Marigolds in the flower bouquet: ଫୁଲତୋଡ଼ାରେ ଗେଣ୍ଡୁ ନଥାଏ କାହିଁକି?

Sep 12, 2026 - 08:11
Marigolds in the flower bouquet: ଫୁଲତୋଡ଼ାରେ ଗେଣ୍ଡୁ ନଥାଏ କାହିଁକି?

"ବିବାହ ହେଉ କି ପୂଜା, ପର୍ବପର୍ବାଣି ହେଉ କି ଶେଷକୃତ୍ୟ; ଭାରତୀୟ ଜୀବନର ପ୍ରାୟ ପ୍ରତ୍ୟେକ ଖୁସି ଓ ଦୁଃଖର ମୁହୂର୍ତ୍ତ ସହ ଗେଣ୍ଡୁ ଫୁଲ ଜଡ଼ିତ।

ମନ୍ଦିରରୁ ଘରର ତୋରଣ, ରଙ୍ଗୋଲିରୁ ବିବାହ ମଣ୍ଡପ- ସବୁଠି ଏହାର ଉଜ୍ଜ୍ୱଳ ଉପସ୍ଥିତି।

ହେଲେ ଏତେ ପରିଚିତ ଫୁଲଟି ଆଧୁନିକ ଫୁଲଦୋକାନରେ ସଜ୍ଜିତ ଫୁଲତୋଡ଼ାରେ ଦେଖାଯାଏ ନାହିଁ କାହିଁକି?

ମେକ୍ସିକୋର ମୂଳ ପ୍ରଜାତି ଗେଣ୍ଡୁ ଫୁଲ ୧୬ଶ ଶତାବ୍ଦୀରେ ସ୍ପେନ୍ ଓ ପର୍ତ୍ତୁଗୀଜ ବ୍ୟବସାୟୀଙ୍କ ମାଧ୍ୟମରେ ଭାରତକୁ ଆସିଥିବା କୁହାଯାଏ।

ସମୟ ବିତିବା ସହ ଏହି ବିଦେଶୀ ଫୁଲଟି ଭାରତୀୟ ମାଟି-ପାଣି-ପବନ ସହ ଏତେ ଗଭୀର ଭାବେ ମିଶିଯାଇଛି ଯେ ଆଜି ଏହା ଭାରତୀୟ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ମନେହୁଏ।

ପୂଜାପାଠ, ବିବାହ, ପର୍ବପର୍ବାଣିରେ ଘର ସଜ୍ଜାସଜି ଲାଗି ଆଗ ଖୋଜାପଡ଼େ ଗେଣ୍ଡୁ।

କିନ୍ତୁ ଏହି ଅତି ପରିଚୟ ହିଁ ଗେଣ୍ଡୁର ଆଧୁନିକ ଫୁଲତୋଡ଼ା (ଫୁଲତୋଡ଼ା) ଯାତ୍ରାରେ ଏକ ପ୍ରକାର ବାଧା ସୃଷ୍ଟି କରିଛି।

ଗୋଲାପ, ଲିଲି, ଅର୍କିଡ୍ ଓ କାର୍ନେସନ୍‌କୁ ଆମେ ସାଧାରଣତଃ ଷ୍ଟାଇଲିସ୍, ଆଧୁନିକ ଓ ଦାମୀ ଫୁଲ ଭାବେ ଦେଖୁ।Advertisment Editorial: ଆଶା ଓ ଆକାଶ: ଶୀତଳ ଭଣ୍ଡାରରେ ବନ୍ଦୀ ଶୀତଳ ଶୃଙ୍ଖଳ ଅନ୍ୟପଟେ ଗେଣ୍ଡୁକୁ ଦେଖିଲେ ଆମ ମନରେ ପ୍ରଥମେ ଆସେ ମନ୍ଦିର, ପୂଜା, ମାଳ କିମ୍ବା ପାରମ୍ପରିକ ସଜାଣିର ଚିତ୍ର।

ଏହି କାରଣରୁ ଫୁଲଟି ଆଧୁନିକ ଫୁଲଦୋକାନର ଫୁଲତୋଡ଼ାରେ ଏ ପର୍ଯ୍ୟନ୍ତ ଆଦରଣୀୟ ସ୍ଥାନ ପାଇପାରିନାହିଁ।

ଏହା ପଛରେ ଫୁଲର ଯୋଗାଣ ବ୍ୟବସ୍ଥା ମଧ୍ୟ ଏକ ବଡ଼ କାରଣ।

ବଜାରରେ ଗେଣ୍ଡୁ ସାଧାରଣତଃ ଲମ୍ବା ଡାଳ ସହ ବିକ୍ରି ହୁଏ ନାହିଁ।

ଖୋଲା ଫୁଲ କିମ୍ବା ମାଳରେ ଗୁନ୍ଥାଯାଇ ଏହାକୁ ବିକ୍ରି କରାଯାଏ।

ଲମ୍ବା ଡାଳ ନଥିବାରୁ ଅନ୍ୟ ଫୁଲ ପରି ଗେଣ୍ଡୁରେ ସହଜରେ ଫୁଲତୋଡ଼ା ତିଆରି କରିବା କଷ୍ଟକର ହୋଇଥାଏ।

ତଥାପି ଏହାର ଉଜ୍ଜ୍ୱଳ ରଙ୍ଗ ଓ ଘନ ପାଖୁଡ଼ା ଆଧୁନିକ ଫୁଲତୋଡ଼ାକୁ ଦେଇପାରେ ଏକ ନିଆରା ଆକର୍ଷଣ।

ଏବେ ବିଦେଶରେ ଗେଣ୍ଡୁ ଫୁଲତୋଡ଼ାରେ ସ୍ଥାନ ପାଉଛି, ତେଣୁ ଭାରତରେ ମଧ୍ୟ ଏହାକୁ କେବଳ ମାଳର ଫୁଲ ନୁହେଁ, ଏକ ସୁନ୍ଦର ଓ ଆଧୁନିକ ଫୁଲ ଭାବେ ବ୍ୟବହାର କରିବାର ସମୟ ଆସିଛି।

ଗେଣ୍ଡୁ ହୁଏତ ଆଗାମୀ ଦିନରେ ଆଧୁନିକ ଫୁଲତୋଡ଼ାର ଅଂଶ ହୋଇ ନୂଆ ପରିଚୟ ପାଇପାରେ।

Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍‌"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)