Keonjhar: ଶିକ୍ଷକ ପଦବୀ ପୂରଣ ଦାବିରେ ବିଦ୍ୟାଳୟ ବାହାରେ ତାଲା ପକାଇଲେ ଅଭିଭାବକ

Aug 20, 2026 - 13:19
Keonjhar: ଶିକ୍ଷକ ପଦବୀ ପୂରଣ ଦାବିରେ ବିଦ୍ୟାଳୟ ବାହାରେ ତାଲା ପକାଇଲେ ଅଭିଭାବକ

"ଚମ୍ପୁଆ: ବିଦ୍ୟାଳୟରେ ନାଁହାନ୍ତି ଆବଶ୍ୟକ ଶିକ୍ଷକ।

ଶିକ୍ଷକ ପଦବୀ ପୂରଣ ଦାବିରେ ସ୍କୁଲ ବାହାରେ ତାଲା ପକାଇଲେ ଅଭିଭାବକ।

କେନ୍ଦୁଝରଜିଲ୍ଲା ଚମ୍ପୁଆ ବ୍ଲକ ଦୋଳିତା ସ୍ଥିତ ରଜିଆ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାରେ ଆଜି ତାଲା ପକାଇଛନ୍ତି ଅଭିଭାବକ ।

ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ୨୫୯ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ବିଦ୍ୟାଳୟରେ ମାତ୍ର ୪ ଜଣ ଶିକ୍ଷକ ରହିଛନ୍ତି।

ଷଷ୍ଠ ସପ୍ତମ ଅଷ୍ଟମ ଶ୍ରେଣୀ ପାଇଁ ଜଣେ ହେଲେ ଶିକ୍ଷକ ନିଯୁକ୍ତି ହୋଇନଥିବାବେଳେ ନବମ ଦଶମ ଶ୍ରେଣୀ ପାଇଁ ମାତ୍ର ଚାରିଜଣ ଶିକ୍ଷକ ଅଛନ୍ତି।Advertisment ଆହୁରି ପଢନ୍ତୁ: Suresh Oberoi: ଅଧିକାଂଶ ଲୋକ କେବଳ ଟଙ୍କା ରୋଜଗାର ପାଇଁ ରାଜନୀତିକୁ ଆସୁଛନ୍ତି: ସୁରେଶ ଓବରୟ ପିଇଟି ଓ ହିନ୍ଦୀ ଶିକ୍ଷକ ପଦବୀ ଦୀର୍ଘ ଦିନ ଧରି ଖାଲି ପଡ଼ିଛି।

ଏହାସହିତ ବିଦ୍ୟାଳୟର ଗଣିତ ଶିକ୍ଷକଙ୍କୁ ଦୁଇମାସରୁ ଅଧିକ ହେବ ଏସଆଇଆର ଡ୍ୟୁଟି ଦିଆଯାଇଥିବାରୁ ଦୁଇମାସ ହେବ ସେ ସ୍କୁଲ ଆସୁନଥିବାରୁ ଦୁଇମାସ ହେବ ସ୍କୁଲରେ ଗଣିତ ପାଠପଢା ବନ୍ଦ ରହିଛି।

ଆଗକୁ ମେଟ୍ରିକ୍ ପରୀକ୍ଷା ଥିବାବେଳେ ପାଠପଢ଼ା ହୋଇ ପାରୁନାହିଁ।

ଏହାକୁ ନେଇ ଅଭିଭାବକ ଅନେକ ଥର ଶିକ୍ଷା ବିଭାଗ ଚମ୍ପୁଆ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ ସୁଦ୍ଧା କେହି ଗୁରୁତ୍ବ ଦେଉନଥିବାରୁ ଆଜି ବିଦ୍ୟାଳୟରେ ଚାବି ପକାଇଛନ୍ତି ଅଭିଭାବକ।

ଫଳରେ ଛାତ୍ରଛାତ୍ରୀ ଶିକ୍ଷକ ବାହାରେ ରହିଥିବାରୁ ପାଠପଢା ବନ୍ଦ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)