IndiGo: ଇଣ୍ଡିଗୋ ୱେବସାଇଟ୍‌ରେ ପୁଣି ବିଭ୍ରାଟ, ବିମାନ ଟିକେଟ୍ ବୁକିଂ ପ୍ରଭାବିତ

Aug 21, 2026 - 14:16
IndiGo: ଇଣ୍ଡିଗୋ ୱେବସାଇଟ୍‌ରେ ପୁଣି ବିଭ୍ରାଟ, ବିମାନ ଟିକେଟ୍ ବୁକିଂ ପ୍ରଭାବିତ

"ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ଘରୋଇ ବିମାନ ସେବା କମ୍ପାନି ଇଣ୍ଡିଗୋର ଅନଲାଇନ୍ ବୁକିଂ ବ୍ୟବସ୍ଥାରେ ପୁଣି ଥରେ ବୈଷୟିକ ସମସ୍ୟା ଦେଖାଦେଇଛି।

ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ବିଭ୍ରାଟ ହେବାରୁ କିଛି ଯାତ୍ରୀ ବିମାନ ଟିକେଟ୍ ବୁକ୍ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ୱେବସାଇଟ୍‌ରେ ବିମାନ ଖୋଜିବା ସମୟରେ କେତେକ ଯାତ୍ରୀଙ୍କୁ "ନୋ ଡାଟା ଏଭେଲେବଲ୍" ବାର୍ତ୍ତା ଦେଖାଯାଇଥିଲା।

ଏଥିସହ କିଛି ଗ୍ରାହକ ଇଣ୍ଡିଗୋର ମୋବାଇଲ୍ ଆପ୍‌ରେ ଲଗ୍‌ଇନ୍ କରିବାରେ ମଧ୍ୟ ଅସୁବିଧା ହୋଇଥିବା ଜଣାପଡ଼ିଛି।

ଅନଲାଇନ୍ ବୁକିଂ ସହିତ ୱେବ୍ ଚେକ୍-ଇନ୍ ଓ ପେମେଣ୍ଟ କନଫର୍ମେସନ୍‌କୁ ନେଇ ମଧ୍ୟ କିଛି ଗ୍ରାହକ ଅଭିଯୋଗ କରିଛନ୍ତି।

Advertisment ବିଭ୍ରାଟର କାରଣ ଅସ୍ପଷ୍ଟ ଏହାପୂର୍ବରୁ ଅଗଷ୍ଟ ୧୯ରେ ଇଣ୍ଡିଗୋର ମୂଳ ସଂରକ୍ଷଣ ପ୍ଲାଟଫର୍ମରେ ସମସ୍ୟା ଦେଖାଦେଇଥିଲା।

ଏହା ଯୋଗୁଁ କିଛି ଗ୍ରାହକ ଟିକେଟ୍ ବୁକିଂ ଓ ଅନଲାଇନ୍ ଚେକ ଇନ୍ କରିପାରିନଥିଲେ।

ଇଣ୍ଡିଗୋ କହିଥିଲା ଯେ ସମସ୍ୟାର ସମାଧାନ ପାଇଁ ଏହା ଏକ ପାର୍ଟନର ସଂସ୍ଥା ସହିତ କାମ କରୁଛି।

ତେବେ ବିଭ୍ରାଟର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ କମ୍ପାନି ସ୍ପଷ୍ଟ କରିନଥିଲା।

ଭାରତୀୟ ଘରୋଇ ବିମାନ ବଜାରରେ ଇଣ୍ଡିଗୋର ଅଂଶ ପ୍ରାୟ ୬୭ ପ୍ରତିଶତ ଥିବାରୁ ଏହାର ଅନଲାଇନ୍ ବ୍ୟବସ୍ଥାରେ ଏଭଳି ବାରମ୍ବାର ବିଭ୍ରାଟ ଯାତ୍ରୀ ସେବାର ନିର୍ଭରଯୋଗ୍ୟତା ନେଇ ପ୍ରଶ୍ନ ଉଠାଇଛି।

ଗତ ଡିସେମ୍ବରରେ ପାଇଲଟ୍ ରୋଷ୍ଟର ପରିଚାଳନା ସମସ୍ୟା ଯୋଗୁଁ ଇଣ୍ଡିଗୋ ପ୍ରାୟ ୪,୫୦୦ ବିମାନ ବାତିଲ କରିଥିଲା।

ଏହାର ପ୍ରଭାବରେ ଦେଶରେ ବିମାନ ଯାତ୍ରା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା।

ARM: ବାପାଙ୍କୁ ହରାଇବା ପରେ ପାଠପଢ଼ାରେ ଆର୍ଥିକ ବାଧା, ମାଗଣା ବସ୍‌ ପାସ୍‌ ସହ ଛାତ୍ରୀଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବେ ଏଆରଏମ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)