Political: ରମ୍ଭାରେ ଉଗ୍ର ହେଉଛି ରାଜନୈତିକ ଗୋଷ୍ଠୀ କନ୍ଦଳ: ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ କାର ପୋଡ଼ି ଦେଲେ

Sep 12, 2026 - 07:55
Political: ରମ୍ଭାରେ ଉଗ୍ର ହେଉଛି ରାଜନୈତିକ ଗୋଷ୍ଠୀ କନ୍ଦଳ: ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ କାର ପୋଡ଼ି ଦେଲେ

"ହୁମ୍ମା: ଗଞ୍ଜାମ ଜିଲ୍ଲା ରମ୍ଭାରେ ରାଜନୈତିକ ଗୋଷ୍ଠୀ କନ୍ଦଳ ଓ ହିଂସା ଉଗ୍ର ରୂପ ନେଉଛି।

ଗତ ସୋମବାର ରାତିରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ଖଣ୍ଡାରେ ଜଣେ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଥିଲା।

ଏହି ମାମଲାରେ ମଙ୍ଗଳବାର ୨ ଜଣ ଗିରଫ ହୋଇଥିଲେ।

ଏହାର ଦିନକ ପରେ ବୁଧବାର ବିଳମ୍ବିତ ରାତିରେ ରମ୍ଭାମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ସାହୁଙ୍କ କାରକୁ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି।

ସନ୍ତୋଷଙ୍କ ଖୁଡ଼ୀ ଏ ନେଇ ରମ୍ଭା ଥାନାରେ ପୂର୍ବତନ ନଗର ମଣ୍ଡଳ ସଭାପତି ସୀମାଞ୍ଚଳ ବାଡ଼ତ୍ୟାଙ୍କ ସମେତ ମୋଟ ୭ ଜଣଙ୍କ ନାମରେ ଏତଲା ଦେଇଛନ୍ତି।

ସନ୍ତୋଷଙ୍କ କାର (ୟୁପି୧୬ଏସି-୮୯୨୨) ଚିଲିକା କୂଳ ବଡ଼ଦାଣ୍ଡ ସାହି ନିକଟରେ ରଖାଯାଇଥିଲା।Advertisment Annual function: "ବରିଷ୍ଠ ନାଗରିକ ସମାଜର ଅମୂଲ୍ୟ ସମ୍ପଦ" ପୂର୍ବତନ ମଣ୍ଡଳ‌ ସଭାପତିଙ୍କ ସମେତ ୭ ଜଣଙ୍କ ନାମରେ ମାମଲା ବୁଧବାର ରାତି ପ୍ରାୟ ଗୋଟାଏରେ କେହି ଦୁର୍ବୃତ୍ତ ସେଥିରେ ନିଆଁ ଲଗାଇ ଦେଇଥିଲା।

କାର ଭିତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ଏତଲାରେ ଦର୍ଶାଯାଇଛି।

ସୂଚନାଯୋଗ୍ୟ, ଗତ ସୋମବାର ହିଂସା ମାମଲାରେ ଏନ୍‌ଏସି ଅଧ୍ୟକ୍ଷାଙ୍କ ଦେଡ଼ଶୁର ମୁନା ସ୍ୱାଇଁ (୪୭) ଓ ତାଙ୍କ ସହଯୋଗୀ ବିନାୟକ ପରିଡ଼ା (୨୯)ଙ୍କୁ ପୁଲିସ ଗିରଫ କରିଥିଲା।

ସନ୍ତୋଷ ମଧ୍ୟ ମୁନା ସ୍ୱାଇଁ ଗୋଷ୍ଠୀର ସମର୍ଥକ ବୋଲି ଜଣାପଡ଼ିଛି।

ଏଭଳି ସ୍ଥିତିରେ ତାଙ୍କ କାର ପୋଡ଼ି ଘଟଣା ରମ୍ଭାରେ ରାଜନୈତିକ କନ୍ଦଳକୁ ଆହୁରି ତୀବ୍ର କରିଛି।

ରମ୍ଭା ଥାନାଧିକାରୀ କୁମାର ମୁଦୁଲିଙ୍କ ତତ୍ତ୍ବାବଧାନରେ ଏସ୍‌ଆଇ ପିଙ୍କି ପଟ୍ଟନାୟକ ଘଟଣାର ତଦନ୍ତ କରୁଛନ୍ତି।

ଥାନା ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି, କାରଟି ବହୁତ ପୁରୁଣା ଏବଂ ଏହାର ବୈଧ କାଗଜପତ୍ର ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ତେବେ ଘଟଣାକୁ ଗୁରୁତ୍ବର‌ ସହ ନେଇ ତଦନ୍ତ ଜାରି ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)