Heavy rain: ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା, ବନ୍ୟା ପରିସ୍ଥିତି ଗମ୍ଭୀର

Oct 29, 2026 - 19:52
Heavy rain: ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା, ବନ୍ୟା ପରିସ୍ଥିତି ଗମ୍ଭୀର

ଭଂଜନଗର (ବିଶ୍ବମ୍ବର ଜେନା): ବୁଧବାର ରାତିରୁ ବାତ୍ୟା ଅର୍ଣ୍ଣବର ପ୍ରଭବାରେ ବର୍ଷା ତାର କରାଳ ରୂପ ଦେଖାଇବାରେ ଲାଗିଛି।

ଅବିଶ୍ରାନ୍ତ ବର୍ଷା ନଦୀ ନାଳରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେବା ସହ ନଦୀ ଉଛୁଳି ବିଭିନ୍ନ ଗ୍ରାମରେ ପଶିଛି।

ଅନେକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଥିବା ବେଳେ ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି।

Advertisment ବୁଧବାରରୁ ଗୁରୁବାର ସକାଳ ୬ଟା ମଧ୍ୟରେ ୨୭୦ ମିଲିମିଟର ବର୍ଷା ହୋଇଥିବା ବେଳେ ସୋରଡ଼ା ଅଞ୍ଚଳରେ ୩୩୭ ମିଲିମିଟରରୁ ଉର୍ଦ୍ଧ୍ୱ ବର୍ଷା ହୋଇଛି।

ଅଳ୍ପ ସମୟ ମଧ୍ୟରେ ଅଧିକ ପରିମାଣର ବର୍ଷା ହେବାରୁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ହୋଇଛି।

ଲୋହରାଖଣ୍ଡି ଓ ବଡ଼ନଦୀରେ ଜଳସ୍ତର ବୃଦ୍ଧି ପାଇଛି।

ଡହ ଜଳଭଣ୍ଡାରରେ ବୁଧବାର ଜଳସ୍ତର ୭୧ ପ୍ରତିଶତ ଥିବା ବେଳେ ରାତି ୧୨ଟା ପରେ ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଇଥିଲା।

ଗୁରୁବାର ଭୋର୍ ପ୍ରାୟ ୪ଟା ସମୟରେ ଜଳଭଣ୍ଡାରରେ ଶତପ୍ରତିଶତ ଜଳ ମହଜୁଦ ହୋଇଯାଇଛି।

ଫଳରେ ଆଡ଼ିବନ୍ଧର ସୁରକ୍ଷା ଦୃଷ୍ଟିରୁ ଲୋହରାଖଣ୍ଡି ନଦୀକୁ ଜଳ ନିଷ୍କାସନ ହେଉଛି।

ଯାହାଦ୍ବାରା ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଏକାଧିକ ଗ୍ରାମ ଜଳବନ୍ଦୀ ସାନକୋଦଣ୍ଡା ପଞ୍ଚାୟତର ଚଢ଼େୟାପଲ୍ଲୀ, ବାହାଡ଼ାପଦର, ସାନକୋଦଣ୍ଡା, ଗମ୍ଭାରୀଗୋଛା, ଯୋଗୀମାରି, ଢୁଢୁଆ ସମେତ ଏକାଧିକ ଗ୍ରାମ ଜଳବନ୍ଦୀ ହୋଇପଡ଼ିଛି।

ଅନେକ ଘର ଭିତରକୁ ବନ୍ୟାଜଳ ପଶିଯାଇଥିବା ବେଳେ ଗ୍ରାମର ରାସ୍ତାଘାଟରେ ୩-୪ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି।

ହଠାତ୍ ବନ୍ୟାଜଳ ମାଡ଼ି ଆସିବା ଯୋଗୁଁ ଅନେକ ସ୍ଥାନରେ ଚାଳଛପର ଘର ଭାଙ୍ଗିଯାଇଥିବା ଜଣାପଡ଼ିଛି।

ଲୋକେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ କେତେକ ପରିବାର ନିଜ ଉଦ୍ୟମରେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି।

ଛୋଟ ପିଲାଙ୍କୁ ନେଇ ଅନେକ ପରିବାର ଭୟଭୀତ ଅବସ୍ଥାରେ ରହିଛନ୍ତି।

ଖବର ପାଇ ପ୍ରଶାସନିକ ଅଧିକାରୀମାନେ ସକାଳୁ ବିଭିନ୍ନ ଗ୍ରାମରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

ତେବେ ଜଳବନ୍ଦୀ ଗ୍ରାମଗୁଡ଼ିକରେ ଫସି ରହିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଓଡ୍ରାଫ ଟିମ୍ ମୁତୟନ କରିବାକୁ ଦାବି ହୋଇଛି।

Rain: ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ: ଲଗାଣ ବର୍ଷାରେ ଶୋଇଲା ପାଚିଲା ଧାନ ପରିସ୍ଥିତି ଆହୁରି ଜଟିଳ ଏଭଳି ସ୍ଥିତି ପରେ ମଧ୍ୟ ବର୍ଷା ଲାଗି ରହିଥିବାରୁ ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ଘନୀଭୂତ ହୋଇଛି।

ଏଥିସହ ଭଞ୍ଜନଗର ସହର ର ସ୍ଥିତି ମଧ୍ୟ ସଙ୍ଗିନ ହେବାରେ ଲାଗିଛି।

ନଈ କୂଳିଆ ସାହି ଭିତରେ ଅଣ୍ଠୁଏ ଉଚ୍ଚରେ ପାଣି ବୋହୁଥିବା ବେଳେ ଭୋର ସମୟରେ ଲୋକଙ୍କୁ ବିଭିନ୍ନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ପକ୍କା ଘରେ ରହୁଥିବା ଲୋକ ମାନେ ଉପର ମହଲାରେ ପରିବାର ସହ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି।

ନାହାତୁଠ ସାହି,ଶଙ୍ଖ ସାହି, ମେଦିରି ସାହି, ୫ ନମ୍ୱର୍ ୱାର୍ଡ ଭଳି ବିଭିନ୍ନ ତଳିଆ ସାହିରେ ଜଳମଗ୍ନ ସ୍ଥିତି ଦେଖା ଦେଇଛି।

ବହୁ ପୁରାତନ ରଘୁନାଥ ମନ୍ଦିର ଭିତରେ ବି ପାଣି ପଶି ଯାଇସବୁଛି।

ଏଥିସହ ଭଞ୍ଜନଗର-ବ୍ରହ୍ମପୁର ରାସ୍ତାର ବଦକୋଦଣ୍ଡା ରାସ୍ତାରେ ଏବଂ ଭଞ୍ଜନଗର-ଭୁବନେଶ୍ୱର ରାସ୍ତାରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇଯାଇଛି।

ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆବଶ୍ୟକ ରିଲିଫ୍ ଓ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)