Mercury level: ୫ ଡିଗ୍ରି ହ୍ରାସ ପାଇବ ପାରଦ

Nov 24, 2026 - 04:20
Mercury level: ୫ ଡିଗ୍ରି ହ୍ରାସ ପାଇବ ପାରଦ

ଭୁବନେଶ୍ବର: ଆସନ୍ତା ୪ ଦିନ ମଧ୍ୟରେ ସାରା ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରି ହ୍ରାସ ପାଇବ।

କନ୍ଧମାଳ , ଫୁଲବାଣୀ, ଦାରିଙ୍ଗବାଡ଼ି, କୋରାପୁଟ, ସିମିଳିଗୁଡ଼ା ପରି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିବ।

ରାଉରକେଲା, ସୁନ୍ଦରଗଡ଼, ବୌଦ୍ଧ, ଭବାନୀପାଟଣା, କେନ୍ଦୁଝର ସହରରେ ପାରଦ ୧୧ ଡିଗ୍ରି ରହିବ।

ସ୍ବାଭାବିକଠାରୁ ୩ରୁ ୬ ଡିଗ୍ରି ଉପରେ ଥିବା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ୩ରୁ ୪ ଡିଗ୍ରି ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର , କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Advertisment Action: ଚୀନ୍‌ରୁ ବାଂଲାଦେଶ ଯାଉଥିଲା ଜାହାଜରୁ ଇଣ୍ଡୋନେସିଆ ନୌସେନା ଜବତ କଲା ୪୦୫ ଟନ୍‌ ରାସାୟନିକ ପଦାର୍ଥ ଏହାବ୍ୟତୀତ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ , ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ, ମାଲକାନଗିର ଓ ଖୋରଧା ଜିଲ୍ଲାରେ ହାଲୁକାରୁ ମଧ୍ୟମ କୁହୁଡ଼ି ହୋଇପାରେ।

ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇଛି।

ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୬ରୁ ୭ ଡିଗ୍ରି ଓ ଉପକୂଳ ଓଡ଼ିଶାରେ ୪ରୁ ୫ ଡିଗ୍ରି ଅଧିକ ରହିଥିଲା।

ଜଗତ୍‌ସିଂହପୁର, ଖୋରଧା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି।

ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ କୁହୁଡ଼ି ପଡ଼ିଛି।

କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରି, ସିମିଳିଗୁଡ଼ାରେ ୧୪.୬ ଡିଗ୍ରି, ଜି.ଉଦୟଗିରିରେ ୧୫.୨ ଡିଗ୍ରି ରହିଥିଲା।

Health: ମୁଖ କର୍କଟ ଚିକିତ୍ସା ପାଇଁ ତ୍ରିନାଥଙ୍କ ଅର୍ଥ ବାଧକ; ଆକୁଳ ନିବେଦନ କଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)