Missiles: ଉତ୍ତର କୋରିଆ ପୂର୍ବ ଜଳସୀମାରେ ୧୦ଟି କ୍ଷେପଣାସ୍ତ୍ର ମାଡ଼ କଲା: ଜାପାନ-ଦକ୍ଷିଣ କୋରିଆର ଚିନ୍ତା ବୃଦ୍ଧି

Aug 21, 2026 - 14:16
Missiles: ଉତ୍ତର କୋରିଆ ପୂର୍ବ ଜଳସୀମାରେ ୧୦ଟି କ୍ଷେପଣାସ୍ତ୍ର ମାଡ଼ କଲା: ଜାପାନ-ଦକ୍ଷିଣ କୋରିଆର ଚିନ୍ତା ବୃଦ୍ଧି

"ସିଓଲ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କୂଟନୀତି ପୁନଃ ଆରମ୍ଭ କରିବାର ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବାର ଦିନକ ପରେ ଉତ୍ତର କୋରିଆ ଗୁରୁବାର ଏହାର ପୂର୍ବ ଜଳସୀମାରେ ଆଡ଼କୁ ୧୦ଟି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟାରେ ପ୍ୟୋଙ୍ଗୟାଙ୍ଗ ଅଞ୍ଚଳରୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା।

ଉତ୍ତର କୋରିଆର କ୍ଷେପଣାସ୍ତ୍ର ମାଡ଼କୁ ଲକ୍ଷ୍ୟ କରି ଦକ୍ଷିଣ କୋରିଆ ସେନା ଏହାର ନିରୀକ୍ଷଣ କଡ଼ାକଡ଼ି କରିଥିଲା।

ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରାରମ୍ଭରେ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ହୋଇଥିବା ଚିହ୍ନଟ କରିଥିଲା।

ଉଭୟ ଦକ୍ଷିଣ କୋରିଆ ଓ ଜାପାନ ଏହି ଘଟଣାକୁ ସ୍ବୀକାର କରିଥିବାବେଳେ ଏହା ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି।Advertisment ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବକୁ ଉଲ୍ଲଂଘନ କ୍ଷେପଣାସ୍ତ୍ରଗୁଡ଼ିକ ପ୍ରାୟ ୩୦୦ କିଲୋମିଟର ଦୂରରେ ଜାପାନ ସାଗରରେ ମାଡ଼ ହୋଇଥିଲା।

ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏକ ସନ୍ଦିଗ୍ଧ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଚିହ୍ନଟ ହୋଇଥିବା ସୂଚନା ଦେଇଛି ଓ ଏହା ସମୁଦ୍ରରେ ପଡ଼ିଥିବା କହିଛି।

ଦକ୍ଷିଣ କୋରିଆ ଏହାର ନିରୀକ୍ଷଣ ବୃଦ୍ଧି କରିବା ସହିତ ଆମେରିକା ଓ ଜାପାନକୁ ତଥ୍ୟ ପ୍ରଦାନ କରିଛି।

ଏପରି କ୍ଷେପଣାସ୍ତ୍ର ମାଡ଼ ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବକୁ ଉଲ୍ଲଂଘନ କରୁଛି।

ପ୍ୟୋଙ୍ଗୟାଙ୍ଗ ସାଧାରଣତଃ ଆମେରିକା-ଦକ୍ଷିଣ କୋରିଆର ମିଳିତ ସାମରିକ ଅଭ୍ୟାସ ସମୟରେ ଏପରି ପରୀକ୍ଷଣକୁ ବୃଦ୍ଧି କରିଥାଏ।

ବୁଧବାର ଦକ୍ଷିଣ କୋରିଆ ଓ ଆମେରିକୀୟ ସାମରିକ ବାହିନୀ ସେମାନଙ୍କର ୧୧ ଦିନିଆ ଉଲ୍ଚି ଫ୍ରିଡମ୍ ସିଲ୍ଡ ଅଭ୍ୟାସକୁ ଛଅ ଦିନ ହ୍ରାସ କରି ଶୁକ୍ରବାର ସମାପ୍ତ କରିଥିଲେ।

ସୋମବାର ଟ୍ରମ୍ପ ପେଣ୍ଟାଗନକୁ ଅଭ୍ୟାସ ଯଥେଷ୍ଟ ଭାବେ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ-ଉନ୍‌ଙ୍କ ସହ ତାଙ୍କର ଭଲ ସମ୍ପର୍କ ଓ ଇରାନ ବିରୋଧରେ ଯୁଦ୍ଧରେ ଦକ୍ଷିଣ କୋରିଆ ତାଙ୍କୁ ସମର୍ଥନ କରିବାକୁ ମନା କରିବା କଥା ଟ୍ରମ୍ପ ଉଲ୍ଲେଖ କରିଥିଲେ।

Telangana CM: ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଆମେରିକା ଗସ୍ତକୁ ଅନୁମତି ଦେଲେନି କେନ୍ଦ୍ର ସରକାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)