Mayurbhanj POCSO case ୪ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ମାମଲା, ଦୁଇ ଦିନ ପରେ ଅଭିଯୁକ୍ତ ସମ୍ପର୍କୀୟ ନାବାଳକ ଅଟକ
ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରେ ଦୁଇ ଦିନ ପୂର୍ବେ ଏକ ଆଦିବାସୀ ଗାଁରେ ଏକ ୪ବର୍ଷ ବୟସର ଶିଶୁକନ୍ୟାଙ୍କୁ ନିକଟ ସମ୍ପର୍କୀୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ଏନେଇ ପରିବାର ପକ୍ଷରୁ ପ୍ରଥମେ ଥାନାରେ ଅଭିଯୋଗ କରାଯାଇନଥିଲା, କିନ୍ତୁ ଶେଷରେ ଅଭିଯୋଗ ପରେ ପୁଲିସ ପଦକ୍ଷେପ ନେଇଛି।
ଅଭିଯୁକ୍ତ ଜଣେ ନାବାଳକଙ୍କୁ ପୁଲିସ ଅଟକ ରଖିଥିବା ଜଣାଯାଇଛି।
ଅପରପକ୍ଷରେ, ପୁଲିସ ତୁରନ୍ତ ପଦକ୍ଷେପ ନେଇ ଅଭିଯୁକ୍ତକୁ ଗିରଫ କରିବା ସହ ଶିଶୁଟିର ସ୍ବାସ୍ଥ୍ୟ ରକ୍ଷା ନିମନ୍ତେ ପଦକ୍ଷେପ ନେବାକୁ ଏବିଭିପି ପକ୍ଷରୁ ଦାବି କରାଯାଇଛି।
Advertisment Sexual Assault on 4-Year-Old Girl ମୟୂରଭଞ୍ଜରେ ୪ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ ସୂଚନା ଅନୁଯାୟୀ, ଶିଶୁକନ୍ୟା ଜଣକ ଘର ନିକଟରେ ଖେଳୁଥିବା ସମୟରେ ଗ୍ରାମର ଜଣେ ନାବାଳକ ତାଙ୍କୁ ଡାକି ଦୁଷ୍କର୍ମ କରିଥିଲେ।
ଶିଶୁକନ୍ୟାଙ୍କ ଅବସ୍ଥା ଗୁରୁତର ଅବସ୍ଥାରେ ପ୍ରଥମେ ରାଇରଙ୍ଗପୁର ମେଡିକାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏନେଇ ରାଇରଙ୍ଗପୁର ଏସଡିପିଓ ବୀରେନ୍ଦ୍ର ସେନାପତିଙ୍କ ଠାରୁ ମିଳିଥିବା ସୂଚନାନୁସାରେ, ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।
ଜାମଦା ଥାନାରେ ପୋକ୍ସୋ ଆଇନରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ନାବାଳକୁ ଅଟକ ରଖାଯାଇ ପଚରାଉଚରା ଚାଲିଛି।
Suspected food poisoning ମୟୂରଭଞ୍ଜରେ ଦମ୍ପତିଙ୍କ ରହସ୍ୟଜନକ ମୃତ୍ୟୁ: ଭୋଜି ଖାଇବା ପରେ ଅସୁସ୍ଥ, ବିଷାକ୍ତ ଖାଦ୍ୟ ଆଶଙ୍କା ଅପରପକ୍ଷରେ, ରାଇରଙ୍ଗପୁର ମହାବିଦ୍ୟାଳୟ ଛାତ୍ର ସଂସଦ ପକ୍ଷରୁ ଅଭିଯୁକ୍ତକୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦେବାକୁ ବାମନଘାଟି ଉପଜିଲ୍ଲାପାଳ ଉଗ୍ରସେନ ଓରାମ ଓ ଏସପି ସୁରେଶ ଚନ୍ଦ୍ର ପାତ୍ରଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।
ଏହି ଦାବିପତ୍ର ପ୍ରଦାନ ସମୟରେ, ସ୍ଟୁଡେଣ୍ଟ ୟୁନିୟନ ସଭାପତି ଇପ୍ସିତ କୁମାର ମହାନ୍ତ, ଉପ ସଭାପତି ମନୀଷା ପୂର୍ତ୍ତୀ,ସମ୍ପାଦକ ଧନଞ୍ଜୟ ଦଳେଇ,ସହ ସମ୍ପାଦକ ଦୀପକ ମାଝୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
