Marriage between blood relatives: ରକ୍ତ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ଉପରେ ଆଇନ ଆଣିବା ପ୍ରସଙ୍ଗ: କେନ୍ଦ୍ରର ଜବାବ ଲୋଡ଼ିଲେ

Nov 21, 2026 - 07:16
Marriage between blood relatives: ରକ୍ତ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ଉପରେ ଆଇନ ଆଣିବା ପ୍ରସଙ୍ଗ: କେନ୍ଦ୍ରର ଜବାବ ଲୋଡ଼ିଲେ

ନୂଆଦିଲ୍ଲୀ: ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ବିବାହକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଆଇନ ଅଣାଯିବା ଉଚିତ କି ନାହିଁ, ସେ ନେଇ କେନ୍ଦ୍ର ସରକାରଙ୍କ ଜବାବ ଲୋଡ଼ିଛନ୍ତି ସୁପ୍ରିମ୍‌କୋର୍ଟ।

ଏଭଳି ବିବାହରୁ ଜନ୍ମିତ ସନ୍ତାନଙ୍କଠାରେ ବଂଶଗତ ରୋଗ ଓ ଜନ୍ମଗତ ଶାରୀରିକ ସମସ୍ୟା ଦେଖାଦେବାର ଆଶଙ୍କା ଥିବା ଦର୍ଶାଇ ଦାଖଲ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଶୁକ୍ରବାର ଅଦାଲତ ଏହି ନୋଟିସ୍ ଜାରି କରିଛନ୍ତି।

Advertisment Rahul Gandhi: ଭୂରାଜନୀତିରେ ଭାରତ ଏବେ ଗୌଣ ଖେଳାଳି: ରାହୁଲ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଭି.ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।

ତେବେ ଏଭଳି ବିବାହକୁ ନିୟନ୍ତ୍ରଣ କରିବା ଅଦାଲତଙ୍କ କାର୍ଯ୍ୟ ନୁହେଁ, ଏହା ସଂସଦ ଓ ଆଇନ ପ୍ରଣୟନକାରୀ ସଂସ୍ଥାଙ୍କ ଅଧିକାର ପରିସରଭୁକ୍ତ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ବେଙ୍ଗାଲୁରୁର ଆଇନ ଛାତ୍ରୀ ଚାର୍ଭି ଏସ୍.

ଏହି ମାମଲା ଦାଖଲ କରିଛନ୍ତି।

ତାଙ୍କ ଆବେଦନରେ କୁହାଯାଇଛି ଯେ ରକ୍ତ ସମ୍ପର୍କୀୟ ଙ୍କ ମଧ୍ୟରେ ବିବାହ ଯୋଗୁଁ ସନ୍ତାନଙ୍କଠାରେ ବଂଶଗତ ରୋଗ, ଜନ୍ମଗତ ତ୍ରୁଟି, ଦୃଷ୍ଟି, ଶ୍ରବଣଶକ୍ତି ସମସ୍ୟା ଏବଂ ବିକାଶଗତ ଅକ୍ଷମତାର ଆଶଙ୍କା ବଢ଼ିପାରେ।

ଏଭଳି ବିବାହରେ ଜେନେଟିକ୍ ସମାନତା ବଢ଼ିବା ଫଳରେ କିଛି ବଂଶଗତ ରୋଗ ସନ୍ତାନଙ୍କଠାରେ ପ୍ରକାଶ ପାଇବାର ସମ୍ଭାବନା ଥାଏ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ଆବେଦନକାରୀ ନିଜେ ମଧ୍ୟ ଏଭଳି ଏକ ବିବାହରୁ ଜନ୍ମ ନେଇଥିବା ଏବଂ ତାଙ୍କର ୪୦ ପ୍ରତିଶତ ଦୃଷ୍ଟିଶକ୍ତି ଅକ୍ଷମତା ଥିବା ଦର୍ଶାଇଛନ୍ତି।

ତାଙ୍କ ମାତାପିତା ସମ୍ପର୍କୀୟ ଭାଇଭଉଣୀ ଥିଲେ।

ପାରମ୍ପରିକ ପ୍ରଥା ଅନୁସାରେ ସେମାନଙ୍କର ବିବାହ ହୋଇଥିଲା।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଞ୍ଜୁମନ ତ୍ରିପାଠୀ ମାମଲା ଦାଖଲ କରିଥିବା ବେଳେ ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ କାଦମ୍ବରୀ ସିଂହ ପକ୍ଷ ରଖିଥିଲେ।

ବିବାହ ପୂର୍ବରୁ ଜେନେଟିକ୍ ପରାମର୍ଶ, ଆବଶ୍ୟକ ଡାକ୍ତରୀ ପରୀକ୍ଷା ଓ ସମ୍ଭାବ୍ୟ ବିପଦ ସମ୍ପର୍କରେ ଦମ୍ପତିଙ୍କୁ ଅବଗତ କରାଇବା ଭଳି ବ୍ୟବସ୍ଥା ରହିବା ଉଚିତ ବୋଲି ସେ ଯୁକ୍ତି ରଖିଥିଲେ।

ଆବେଦନରେ ହିନ୍ଦୁ ବିବାହ ଆଇନ, ୧୯୫୫ର ଧାରା ୫(୪) ଓ ୫(୫) ଏବଂ ସ୍ୱତନ୍ତ୍ର ବିବାହ ଆଇନ, ୧୯୫୪ର ଧାରା ୪(ଡି)ରେ ଥିବା କିଛି ବ୍ୟବସ୍ଥାକୁ ନେଇ ଆପତ୍ତି ଉଠାଯାଇଛି।

ଏହି ବ୍ୟବସ୍ଥା ଅନୁସାରେ କେତେକ ସମ୍ପ୍ରଦାୟରେ ପ୍ରଚଳିତ ପାରମ୍ପରିକ ପ୍ରଥାକୁ ଆଧାର କରି ନିଷିଦ୍ଧ ସମ୍ପର୍କ ମଧ୍ୟରେ ବିବାହକୁ ଅନୁମତି ମିଳିପାରୁଛି।

Judgement: ଦୋଷୀର ମୃତ୍ୟୁଦଣ୍ଡାଦେଶ କାଏମ୍ ରଖିଲେ କଲିକତା ହାଇକୋର୍ଟ ଖଣ୍ଡପୀଠ କହିଛନ୍ତି, ବିବାହ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ପସନ୍ଦର ବିଷୟ।

ତେଣୁ ଏ ସମ୍ପର୍କରେ ଲୋକଙ୍କୁ ଠିକ୍ ତଥ୍ୟ ଦେଇ ସଚେତନ କରାଇବା ଆବଶ୍ୟକ।

କେନ୍ଦ୍ର ସରକାର ଉପଯୁକ୍ତ ଆଇନ ଆଣିବା କିମ୍ବା ସ୍କୁଲ୍‌, କଲେଜର ପାଠ୍ୟକ୍ରମ ସମେତ ବିଭିନ୍ନ ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଦିଗରେ ବିଚାର କରିବା ଉଚିତ।

ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦେବା ଉଦ୍ଦେଶ୍ୟ ନାହିଁ, କେବଳ ଏହି ପ୍ରସଙ୍ଗରେ ସଚେତନ କରାଇବାକୁ ନୋଟିସ୍ ଜାରି କରାଯାଇଛି ବୋଲି ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଜବାବ ପରେ ଏହି ପ୍ରସଙ୍ଗରେ ପରବର୍ତ୍ତୀ ବିଚାର କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)