍ଟ୍ରଦୂତଙ୍କୁ ପୁଣି ସମନ ପ୍ରସ୍ତାବ ଅନୁଯାୟୀ, ଚୁକ୍ତି ସ୍ୱାକ୍ଷରିତ ହେବାର ୩୦ ଦିନ ମଧ୍ୟରେ ଇରାନ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ "ଷ୍ଟ୍ରେଟ୍ ଅଫ୍ ହର୍ମୁଜ"କୁ ବାଣିଜ୍ୟିକ ଜାହାଜ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ମୁକ୍ତ କରିବ।

ସୂଚନାଯୋଗ୍ୟ ଯେ, ବିଶ୍ୱର ପ୍ରାୟ ଏକପଞ୍ଚମାଂଶ ତୈଳ ବାଣିଜ୍ୟ ଏହି ମାର୍ଗ ଦେଇ ହୋଇଥାଏ।

ଯଦି ଇରାନ ଏହି ଚୁକ୍ତିର ସମସ୍ତ ନିୟମ ପାଳନ କରେ, ତେବେ ଆମେରିକା କେତେକ ଆର୍ଥିକ ପ୍ରତିବନ୍ଧକକୁ କୋହଳ କରିବ।

ବିଶେଷ କରି ଇରାନର ତୈଳ ରପ୍ତାନି ଉପରୁ କଟକଣା ହଟିଲେ ଭୁଶୁଡ଼ି ପଡ଼ିଥିବା ଅର୍ଥନୀତି ପୁଣି ସୁଧୁରିବ।

ଏହା ସହିତ ୬୦ ଦିନକୁ ଯୁଦ୍ଧବିରତି ପ୍ରସ୍ତାବକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି।

ଏହା ଦ୍ୱାରା ଇରାନ ସମର୍ଥିତ ପ୍ରକ୍ସି ସଂଗଠନଗୁଡ଼ିକର ଆକ୍ରମଣ ମଧ୍ୟ ବନ୍ଦ ରହିବ।

ଏହି ନୂତନ ପ୍ରସ୍ତାବରେ ଅନ୍ୟତମ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବିନ୍ଦୁ ହେଲା ଇରାନ କୌଣସି ପରମାଣୁ ଅସ୍ତ୍ର ନିର୍ମାଣ କରିବ ନାହିଁ ବୋଲି ଦୃଢ଼ ପ୍ରତିଶ୍ରୁତି ଦେବ।

ଏଥିସହ ଇରାନ ପାଖରେ ଥିବା ସମୃଦ୍ଧ ୟୁରାନିୟମ୍ ଗଚ୍ଛିତ ଭଣ୍ଡାରର ସୀମା ନିର୍ଦ୍ଧାରଣ ପାଇଁ ପୁନର୍ବାର ଆଲୋଚନା ଆରମ୍ଭ ହେବ।

ଇରାନ ଏଥିରେ ସହମତ ହେଲେ ଇରାନର ଦାବିକୁ ମାନି ଆମେରିକା ଇରାନ ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ନିଜର ସାମରିକ ବାହିନୀ ଏବଂ ଯୁଦ୍ଧାସ୍ତ୍ର ପ୍ରତ୍ୟାହାର କରିନେବ।

ଟ୍ରମ୍ପଙ୍କ ଏହି ନୂତନ ପ୍ରସ୍ତାବ ସହ ପରମାଣୁ ପ୍ରସଙ୍ଗରେ ସ୍ଥଗିତ ରହିଥିବା କୂଟନୈତିକ ପ୍ରୟାସ ପୁଣି ଆରମ୍ଭ ହେବା ପାଇଁ ସୁଯୋଗ ସୃଷ୍ଟି ହୋଇଛି।

ତେବେ ୟୁରାନିୟମ୍ ପ୍ରସଙ୍ଗରେ ଥିବା ବୈଷୟିକ ଜଟିଳତା ଯୋଗୁଁ ଆଗାମୀ ଦିନରେ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଦୁଇ ଦେଶକୁ ଆଉ କେତେକ ପର୍ଯ୍ୟାୟ ଆଲୋଚନାର ସାମ୍ନା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।