Marrying for ₹1 Crore: କୋଟିଏ ଟଙ୍କା ପାଇଁ କରୁଛନ୍ତି ବିବାହ
"ରଷରେ ହେଉଛି ରକ୍ତର ସଉଦା।
ବଳି ପଡ଼ୁଛନ୍ତି ସାଧାରଣ ସୈନିକ।
ପ୍ରଥମେ ବିବାହ କରୁଛନ୍ତି।
ତାପରେ ସବୁଟଙ୍କା ଲୁଟି ନେଉଛନ୍ତି।
ନାରୀ ନାଁରେ ସାଜିଛନ୍ତି କଳଙ୍କ।
ଜଣେ ସୈନିକର ବଳିଦାନକୁ କେବେ ଟଙ୍କାରେ ମାପିହୁଏ ନାହିଁ।
ଯୁଦ୍ଧ ଭୂମିରେ ସେ ବୁହାଇଥିବା ରକ୍ତର ଧାରକୁ ଧନରେ କଳନା କରି ହୁଏ ନାହିଁ।
କିନ୍ତୁ ରଷରେ ସମ୍ପୂର୍ଣ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି।
ସେଠାରେ କିଛି ମହିଳା ଜାଣିଜାଣି ଯୁଦ୍ଧରେ ଯୋଗଦେଉଥିବା ସୈନିକଙ୍କୁ ବିବାହ କରୁଛନ୍ତି।
ଏବଂ ମୃତ୍ୟୁପରେ ସେମାନଙ୍କୁ ମିଳୁଥିବା ଟଙ୍କାକୁ ହଡ଼ପ କରୁଛନ୍ତି।
ରୁଷରେ ଏହି ମହିଳାଙ୍କୁ ବ୍ଲାକ୍ ଓ୍ବିଡୋ ବା କଳା ବିଧବା ବୋଲି କୁହାଯାଉଛି।
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
