Mobile nuclear reactor: ଭ୍ରାମ୍ୟମାଣ ନ୍ୟୁକ୍ଲିଆର୍‌ ରିଆକ୍ଟର୍‌

Jun 16, 2026 - 09:10
Mobile nuclear reactor: ଭ୍ରାମ୍ୟମାଣ ନ୍ୟୁକ୍ଲିଆର୍‌ ରିଆକ୍ଟର୍‌

"ଚୀନ ଏକ ଛୋଟ ଆକାରର ନ୍ୟୁକ୍ଲିଆର୍‌ ରିଆକ୍ଟର୍‌ ନିର୍ମାଣ କରି ପରୀକ୍ଷାନିରୀକ୍ଷା ଚଳାଇଛି, ଯାହାକୁ ଟ୍ରକ୍‌ରେ ଲଦି ଯେକୌଣସି ସ୍ଥାନକୁ ନେଇ ଯାଇ ହେବ। "ହେଫେଇ ଇନ୍‌ଷ୍ଟିଚ୍ୟୁଟ୍‌ସ ଅଫ୍‌ ଫିଜିକାଲ୍‌ ସାଇନ୍‌ସ"ର  ଗବେଷକମାନଙ୍କ ଦ୍ବାରା ବିକଶିତ ଏହି ଭ୍ରମ୍ୟମାଣ ରିଆକ୍ଟର୍‌ ସିଧାସଳଖ ୧୦ ମେଗାଵାଟ୍‌ ବିଦ୍ୟୁତ୍‌ ଯୋଗାଇପାରିବ।

ଏତିକି ବିଦ୍ୟୁତ୍‌ ଶକ୍ତି ୧୦,୦୦୦ ଘରର ଆବଶ୍ୟକତା ପୂରଣ କରିବାକୁ ପର୍ଯ୍ୟାପ୍ତ।

ମୁଖ୍ୟତଃ ଦୁର୍ଗମ ଇଲାକାକୁ ଦୀର୍ଘସ୍ଥାୟୀ ବିଦ୍ୟୁତ୍‌ ସଂଯୋଗ ପହଞ୍ଚାଇବା ପାଇଁ ଏହି ଟ୍ରକ୍‌କୁ ବ୍ୟବହାର କରାଯିବାର ଲକ୍ଷ୍ୟ ରଖାଯାଇଛି।Advertisment US-Iran Peace Deal: ଆମେରିକା-ଇରାନ ଚୁକ୍ତିରେ ଡିଜିଟାଲ ସ୍ବାକ୍ଷର କଲେ ଟ୍ରମ୍ପ, ଭାନ୍ସ ଏବଂ ଇରାନ ବାଚସ୍ପତି ଶିଳ୍ପ ଉପକରଣ ଚଳାଇବା, ବିଚ୍ଛିନ୍ନାଞ୍ଚଳର ଭିତ୍ତିଭୂମି ପରିଚାଳନା, ସେନାବାହାନୀ ଅପରେସନ୍‌, ଜରୁରିକାଳୀନ ସେବା ଭଳି କ୍ଷେତ୍ରରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ।

ଏହାର ବିଶେଷତ୍ବ ହେଲା ଏହା ଥରେ କାର୍ଯ୍ୟକ୍ଷମ ହେଲେ ଦଶନ୍ଧି ଦଶନ୍ଧି ଧରି ଅନବରତ ବିଜୁଳି ଶକ୍ତି ଯୋଗାଇ ଚାଲିବ।

ଡିଜେଲ ଜେନେରେଟର୍‌ ଭଳି ଏଥିରେ ନିୟମିତ ଇନ୍ଧନ ଢାଳିବାକୁ ପଡ଼ିବ ନାହିଁ।

ଏଥିରୁ ବାୟୁ ପ୍ରଦୂଷଣ ହେବ ନାହିଁ ଏବଂ ଏହା ଖୁବ୍ ସୁରକ୍ଷିତ ବୋଲି ଏହାକୁ ତିଆରି କରୁଥିବା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।

ତେବେ ଏହି ରିଆକ୍ଟର୍‌ ବାବଦରେ ସବିଶେଷ ତଥ୍ୟ ପ୍ରକାଶ ପାଇ ନ ଥିବାରୁ ବିଶେଷଜ୍ଞମାନେ ଏହାର କାର୍ଯ୍ୟକ୍ଷମତା ନେଇ ସଂଶୟ ପ୍ରକାଶ କରୁଛନ୍ତି।

Chandragiri Tibetan: ଆଧାର-ଭୋଟର କାର୍ଡ ଅଛି, ପରିଚୟର ପ୍ରଶ୍ନ ଏବେ ବି ଅମୀମାଂସିତ"