Mayurbhanj: ଆଜି ମୟୂରଭଞ୍ଜର ସମସ୍ତ ସ୍କୁଲ୍ ଛୁଟି: ବିଦ୍ୟାଳୟରେ ଉପସ୍ଥିତ ରହିବେ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀ
"ବୈଶିଙ୍ଗା: ପ୍ରବଳ ବର୍ଷାକୁ ନେଇ ନେଇ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ୍କୁ ଛୁଟିଘୋଷଣା କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ।
ଆଜି (୧୪ ତାରିଖ) ଜିଲ୍ଲାର ଅଙ୍ଗନବାଡ଼ି ସହ ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଯାଏ କ୍ଲାସ୍ ବନ୍ଦ ରହିବ।
ତେବେ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ବିଦ୍ୟାଳୟରେ ଉପସ୍ଥିତ ରହିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଘୋଷଣା କରାଯାଇଛି।Advertisment ଗତ ୮ ତାରିଖରେ ମଧ୍ୟ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ ସୂଚନାଯୋଗ୍ୟ, ଗତ ୮ ତାରିଖରେ ମଧ୍ୟ ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ ରେଡ୍ ୱାର୍ନିଂ ରହିଥିବା ହେତୁ ଜିଲ୍ଲାର ସମସ୍ତ ସ୍କୁଲ୍କୁ ଛୁଟି ଘୋଷଣା କରିଥିଲେ ମୟୂରଭଞ୍ଜ ଜିଲ୍ଲାପାଳ।
ଆଜି ସକାଳୁ ମଧ୍ୟ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଆକାଶ ମେଘୁଆ ରହିଛି।
Migrant workers: ଶ୍ରମିକଙ୍କ ପରିବାର ପାଇଁ ତୁରନ୍ତ ପଦକ୍ଷେପ; ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଲା ସ୍ବେଚ୍ଛାସେବୀ ସଂଗଠନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
