Mayurbhanj Gold Mines: ଚଳିତ ବର୍ଷ ମୟୂରଭଞ୍ଜ ସୁନା ଖଣି ନିଲାମ: ୩ ଜିଲ୍ଲାରେ ସୁନା ଠାବ

Nov 20, 2026 - 07:40
Mayurbhanj Gold Mines: ଚଳିତ ବର୍ଷ ମୟୂରଭଞ୍ଜ ସୁନା ଖଣି ନିଲାମ: ୩ ଜିଲ୍ଲାରେ ସୁନା ଠାବ

ଭୁବନେଶ୍ବର: ଓଡ଼ିଶାର ତିନିଟି ଜିଲ୍ଲାର ମାଟି ତଳେ ସୁନା ସନ୍ଧାନ କରାଯାଇଛି।

କେନ୍ଦୁଝରର ଗୋପୁର-ଜଳଡ଼ିହି, ଦେବଗଡ଼ର ଆଡାସ-ରାମପାଲି ଓ ମୟୂରଭଞ୍ଜର ମଦନାସାହି-କାଞ୍ଜିଆଠାରେ ସୁନାମିଶା ପଥର ଚିହ୍ନଟ କରାଯାଇଛି।

ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା (ଜିଏସ୍‌ଆଇ) ଓ ରାଜ୍ୟ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ତରଫରୁ ବିଭିନ୍ନ ସ୍ତରର ଅନୁସନ୍ଧାନ ଜରିଆରେ ସୁନା ଠାବ କରାଯାଇଛି।

ସେଥିରୁ ମୟୂରଭଞ୍ଜର ମଦନାସାହି-କାଞ୍ଜିଆ ସୁନା ଖଣିକୁ ଚଳିତ ଆର୍ଥିକ ବର୍ଷ (୨୦୨୬-୨୭)ରେ ନିଲାମ କରିବାକୁ ନୀତିଗତ ନିଷ୍ପତ୍ତି ନିଆଯାଇଥିବା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।

ସେହି ନିଲାମ ପାଇଁ ଆବଶ୍ୟକ କାର୍ଯ୍ୟ ବିଭାଗ ଦ୍ବାରା ସମ୍ପାଦନ କରାଯାଉଛି।

Advertisment Minerals in Balasore: ବାଲେଶ୍ବରରେ ଲଘୁଖଣିଜ ମହାଲୁଟ୍‌: ରୟାଲଟି ଅପେକ୍ଷା ଜରିମାନା ଆଦାୟ ଅଧିକ ମନ୍ତ୍ରୀ ଶ୍ରୀ ଜେନାଙ୍କ ସୁଚନା ଅନୁସାରେ, ରାଜ୍ୟର କେତେକ ଅଞ୍ଚଳରେ ସୁନା ସହିତ ଅନ୍ୟାନ୍ୟ ଖଣିଜ ପଦାର୍ଥ ମିଶିଥିବା ଅନୁସନ୍ଧାନରୁ ଜଣାପଡ଼ିଛି।

ଦେବଗଡ଼ର ଆଡାସ-ରାମପାଲି ଅଞ୍ଚଳରେ ସୁନା ସହିତ ତମ୍ବା, ଗ୍ରାଫାଇଟ, ରୁପା ଓ ନିକେଲର ଉପସ୍ଥିତି ଚିହ୍ନଟ କରାଯାଇଛି।

ମୟୂରଭଞ୍ଜର ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବା ଓ ସୁନା ମିଶା ଖଣିଜ ପଦାର୍ଥ ଚିହ୍ନଟ କରାଯାଇଛି।

ପ୍ରତି ଖଣିରେ ଥିବା ଖଣିଜର ପରିମାଣ, ଗୁଣବତ୍ତା ଓ ଆର୍ଥିକ ଦୃଷ୍ଟିରୁ ତାହା ଉତ୍ତୋଳନ ପାଇଁ ଉପଯୋଗୀ ନା ନାହିଁ ତାହା ବିଚାରକୁ ନେବା ପରେ ସେଗୁଡ଼ିକୁ ବାହାର କରିବା ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟ ପକ୍ଷରେ, କେନ୍ଦ୍ର ସରକାରଙ୍କ ଦ୍ବାରା ଏମ୍‌ଏମ୍‌ଡିଆର୍‌ (ସଂଶୋଧନ) ନିୟମ ୨୦୦୬ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ ହେବାକୁ ଥିବା ନିୟମ ସମ୍ବନ୍ଧିତ ସର୍ତ୍ତାବଳୀ ଓ ପ୍ରତିବନ୍ଧକଗୁଡ଼ିକୁ ଭିତ୍ତିକରି ସେହି ହିସାବ କରାଯିବ।

Landmines Recovered ନକ୍ସଲମୁକ୍ତ ସରଣ୍ଡା ଜଙ୍ଗଲରୁ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ଜବତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)