Mohammed Siraj Row Sparks Political Clash: ସିରାଜଙ୍କ ଚୟନକୁ ନେଇ କଂଗ୍ରେସରେ ମତଭେଦ, ଜୋର୍ ଧରିଲା ରାଜନୀତି
କ୍ରିକେଟ୍ରେ ଧର୍ମକୁ ଟାଣିବା ନେଇ ରାଜନୀତି ଜୋର୍ ଧରିଛି।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନମିଳିବା ପରେ ଧାର୍ମିକ ଭେଦଭାବ ଅଭିଯୋଗ ଆଣିଥିଲେ କଂଗ୍ରେସ ସାଂସଦ ଇମ୍ରାନ ମସୁଦ।
Advertisment ହେଲେ ଏହି ବୟାନକୁ ନେଇ ନିଜ ଦଳରୁ ହିଁ ଶୁଣିବାକୁ ପଡ଼ିଛି କଡ଼ା ଜବାବ।
କଂଗ୍ରେସ ରାଜ୍ୟସଭା ସାଂସଦ ରଞ୍ଜିତ ରଞ୍ଜନ କହିଛନ୍ତି, ଖେଳ ଓ ରାଜନୀତିକୁ ଅଲଗା ରଖିବା ଉଚିତ୍।
ଖେଳାଳିଙ୍କ ଚୟନ ଧର୍ମ ନୁହେଁ, ଦକ୍ଷତା ଓ ପ୍ରଦର୍ଶନ ଆଧାରରେ ହେବା ଦରକାର।
ଅନ୍ୟପଟେ, ଇମ୍ରାନ ମସୁଦ ନିଜ ଅଭିଯୋଗରେ ଅଟଳ ରହିଛନ୍ତି।
ବିଜେପି ମଧ୍ୟ କଂଗ୍ରେସକୁ ଭୋଟ୍ ବ୍ୟାଙ୍କ ରାଜନୀତି କରୁଥିବା ଅଭିଯୋଗ କରିଛି।
ସିରାଜଙ୍କୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ କ୍ରିକେଟ୍ ପଡ଼ିଆରୁ ରାଜନୈତିକ ମଞ୍ଚକୁ ଚାଲିଆସିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
