Matric Supplementary Exam: ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷାଫଳ: ୬୩.୬୪% ପାସ୍
"କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (ଦ୍ବିତୀୟ)ର ଫଳାଫଳ ବୁଧବାର ଅପରାହ୍ଣରେ ବୋର୍ଡ ମୁଖ୍ୟାଳୟରେ ପ୍ରକାଶ ପାଇଛି।
ମାଟ୍ରିକ୍ ସପ୍ଲିମେଣ୍ଟାରିର ପାସ୍ହାର ୬୩.୬୪ ପ୍ରତିଶତ ହୋଇଥିବା ବେଳେ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାସ୍ହାର ୬୨.୬୫ ପ୍ରତିଶତ ରହିଛି ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।
ସଭାପତି ଶ୍ରୀ ତରାଇଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷାରେ ୫୭୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୩୬୬୬ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ-୧ଗ୍ରେଡ୍ କେହି ପାଇ ନ ଥିବା ବେଳେ ଏ-୨ଗ୍ରେଡ୍ରେ ୫ଜଣ, ବି-୧ଗ୍ରେଡ୍ରେ ୧୨ଜଣ, ବି-୨ରେ ୫୩ ଜଣ, ସି-ଗ୍ରେଡ୍ରେ ୧୯୨ଜଣ, ଡି-ଗ୍ରେଡ୍ରେ ୫୩୬ ଜଣ, ଇ-ଗ୍ରେଡ୍ରେ ୨୫୯୩ ଜଣ ଓ କମ୍ପାର୍ଟମେଣ୍ଟାଲରେ ୨୭୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
Advertisment Neglect: ବିପଦ ସଂକୁଳ କାଠପୋଲରେ ଚାଲିଛି ସିତାପଡ଼ି ଗ୍ରାମବାସୀଙ୍କ ଜୀବନ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷାରେ ୨୦୯୪ଜଣ ଫେଲ୍ ହୋଇଛନ୍ତି।
ସେହିପରି ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା(ଦ୍ବିତୀୟ) ମୋଟ ୮୬୯୮ଜଣ ଦେଇଥିବା ବେଳେ ୫୪୫୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ-୧ କେହି ପାଇ ନ ଥିବା ବେଳେ ଏ-୨ ଗ୍ରେଡ୍ ୧୦ ଜଣ, ବି-୧ ଗ୍ରେଡ୍ ୧୦୯ଜଣ, ବି-୨ଗ୍ରେଡ୍ ୪୦୧ ଜଣ, ସି-ଗ୍ରେଡ୍ ୮୬୮ ଜଣ, ଡି-ଗ୍ରେଡ୍ ୧୫୧୪ଜଣ, ଇ-ଗ୍ରେଡ୍ ୨୫୪୮ ଜଣ ପାଇଛନ୍ତି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୩୧୮୫ଜଣ ଫେଲ୍ ହୋଇଛନ୍ତି।
ବୋର୍ଡ ପକ୍ଷରୁ ପ୍ରଥମ ଥର ପାଇଁ ଡିଜିଟାଲ୍ ଖାତା ମୂଲ୍ୟାୟନ ହୋଇଥିବା ବେଳେ ଆଗାମୀ ମାଟ୍ରିକ୍ ପରୀକ୍ଷାରେ ଏହି ମୂଲ୍ୟାୟନ ପ୍ରକ୍ରିୟାକୁ ପ୍ରୟୋଗ କରାଯିବାକୁ ବୋର୍ଡ ଯୋଜନା କରୁଛି।
ଡିଜିଟାଲ୍ ମୂଲ୍ୟାୟନ ପାଇଁ ଏକ ମାସ ମଧ୍ୟରେ ଫଳ ପ୍ରକାଶନ ସମ୍ଭବ ହେବା ସହିତ କମ୍ ମାନବ ସମ୍ବଳ, ନିର୍ଭୁଲ ମୂଲ୍ୟାୟନ ଓ ମାତ୍ର ୩ଟି ପରୀକ୍ଷାକେନ୍ଦ୍ରରେ ମୂଲ୍ୟାୟନ ସମ୍ଭବ ହୋଇଥିବା ସଭାପତି ଶ୍ରୀ ତରାଇ କହିଛନ୍ତି।
ସପ୍ଲିମେଣ୍ଟାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଚଳିତ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷାରେ ନାମ ଲେଖାଇବାର ସୁଯୋଗ ପାଇପାରିବେ।
UPSC: ୟୁପିଏସ୍ସି ପରି ପରୀକ୍ଷା ପାଇଁ ମାଗଣା ଅନ୍ଲାଇନ୍ କୋଚିଂ ଦେବେ ଉତ୍ତରାଖଣ୍ଡ ସରକାର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
