Mohan Bhagwat: ଆଜିଠାରୁ ୩ ଦିନିଆ ମଣିପୁର ଗସ୍ତରେ ଯିବେ ଭାଗବତ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ବୁଧବାରଠାରୁ ହିଂସା ପ୍ରଭାବିତ ମଣିପୁରକୁ ତିନି ଦିନିଆ ଗସ୍ତ ଯିବେ।
ଭାଗବତ ତାଙ୍କ ଗସ୍ତବେଳେ ସାମାଜିକ କର୍ମକର୍ତ୍ତା, ଛାତ୍ର ଓ ଆର୍ଏସ୍ଏସ୍ କର୍ମୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଆସନ୍ତାବର୍ଷ ରାଜ୍ୟରେ ନିର୍ବାଚନ ପୂର୍ବରୁ ହେବାକୁ ଥିବା ଏହି ଗସ୍ତରେ ଆର୍ଏସ୍ଏସ୍ର ଶତବାର୍ଷିକୀ ପାଳନର ଅଂଶ ଭାବରେ କାର୍ଯ୍ୟକ୍ରମ ସମୀକ୍ଷା କରିବା ଭଳି ସାଂଗଠନିକ ପ୍ରସଙ୍ଗ ଉପରେ ଗୁରୁତ୍ବ ଦିଆଯିବ।
ରାଜ୍ୟରେ ଜାରି ରହିଥିବା ହିଂସା ଉପରେ ଆର୍ଏସ୍ଏସ୍ ଚିନ୍ତା ପ୍ରକାଶ କରିଛି।
Advertisment ଯଥାସମ୍ଭବ ପଦକ୍ଷେପ ନେବାକୁ ଅନୁରୋଧ ଗତବର୍ଷ ମଣିପୁର ଗସ୍ତ କରିଥିବା ଭାଗବତ ସ୍ଥାୟୀ ଶାନ୍ତି ଓ ପୁନର୍ବାସର ଆବଶ୍ୟକତା ବିଷୟରେ କହିଥିଲେ।
୨୦୨୩ ମସିହାରେ ତାମିଲନାଡୁର ଉଟିରେ ବାର୍ଷିକ ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକରେ ଆର୍ଏସ୍ଏସ୍ ମଣିପୁରର ପରିସ୍ଥିତି ଉପରେ ଚିନ୍ତା ପ୍ରକାଶ କରିଥିଲା ଓ ସରକାରଙ୍କୁ ରାଜ୍ୟରେ ସ୍ଥାୟୀ ଶାନ୍ତି ଓ ପୁନର୍ବାସ ପାଇଁ ଯଥାସମ୍ଭବ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲା।
FBI: ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଏଫବିଆଇ ଏଜେଣ୍ଟଙ୍କୁ ଦିଆଯାଇଥିଲା ସୁପାରି: ଆସିଫ ମର୍ଚ୍ଚାଣ୍ଟଙ୍କୁ ୨୭ ବର୍ଷ ୬ମାସ ଜେଲ୍ ଦଣ୍ଡାଦେଶ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
