Mobile tower: ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଧମକ

Sep 02, 2026 - 20:14
Mobile tower: ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଧମକ

"ଦେବଗଡ଼ (ଶକ୍ତି ସୌରଭ ନନ୍ଦ): ମୋବାଇଲ ଟାୱାର ଉପରେ ଚଢି ଜୀବନ ହାରିବାକୁ ଧମକ ଦେଉଛନ୍ତି ଜଣେ ଯୁବକ।

ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଝୁମ୍ପୁରା ଗ୍ରାମରେ।

ଉକ୍ତ ଗ୍ରାମରେ ଲୁବୁ ନାୟକ ଆଜି ମୋବାଇଲ ଟାୱାରର ଶୀର୍ଷରେ ଛିଡା ହୋଇ ଆତ୍ମହତ୍ୟା ଧମକ ଦେଇଛନ୍ତି।

Advertisment ସୂଚନାପାଇ ବାରକୋଟ ଥାନା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ଲୁବୁ ପୂର୍ବରୁ ବିବାହ କରିଥିବାବେ‌ଳେ ପାରିବାରିକ ଅଶାନ୍ତି ଯୋଗୁଁ  ତାଙ୍କର ସ୍ତ୍ରୀ ଛୁଆକୁ ଧରି ତାଙ୍କ ବାପ ଘରକୁ ଚାଲିଯାଇଛନ୍ତି।

IndiGo Lucknow-Bengaluru flight: ଲକ୍ଷ୍ନୌ-ବେଙ୍ଗାଲୁରୁ ଇଣ୍ଡିଗୋ ବିମାନକୁ ବୋମା ଧମକ ଏହାପରେ କିଛି ଦିନ ପୂର୍ବରୁ ଲୁବୁ ପାଲଲହଡା ଥାନାଚଂଳର ଜଣେ ଯୁବତୀକୁ ତାଙ୍କର ଘରକୁ ଆଣିଥିଲେ।କିନ୍ତୁ ଉକ୍ତ ଯୁବତୀଙ୍କ ପରିବାର ଲୋକ ତାଙ୍କୁ ଆଜି ଘରକୁ ନେଇଯିବାରୁ ଲୁବୁ ନିରାଶ ହୋଇ ମୋବାଇଲ ଟାୱାର ଉପରେ ଚଢ଼ି ଜୀବନ ହାରିବାକୁ ଉଦ୍ୟମ କରିଥିବା ଜଣାପଡିଛି।ସେ ମୋବାଇଲ ଟାୱାରର ଶୀର୍ଷ ଉପରକୁ ଚଢି ଯାଇଥିବାରୁ ସେ କଣ କହୁଛନ୍ତି କିଛି ଶୁଭୁ ନଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତ।

ଖବରଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)