Heavy Rain: ପ୍ରୟାଗରାଜରେ ବର୍ଷା ଜାରି: ବିହାରରେ ଭାସିଗଲା ସ୍କୁଲ, ହିମାଚଳ-ଉତ୍ତରାଖଣ୍ଡରେ ୬ ମୃତ

Aug 19, 2026 - 13:06
Heavy Rain: ପ୍ରୟାଗରାଜରେ ବର୍ଷା ଜାରି: ବିହାରରେ ଭାସିଗଲା ସ୍କୁଲ, ହିମାଚଳ-ଉତ୍ତରାଖଣ୍ଡରେ ୬ ମୃତ

"ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ବର୍ଷା ଜାରି ରହିଛି।

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଲଗାତାର ତୃତୀୟ ଦିନ ବର୍ଷା ଯୋଗୁ ଘରମାନଙ୍କରେ ପାଣି ପଶି ଯାଇଛି।

ଘରର ଆସବାବପତ୍ର ପାଣିରେ ବୁଡ଼ି ଯାଇଛି।

ଜିଲ୍ଲାରେ କ୍ରମାଗତ ଦ୍ବିତୀୟ ଦିନ ପାଇଁ ସ୍କୁଲ ବନ୍ଦ ରହିଛି।

ରାମବାଗ ରେଳଷ୍ଟେସନରେ ତିନିଟି ଟ୍ରାକ୍‌ ପାଣିରେ ବୁଡ଼ି ଯାଇଛି।

ବିହାରର ବଗାହାରେ ଗଣ୍ଡକ ନଦୀ ଦ୍ରୁତ ଗତିରେ କୂଳ ଖାଇବା ଯୋଗୁ ଏକ ପ୍ରାଥମିକ ସ୍କୁଲର ପାଞ୍ଚଟି ଶ୍ରେଣୀଗୃହରୁ ଚାରିଟି ଭାସି ଯାଇଛି।

ମଙ୍ଗଳବାର ପ୍ରବଳ ବର୍ଷା ମଧ୍ୟରେ ହିମାଚଳ ପ୍ରଦେଶର ସିରମୌରରେ ଭୂସ୍ଖଳନରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।Advertisment ବର୍ଷା ଯୋଗୁଁ ୮୮ଟି ରାସ୍ତା ବନ୍ଦ ମୃତକଙ୍କ ମଧ୍ୟରେ ଜଣେ ଟ୍ରକ୍ ଡ୍ରାଇଭର ଓ ନେପାଳର ଦୁଇଜଣ ଶ୍ରମିକ ଅଛନ୍ତି।

ବର୍ଷା ଯୋଗୁଁ ୮୮ଟି ରାସ୍ତା ବନ୍ଦ ରହିଛି।

ମଣ୍ଡିରେ ସର୍ବାଧିକ ୩୨ଟି, କୁଲ୍ଲୁ‌ରେ ୨୫ ଓ ସିରମୌରରେ ୧୦ଟି ରାସ୍ତା ବନ୍ଦ ରହିଛି।

ଉତ୍ତରାଖଣ୍ଡର ପାଉଡ଼ି ଗଡ଼ୱାଲରେ ଭୂସ୍ଖଳନରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।

ବର୍ଷା ଓ ଭୂସ୍ଖଳନ ଯୋଗୁଁ ରାଜ୍ୟରେ ୧୨୪ଟି ରାସ୍ତା ବନ୍ଦ ଅଛି।

ପିଥୋରାଗଡ଼ରେ ବିଆର୍‌ଓର କୁଲାଗଡ଼ ଭ୍ୟାଲି ବ୍ରିଜ୍ ଉପରେ ପଥର ପଡ଼ିବାରୁ ସେତୁଟି କାଳୀ ନଦୀରେ ବୁଡ଼ିଯାଇଛି।

ଫଳରେ କୈଳାସ ମାନସରୋବର ଯାତ୍ରା ମାର୍ଗରେ ଯାତାୟାତ ବନ୍ଦ ରହିଛି।

Vijay Government: ସରକାରୀ କାର୍, ୭୫ ହଜାର ଟଙ୍କାର ସ୍ୱତନ୍ତ୍ର ଭତ୍ତା ,୨୫ ଲକ୍ଷର ସ୍ବାସ୍ଥ୍ୟ ବୀମା: ୨୩୪ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଉପହାର ଉତ୍ତରପ୍ରଦେଶର ୧୩ ଟି ଜିଲ୍ଲାର ୧୭୩ ଟି ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ପ୍ରାୟ ୧୩,୦୫୮ ହେକ୍ଟର ଚାଷଜମି ଓ ୮୪,୩୬୨ ଲୋକ ପ୍ରଭାବିତ ହୋଇଛନ୍ତି।

ଅଧିକାରୀମାନେ ଏପର୍ଯ୍ୟନ୍ତ ୪,୮୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି।

ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ ବାଦାଉଁ, ବାହରାଇଚ୍, ବଲିଆ, ବାରବାଙ୍କୀ, ବିଜନୋର, ଫାରୁଖାବାଦ, ଗୌତମ ବୁଦ୍ଧନଗର, ଗୋଣ୍ଡା, କା‌ସଗଞ୍ଜ, ଲଖିମପୁର ଖେରୀ, ମୁଜାଫରନଗର, ସୀତାପୁର୍‌ ଓ ଉନ୍ନାଓ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media