Editorial: ଇସଲାମୀୟ ନାଟୋ

Aug 13, 2026 - 03:08
Editorial: ଇସଲାମୀୟ ନାଟୋ

"କେତେକ ଆଶାବାଦୀ ବିଶ୍ବାସ କରୁଛନ୍ତି ଯେ ଇରାନ ଯେତେବେଳେ ସଂପ୍ରତି ଆମେରିକାର ଆକ୍ରମଣର ଜବାବରେ ସାଉଦି ଆବର ଉପରେ କେତେ ଥର କ୍ଷେପଣାସ୍ତ୍ର ଓ ଡ୍ରୋନ ସାହାଯ୍ୟରେ ଆକ୍ରମଣ କଲା, ସେତେବେଳେ ପାକିସ୍ତାନ ସାଉଦି ଆରବ ସହିତ ସ୍ବାକ୍ଷର କରିଥିବା ମେଣ୍ଟ ସତ୍ତ୍ବେ ଇରାନ ଉପରେ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଇଥିଲା‌; ତେଣୁ ଏଇ ନୂତନ ମେଣ୍ଟ ସତ୍ତ୍ବେ ଏକ ସମ୍ଭାବ୍ୟ ଯୁଦ୍ଧ ସମୟରେ ପାକିସ୍ତାନର ପକ୍ଷ ନେଇ ସାଉଦି ଆରବ କିମ୍ବା ତୁର୍କୀ ଭାରତ ଉପରେ ଆକ୍ରମଣ କରିବେ ନାହିଁ।

ଏଭଳି ଯୁକ୍ତି ହେଉଛି ସଂପୂର୍ଣ୍ଣ ଭ୍ରମାତ୍ମକ।Advertisment Neglect: ବିପଦ ସଂକୁଳ କାଠପୋଲରେ ଚାଲିଛି ସିତାପଡ଼ି ଗ୍ରାମବାସୀଙ୍କ ଜୀବନ କୁହାଯାଇଥାଏ, ""ତୁମର ବନ୍ଧୁଙ୍କୁ ବାଛିଥାଅ ତୁମେ, କିନ୍ତୁ ତୁମ ପଡ଼ୋଶୀଙ୍କୁ ବାଛିଥାନ୍ତି ଈଶ୍ବର।"" ଏହା ବ୍ୟକ୍ତି ପାଇଁ ଯେଉଁଭଳି ସତ, ଏକ ଦେଶ ପାଇଁ ମଧ୍ୟ ସେଇଭଳି ସତ।

ଏକ ଦେଶ ନିଜର ପସନ୍ଦ ଅନୁସାରେ ଅନ୍ୟ ଦେଶ ସହିତ ମିତ୍ରତା ସ୍ଥାପନ କରିଥାଏ, କିନ୍ତୁ ସେ ଦେଶର ଭୌଗୋଳିକ ସ୍ଥିତି ସ୍ଥିର କରିଥାନ୍ତି ଈଶ୍ବର, ଅର୍ଥାତ୍ କେଉଁ ସବୁ ଦେଶ ସେ ଦେଶର ପଡ଼ୋଶୀ ଦେଶ ହେବେ, ତାହା ସ୍ଥିର କରିଥାନ୍ତି ଈଶ୍ବର।

ଭାରତର ଦୁର୍ଭାଗ୍ୟ, ତା"ର ଈଶ୍ବରଦତ୍ତ ପଡ଼ୋଶୀମାନେ ବିଭିନ୍ନ ସମୟରେ ତା" ପାଇଁ ମୁଣ୍ଡବିନ୍ଧାର କାରଣ ହୋଇ ଆସିଛନ୍ତି, ଯେମିତି ଏକ ଖରାପ ପଡ଼ୋଶୀ ଜଣେ ବ୍ୟକ୍ତି ପାଇଁ ହୋଇଥାଏ।ଗତ ସପ୍ତାହରେ ଏଇ ଧାରାର ଏକ ସଦ୍ୟତମ ପରିପ୍ରକାଶ ସ୍ବରୂପ, ତା"ର କେତେକ ନିକଟ ଓ ଦୂର ପଡ଼ୋଶୀ ମିଳିତ ହୋଇ ତା" ପାଇଁ ଏକ ନୂତନ ମୁଣ୍ଡବିନ୍ଧା ଆରମ୍ଭ କରିବା ଦେଖାଯାଇଛି।

ଏହା ହେଉଛି: ସାଉଦି ଆରବ, ତୁର୍କୀ ଓ ପାକିସ୍ତାନ ମିଶି ସ୍ବାକ୍ଷର କରିଥିବା ଏକ ଯୌଥ ପ୍ରତିରକ୍ଷା ଚୁକ୍ତି, ଯାହା "ମକ୍‌କା ଯୌଥ ପ୍ରତିରକ୍ଷା ଚୁକ୍ତି" ରୂପେ ପରିଚିତ।

ଏଇ ସଦ୍ୟ ଗଠିତ ଗୋଷ୍ଠୀର ଗୁରୁତ୍ବ କେବଳ ଏହାର ତିନି ସଦସ୍ୟ ଦେଶଙ୍କର ସାମରିକ ଶକ୍ତିର ଏକତ୍ରୀକରଣରେ ସୀମିତ ନୁହେଁ, ଏଇ ତିନି ଦେଶଙ୍କୁ ସଂଯୁକ୍ତ କରିଥିବା ଭୂଗୋଳ ମଧ୍ୟ ହେଉଛି ଅନୁରୂପ ଭାବରେ ଗୁରୁତ୍ବପୂର୍ଣ୍ଣ‌: ପାରସ୍ୟ ଉପସାଗର, ଦକ୍ଷିଣ ଏସିଆ ଓ ବୃହତ୍ତର ମଧ୍ୟପ୍ରାଚ୍ୟ।ଏଇ ତିନି ଭୌଗୋଳିକ ଅଞ୍ଚଳମାନଙ୍କୁ ବର୍ତ୍ତମାନ ଏକ ନୂତନ ସାମରିକ ମେଣ୍ଟ ଗୋଟିଏ ସୂତାରେ ବାନ୍ଧିବାକୁ ଯାଉଛି, ଯେଉଁଥିରେ ପାକିସ୍ତାନ ଏକମାତ୍ର ପରମାଣୁ ଅସ୍ତ୍ର ଅଧିକାରୀ ରୂପେ ଏକ ଛାମୁଆଁ ସ୍ଥାନ ଅଧିକାର କରିଥାଏ।

ଏହାକୁ ଏକ ପ୍ରମୁଖ ସାମରିକ ମେଣ୍ଟ ସହିତ ତୁଳନା କରି "ଇସ୍‌ଲାମୀୟ ନାଟୋ" ରୂପେ ଅଭିହିତ କରାଯିବା ଦେଖାଗଲାଣି, ଯାହାକୁ ଯଥାର୍ଥ ପ୍ରତିପାଦିତ କରି ପାକିସ୍ତାନ ଅନ୍ୟ ସମସ୍ତ ମୁସଲମାନ ଦେଶମାନଙ୍କୁ ମଧ୍ୟ ଏଇ ନୂତନ ମେଣ୍ଟରେ ଯୋଗ ଦେବାକୁ ଆହ୍ବାନ ଦେଇଛି।

ଆମେରିକା ଓ ପଶ୍ଚିମ ଇଉରୋପୀୟ ଦେଶମାନଙ୍କର ସାମରିକ ମେଣ୍ଟ "ନାଟୋ"କୁ ଅନୁକରଣ କରି ଏଇ ଇସ୍‌ଲାମୀୟ ମେଣ୍ଟ ଯେଉଁ ମୌଳିକ ନୀତି ଉପରେ ପ୍ରତିଷ୍ଠିତ, ତାହା ହେଲା- ମେଣ୍ଟର ଯେ କୌଣସି ସଦସ୍ୟ ଦେଶ ଉପରେ ସଶସ୍ତ୍ର ଆକ୍ରମଣକୁ ସମଗ୍ର ମେଣ୍ଟ ଉପରେ ଆକ୍ରମଣ ରୂପେ ବିବେଚନା କରାଯିବ।

ଏଇ ନିୟମକୁ ସଂପ୍ରସାରିତ କରିଲେ ଯେଉଁ ଅର୍ଥ ବାହାରିଥାଏ, ମେଣ୍ଟର କୌଣସି ଏକ ଦେଶ ଯଦି ମେଣ୍ଟ ବାହାରେ ଥିବା କୌଣସି ଏକ ଦେଶ ପ୍ରତି ଶତ୍ରୁଭାବାପନ୍ନ ହୋଇଥାଏ, ତା"ହେଲେ ମେଣ୍ଟର ସମସ୍ତ ତିନିଟିଯାକ ଦେଶ ମଧ୍ୟ ସେଇ ଦେଶକୁ ଶତ୍ରୁ ରୂପେ ଦେଖିବେ।ଭାରତ ପାଇଁ ଏହାର ତାତ୍ପର୍ଯ୍ୟ କାହାକୁ ବୁଝାଇବା ଅନାବଶ୍ୟକ।

ଭାରତ ପ୍ରତି ଶତ୍ରୁ ଭାବ ହେଉଛି ପାକିସ୍ତାନର ଅସ୍ତିତ୍ବର ମୂଳମନ୍ତ୍ର।

ଏଥିପୂର୍ବରୁ ପାକିସ୍ତାନ ସାଉଦି ଆରବ ସହିତ ଏକ ଦ୍ବିପାକ୍ଷିକ ମେଣ୍ଟ ରଚନା କରିସାରିଥିଲା ଓ "ଅପରେସନ ସିନ୍ଦୁର" ସମୟରେ ତୁର୍କୀ ଠାରୁ ବିଶେଷ ସାମରିକ ସହାୟତା ଲାଭ କରିଥିଲା।

ଇସଲାମ ହିଁ ଏ ଦୁଇ ଦେଶକୁ ପାକିସ୍ତାନ ପ୍ରତି ବନ୍ଧୁଭାବାପନ୍ନ କରିଥାଏ।

ବର୍ତ୍ତମାନ ସେମାନେ ଏକ ବିଧିବଦ୍ଧ ସାମରିକ ମେଣ୍ଟର ଅଂଶ ପାଲଟିବା ପାକିସ୍ତାନର ସାମରିକ କ୍ଷମତାକୁ ବହୁଗୁଣିତ କରିବାକୁ ଯାଉଛି।

ମେଣ୍ଟର ଏଇ ତିନି ସଦସ୍ୟଙ୍କର ଭିନ୍ନ ଭିନ୍ନ ଇଲାକାରେ ଉପଲବ୍‌ଧ ଶକ୍ତି ବର୍ତ୍ତମାନ ଏକୀକୃତ ହେବା ଦ୍ବାରା ସେମାନଙ୍କର ସାମଗ୍ରିକ ଶକ୍ତିରେ ଚମକପ୍ରଦ ବୃଦ୍ଧି ଘଟିବା ନିଶ୍ଚିତ।

ପାକିସ୍ତାନ ପରମାଣୁ ଅସ୍ତ୍ର ଅଧିକାରୀ ହୋଇଥିବା ବେଳେ, ସାଉଦି ଆରବ ହେଉଛି ମେଣ୍ଟର ସର୍ବାଧିକ ବିତ୍ତଶାଳୀ ଦେଶ ଓ ତୁର୍କୀ ହେଉଛି ଖୋଦ୍ "ନାଟୋ"ର ସଦସ୍ୟ ତଥା ସେଇ ମେଣ୍ଟର ସଦସ୍ୟମାନଙ୍କ ମଧ୍ୟରେ ବୃହତ୍ତମ ସ୍ଥଳ ସେନାର ଅଧିକାରୀ।

ସଂପ୍ରତି ତୁର୍କୀ ସାମରିକ ଡ୍ରୋନ ନିର୍ମାଣରେ ଏକ ଅଗ୍ରଣୀ ଦେଶରେ ପରିଣତ ହୋଇଛି, ଯାହା ଏଇ ନୂତନ ମେଣ୍ଟ ପାଇଁ ବେଶ୍ ଉପଯୋଗୀ ହେବ।

ଏଠାରେ ସ୍ମରଣଯୋଗ୍ୟ ଯେ "ଅପରେସନ ସିନ୍ଦୁର" ସମୟରେ ତୁର୍କୀ ହିଁ ପାକିସ୍ତାନକୁ ଡ୍ରୋନ ଯୋଗାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲା।

ଭବିଷ୍ୟତରେ ଯଦି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଦେଖାଦିଏ, ତେବେ ଏଥର ଭାରତକୁ ଏଇ ତିନି ଦେଶମାନଙ୍କ ସହିତ ଖୋଲାଖୋଲି ମୁକାବିଲା କରିବାକୁ ପଡ଼ିବାର ଦୃଢ଼ ସମ୍ଭାବନା ରହିଛି।କେତେକ ଆଶାବାଦୀ ବିଶ୍ବାସ କରୁଛନ୍ତି ଯେ ଇରାନ ଯେତେବେଳେ ସଂପ୍ରତି ଆମେରିକାର ଆକ୍ରମଣର ଜବାବରେ ସାଉଦି ଆବର ଉପରେ କେତେ ଥର କ୍ଷେପଣାସ୍ତ୍ର ଓ ଡ୍ରୋନ ସାହାଯ୍ୟରେ ଆକ୍ରମଣ କଲା, ସେତେବେଳେ ପାକିସ୍ତାନ ସାଉଦି ଆରବ ସହିତ ସ୍ବାକ୍ଷର କରିଥିବା ମେଣ୍ଟ ସତ୍ତ୍ବେ ଇରାନ ଉପରେ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଇଥିଲା‌; ତେଣୁ ଏଇ ନୂତନ ମେଣ୍ଟ ସତ୍ତ୍ବେ ଏକ ସମ୍ଭାବ୍ୟ ଯୁଦ୍ଧ ସମୟରେ ପାକିସ୍ତାନର ପକ୍ଷ ନେଇ ସାଉଦି ଆରବ କିମ୍ବା ତୁର୍କୀ ଭାରତ ଉପରେ ଆକ୍ରମଣ କରିବେ ନାହିଁ।

ଏଭଳି ଯୁକ୍ତି ହେଉଛି ସଂପୂର୍ଣ୍ଣ ଭ୍ରମାତ୍ମକ।

ପାକିସ୍ତାନ ନିଜର ସ୍ବାର୍ଥ ପାଇଁ ଆମେରିକାର ବଚସ୍କର ପାଲଟିଥିଲେ ହେଁ, ଇରାନ ଭଳି ଏକ ଶକ୍ତିଶାଳୀ ଇସ୍‌ଲାମୀୟ ଦେଶ ଉପରେ ଆକ୍ରମଣ କରିବାର କୌଣସି ସମ୍ଭାବନା ନାହିଁ।

ସାଉଦି ଆରବ କିମ୍ବା ତୁର୍କୀ କିନ୍ତୁ ଭାରତ ପ୍ରତି ସେଭଳି ନରମ ଆଭିମୁଖ୍ୟ ଗ୍ରହଣ କରିବାର ଯେ କୌଣସି କାରଣ ନାହିଁ, ତାହା ସେମାନଙ୍କର ଆଚରଣରୁ ସ୍ପ‌ଷ୍ଟ ହୋଇ ସାରିଛି।

UPSC: ୟୁପିଏସ୍‌ସି ପରି ପରୀକ୍ଷା ପାଇଁ ମାଗଣା ଅନ୍‌ଲାଇନ୍‌ କୋଚିଂ ଦେବେ ଉତ୍ତରାଖଣ୍ଡ ସରକାର ନିଜର ନିରାପତ୍ତା ପ୍ରତି ଦେଖା ଦେଇଥିବା ‌ଏଇ ନୂତନ ବିପଦର ମୁକାବିଲା କରିବା ପାଇଁ ଭାରତ ସମ୍ମୁଖରେ ଦୁଇଟି ରାସ୍ତା ଉପଲବ୍‌ଧ।

ଗୋଟିଏ ହେଲା ସୁସ୍ପଷ୍ଟ: ଭାରତକୁ ନିଜର ସାମରିକ ଶକ୍ତିରେ ବୃଦ୍ଧି ଘଟାଇବାକୁ ପଡ଼ିବ।

ଏ ପର୍ଯ୍ୟନ୍ତ ଅାମେରିକା ପୃଥିବୀର ପୁଲିସ ରୂପେ କାର୍ଯ୍ୟ କରି ଆନ୍ତର୍ଜାତିକ ଶାନ୍ତି ପ୍ରତି ଏଭଳି ବିପଦମାନଙ୍କର ଆବିର୍ଭାବକୁ ପ୍ରତିହତ କରିଆସୁଥିଲା।

ଏବେ କିନ୍ତୁ ଟ୍ରମ୍ପଙ୍କ ଆମେରିକା ଆଉ ସେଇ ଦାୟିତ୍ବ ବହନ କରିବାକୁ ପ୍ରସ୍ତୁତ ନୁହେଁ।

ତା" ଛଡ଼ା ଟ୍ରମ୍ପ ମଧ୍ୟ ଏକ ସଂପୂର୍ଣ୍ଣ ରୂପେ ଭାରତ-ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶନ କରିଚାଲିଛନ୍ତି।ଏହି ପରିପ୍ରେକ୍ଷୀରେ ନିଜର ସାମରିକ ଶକ୍ତି ବୃଦ୍ଧି ଆମ ପାଇଁ ଅପରିହାର୍ଯ୍ୟ ହୋଇଥିବା ବେଳେ, ଏଇ ନୂତନ ମେଣ୍ଟ ସହିତ ସାମରିକ ମୁକାବିଲା କେବେହେଲେ ଆମ ପାଇଁ ଉପଲବ୍‌ଧ ପ୍ରଥମ ବିକଳ୍ପ ନୁହେଁ।

ବରଂ କୂଟନୀତି ବ୍ୟବହାର କରି ମେଣ୍ଟରେ ଫାଟ ସୃଷ୍ଟି କରିବା ହେଉଛି ଆମ ପାଇଁ ଉପଲବ୍‌ଧ ଆଦର୍ଶ ପନ୍ଥା।

ଭାରତ ଯଦି ତା"ର କ୍ରମବର୍ଦ୍ଧିଷ୍ଣୁ ଅର୍ଥନୈତିକ ଓ ସାଂସ୍କୃତିକ ପ୍ରଭାବ ବ୍ୟବହାର କରି ମେଣ୍ଟର ଅନ୍ୟ ସଦସ୍ୟମାନଙ୍କ ସହିତ ସଂପର୍କ ଦୃଢ଼ୀଭୂତ କରେ, ତେବେ ତାହା ସେମାନଙ୍କୁ ଭାରତ ବିରୁଦ୍ଧରେ ଶତ୍ରୁତା ଆଚରଣରୁ ନିବୃତ୍ତ କରିବ। "ୟୁଏଇ" ସହିତ ଭାରତ ସ୍ଥାପନ କରିଥିବା ସୁସଂପର୍କ ପ୍ରମାଣିତ କରିଥାଏ ଯେ, ଅନ୍ତତଃ ସାଉଦି ଆରବ ସହିତ ଏକ ଅନୁରୂପ ସଂପର୍କ ସ୍ଥାପନ କରାଯାଇ ପାରିବ।

ତେବେ କୂଟନୀତି ସକ୍ରିୟ ଥିବା ବେଳେ ମଧ୍ୟ ଆମର ବାରୁଦ ଯେ ଶୁଷ୍କ ରହିଛି, ତାହା ଆମକୁ ଅନବରତ ନିଶ୍ଚିତ କରିବାକୁ ହେବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media