Messi: ବାପାଙ୍କ ମୃତ୍ୟୁ ପରେ ମେସିଙ୍କ ପ୍ରଥମ ଗୋଲ୍‌

Aug 20, 2026 - 09:54
Messi: ବାପାଙ୍କ ମୃତ୍ୟୁ ପରେ ମେସିଙ୍କ ପ୍ରଥମ ଗୋଲ୍‌

"ପେନ୍‌ସିଲଭାନିଆ: କିଛି ଦିନ ତଳେ ବାପାଙ୍କୁ ହରାଇଥିବା ଆର୍ଜେଣ୍ଟିନା ତାରକା ମେସି ପୁଣି ଥରେ ଫୁଟ୍‌ବଲ୍‌ ପଡ଼ିଆକୁ ଫେରିଛନ୍ତି।

ଏହି ପ୍ରତ୍ୟାବର୍ତ୍ତନରେ ଇଣ୍ଟର ମିଆମି ପକ୍ଷରୁ ଖେଳୁଥିବା ଭାବପ୍ରବଣ ମେସି ବୁଧବାର ମେଜର ଲିଗ୍‌ ସକ୍କର (ଏମ୍‌ଏଲ୍‌ଏସ୍‌) କପ୍‌ ପ୍ରତିଯୋଗିତାରେ ପ୍ରଥମ ଗୋଲ୍‌ ଦେଇଛନ୍ତି।

ତାଙ୍କର ଗୋଲ୍‌ ବଳରେ ଫିଲାଡେଲଫିଆ ୟୁନିୟନ୍‌ ବିପକ୍ଷ ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧକୁ ଇଣ୍ଟର ମିଆମି ୨-୧ରେ ନିଜ ପକ୍ଷରେ ରଖିଥିଲା।Advertisment ଚଳିତ ଋତୁରେ ୧୩କୁ ପହଞ୍ଚିଛି ମେସିଙ୍କ ‌ଗୋଲ୍‌ ସଂଖ୍ୟା   ଦଳର ପ୍ରଥମ ଗୋଲ୍‌ରେ ମଧ୍ୟ ୩୯ ବର୍ଷୀୟ ମେସିଙ୍କ ହାତ ରହିଥିଲା।

ହେଲେ ଦ୍ବିତୀୟାର୍ଦ୍ଧରେ ଫିଲାଡେଲଫିଆ ୟୁନିୟନ୍‌ ଗୋଟିଏ ଗୋଲ୍‌ ଶୁଝି ସ୍ଥିତି ସମାନ କରିବା ସହ ପଏଣ୍ଟ୍‌ ବାଣ୍ଟିଥିଲା।

ମେସି ଏଥିସହ ଏମ୍‌ଏଲ୍‌ଏସ୍‌ କପ୍‌ର ଚଳିତ ଋତୁରେ ନିଜ ‌ଗୋଲ୍‌ ସଂଖ୍ୟା ୧୩ରେ ପହଞ୍ଚାଇ ଗୋଲ୍‌ଡେନ୍‌ ବୁଟ୍‌ ଦୌଡ଼ରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ତାଙ୍କ ଆଗରେ କେବଳ ଡାଲାସ ଷ୍ଟ୍ରାଇକର୍‌ ପିଟର ମୁସା (୧୪ ଗୋଲ୍‌) ରହିଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତ ମାସ ୮ ତାରିଖରେ ମେସିଙ୍କ ବାପା ଜର୍ଜ ୬୮ ବର୍ଷ ବୟସରେ ଆର୍ଜେଣ୍ଟିନାର ରୋସାରିଓରେ ମୃତ୍ୟୁ ବରଣ କରିଥିଲେ।

Rahul Gandhi: ପୁଣେରେ ରାହୁଲ ଗାନ୍ଧୀଙ୍କ ଛାତ୍ରଙ୍କ ଗୁଞ୍ଜ୍ କାର୍ଯ୍ୟକ୍ରମକୁ ଅନୁମତି: ୩୦ ସର୍ତ୍ତ ରଖିଲା ପୁଲିସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media